Home ଜିଲ୍ଲା ପରିକ୍ରମା ଚାନ୍ଦପୁର ପୋଲିସକୁ ର୍ଦୁବ୍ୟବହାର ମହଙ୍ଗା ପଡିଲା … ୫୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ନାମରେ ମାମଲା

ଚାନ୍ଦପୁର ପୋଲିସକୁ ର୍ଦୁବ୍ୟବହାର ମହଙ୍ଗା ପଡିଲା … ୫୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ନାମରେ ମାମଲା

62

ନୟାଗଡ ୨୫/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଚାନ୍ଦପୁର ପୋଲିସକୁ ର୍ଦୁବ୍ୟବହାର କରିଥିବା ବ୍ୟକ୍ତିଙ୍କୁ ମହଙ୍ଗା ପଡିଲା। ର୍ଦୁବ୍ୟବହାର କରିଥିବା ୫୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ନାମରେ ଚାନ୍ଦପୁର ପୋଲିସ ମାମଲା ରୁଜୁ କରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଗତ ଫେବୃୟାରୀ ୨୨ ତାରିଖରେ ଚାନ୍ଦପୁର ଥାନା ମୟୁରଝାଲିଆ ମାଙ୍କଡା ପଥର ଖଣି ପଛପଟୁ ଜଙ୍କିଆ ଗ୍ରାମର ବିବେକାନନ୍ଦ ରଣବିଜୁଳିଙ୍କ ଝୁଲନ୍ତା ଶବ ମିଳିଥିଲା। ପୋଲିସ ଶବ ଜବତ କରିବାକୁ ଯିବା ସମୟରେ ୫୦ରୁ ଉର୍ଦ୍ଧ ବ୍ୟକ୍ତି ପୋଲିସକୁ କର୍ତ୍ତବ୍ୟ କରିବା ପାଇଁ ନଦେଇ ର୍ଦୁବ୍ୟବହାର କରିଥିଲେ। ଯାହାଫଳରେ ଶବ ୧୦ ଘଣ୍ଟା ଧରି ଝୁଲି ରହିଥିଲା। ପୋଲିସର କହିବା ଅନୁଯାଇ ରାଜନୈତିକ ଆକ୍ରୋଶ ରଖି କିଛି ଖଣି ମାଫିଆ ଆତ୍ମହତ୍ୟା କୁ ହତ୍ୟାକାଣ୍ଡ ରୂପଦେବା ପାଇଁ ଚେଷ୍ଟା କରୁଥିଲେ।

ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ଙ୍କ କହିବା ଅନୁଯାଇ ପୋଲିସକୁ ର୍ଦୁବ୍ୟବହାର କରିଥିବା ବ୍ୟକ୍ତିମାନେ ହେଉଛନ୍ତି ଖଣି ମାଫିଆ। ପୁର୍ବରୁ ସେମାନେ ଚୋରା ମାଙ୍କଡା ଖଣି ଚଲାଇ ପଥର ଚୋରା ଚାଲାଣ କରୁଥିଲେ। ପୋଲିସର ଉଦ୍ୟମରୁ ସମସ୍ତ ଚୋରାଖଣି ବନ୍ଦହୋଇ କେବଳ ସରକାରୀ ଖଣି ଚାଲୁଅଛି। ପୋଲିସ ତରଫରୁ ପୁର୍ବରୁ ସେମାନଙ୍କ ନାମରେ ୩ରୁ ଅଧିକ ମାମଲା ରହିଅଛି। ଅଦାଲତ ଚାଲାଣ ହେବାପରେ ଜାମିନ୍ ରେ ଆସି ପୁର୍ବରୁ ଥାନା ନିରୀକ୍ଷଙ୍କ ବଦଳି ଦାବି କରୁଥିଲେ। ଏବେ ସୁଯୋଗ ଉଣ୍ଡି ପୋଲିସକୁ କର୍ତ୍ତବ୍ୟରେ ବାଧା ଉପୁଯାଇ ଥିବାରୁ ୫୦ ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ନାମରେ ପୋଲିସ ତରଫରୁ ମାମଲା ହୋଇଥିବା ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସଙ୍କ ଠାରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.