Home ଜିଲ୍ଲା ପରିକ୍ରମା ଆସନ୍ତାକାଲି ଭୋଟ୍ ଗଣତି, ଭଦ୍ରକ କଲେଜ ଷ୍ଟ୍ରଙ୍ଗରୁମ୍‌କୁ ନିଆଯାଉଥିବା ଭୋଟ୍ ଷ୍ଟାମ୍ପ, କାଳି, ଦିଆସିଲି ଓ...

ଆସନ୍ତାକାଲି ଭୋଟ୍ ଗଣତି, ଭଦ୍ରକ କଲେଜ ଷ୍ଟ୍ରଙ୍ଗରୁମ୍‌କୁ ନିଆଯାଉଥିବା ଭୋଟ୍ ଷ୍ଟାମ୍ପ, କାଳି, ଦିଆସିଲି ଓ ଜଉକୁ ପୋଡିଲେ ବିରୋଧୀ ରାଜନୈତିକ ଦଳ ଲୋକେ

67

ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଶେଷ ହୋଇ ଏହାର ଭୋଟବାକ୍ସଗୁଡିକ ଭଦ୍ରକ କଲେଜ ଷ୍ଟ୍ରଙ୍ଗରୁମ୍‌ରେ ସୁରକ୍ଷା ମଧ୍ୟରେ ଜିଲା ପ୍ରଶାସନ ପକ୍ଷରୁ ରଖାଯାଇଛି । ଆସନ୍ତାକାଲି ଠାରୁ ଏହାର ଗଣତି ଆରମ୍ଭ ହେଉଥିବାବେଳେ ତା ପୂର୍ବରୁ ଏହି ଭୋଟବାକ୍ସ ଗୁଡିକରେ ଶାସକ ଦଳ ପକ୍ଷରୁ ଜାଲିଆତି ଆଶଙ୍କା କରି ବିଭିନ୍ନ ଦଳ ପକ୍ଷରୁ କଲେଜ ସମ୍ମୁଖରେ ପାଳି କରି ପ୍ରହରା ଦିଆଯାଉଛି । ତେବେ ଆଜି ରାତି ପ୍ରାୟ ୮ ଟା ସମୟରେ ଜିଲା ପ୍ରଶାସନ ପକ୍ଷରୁ କିଛି ପୁଲିସ୍ ଓ କର୍ମଚାରୀ ଓଡି-୨୨ପି-୧୪୬୪ ନମ୍ବରର ଏକ ଟାଟା ଏସିଇ ଗାଡିରେ ଖାଲି ଟିଣବାକ୍ସ ଆଣି ପୌର ନିର୍ବାଚନ ପାଇଁ ରଖାଯାଇଥିବା ଇଭିଏମ୍ ରୁମ୍‌ରେ ରଖିବାକୁ ଆସିଥିଲେ । ମାତ୍ର ଉକ୍ତ ଗାଡିରେ ଏକ କପଡା ମଧ୍ୟରେ ଭୋଟ୍ ଷ୍ଟାମ୍ଫ, କାଳି, ଦିଆସିଲି, ଜଉ ଭଳି ବିଭିନ୍ନ ଜିନିଷ ରଖାଯାଇଥିବାର ଦେଖାଯାଇଥିଲା । ଯାହାକୁ ଗାଡିରେ ଆସିଥିବା କର୍ମଚାରୀମାନେ ଷ୍ଟ୍ରଙ୍ଗରୁମ୍ ମଧ୍ୟକୁ ନେବାର ଉଦ୍ୟମ କରୁଥିବାବେଳେ ସେଠାରେ ପ୍ରହରା ଦେଉଥିବା ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତିମାନେ ଅଟକ ରଖିଥିଲେ । ତେବେ ଏହି ଜିନିଷଗୁଡିକ ଭୁଲ୍‌ରେ ଆସିଥିବା ବିଷୟ କର୍ମଚାରୀମାନେ ସଫେଇ ଦେବା ସହ ସେମାନଙ୍କୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । ଫଳରେ ସଂପୃକ୍ତ ରାଜନୈତିକ ଦଳର ବ୍ୟକ୍ତିମାନେ ଉକ୍ତ ଜିନିଷଗୁଡିକୁ କପଡା ସହ ନିଆଁ ଲଗାଇ ଦେଇଥିବାର ଜଣାପଡିଛି । ଏ ସଂପର୍କରେ ଏ ପ୍ରତିନିଧି ଜିଲା ପ୍ରଶାସନର କେତେକ ଅଧିକାରୀଙ୍କୁ ଅବଗତ କରାଇଥିବାବେଳେ ସେମାନେ କୌଣସି ଉତ୍ତର ରଖିନଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.