Home ଓଡ଼ିଶା ଚାନ୍ଦପୁର ଥାନା ନୂତନ ଗୃହ ଉଦଘାଟନୀ …ଜନତା ପୋଲିସ ମୈତ୍ରୀ ବଢିଲେ ଅଂଚଳ ରେ ଶାନ୍ତି...

ଚାନ୍ଦପୁର ଥାନା ନୂତନ ଗୃହ ଉଦଘାଟନୀ …ଜନତା ପୋଲିସ ମୈତ୍ରୀ ବଢିଲେ ଅଂଚଳ ରେ ଶାନ୍ତି ଶୃଙ୍କଳା ରକ୍ଷା ହେବ: ଡି.ଜି ଅଭୟ

28

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୮- ସାରା ରାଜ୍ୟ ରେ ପୋଲିସ ଓ ଜନତା ସର୍ମ୍ପକ ତିକ୍ତତା ଆଡକୁ ଗତି କରୁଥିବା ବେଳେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ନୂତନ ଥାନା ଗୃହ ଉଦଘାଟନ ଅବସର ରେ ରାଜ୍ୟ ପୋଲିସ ମହାନିର୍ଦେଶକ ଅଭୟ ଯୋଗଦାନ କରି ପୋଲିସ ଓ ସାଧାରଣ ଜନତା ଙ୍କ ସର୍ମ୍ପକ ବଢିଲେ ଶାନ୍ତି ଶୃଙ୍ଖଳା ରକ୍ଷା ହେବ ବୋଲି  କହିଛନ୍ତି । ନୟାଗଡ ଜିଲ୍ଲା ଚାନ୍ଦପୁର ଫାଣ୍ଡି ରେ ୨୦୧୪ ମସିହା ନଭେମ୍ବର ୧୨ ତାରିଖ ରେ ଏକ ଡକାୟତି ମାମଲା ରେ ଶ୍ୱଶୁର , ବୋହୂ ଓ ନାତୀ ନାତୁଣୀ ଙ୍କୁ ଏକ କାଳୀନ ୪ ଜଣଙ୍କୁ ହତ୍ୟା କରାଯାଇଥିଲା । ଯାହାକି ଓଡିଶା ଅପରାଧି ଙ୍କ ମାମଲା ରେ ହଇଚଇ ସୃଷ୍ଟି କରିଥିଲା । ଯାହାକୁ ନେଇ ୨୦୧୪ ନଭେମ୍ବର ୧୪ ତାରିଖ ରେ ଚାନ୍ଦପୁର ଥାନା ସାମ୍ନା ରେ ଏକ ଗଣ ଆନ୍ଦୋଳନ ର ଡାକରା ଦିଆଯାଇଥିଲା  ।  ସେତବେଳେ ଚାନ୍ଦପୁର ଫାଣ୍ଡି ଦାୟିତ୍ୱ ରେ ଥିଲେ ରଣପୁର ଥାନା ନିରୀକ୍ଷକ ଚନ୍ଦ୍ର ଶେଖର ମହାନ୍ତି ।  ଯାହାକୁ ନେଇ ଏକ ଗୁଳିକାଣ୍ଡ ହୋଇଥିଲା । ଯାହାଫଳ ରେ ପୋଲିସ ଗୁଳି ରେ ଜଣେ ନିରୀହ ଯୁବକ ମୁତ୍ୟୁ ବରଣ କରିଥିଲେ । ଗଣ ଆନ୍ଦୋଳନ ର ଦାବୀଥିଲା ଚାନ୍ଦପୁର ଫାଣ୍ଡି କୁ ଏକ ଥାନା ର ମାନ୍ୟତା ଦେବା ପାଇଁ । ସରକାର ଚାନ୍ଦପୁର ଫାଣ୍ଡି କୁ ଥାନା ର ମାନ୍ୟତା ଦେଇଥିଲେ ।  ସେହି ଥାନା ର ଏକ ଆଦର୍ଶ ଗୃହ ନିର୍ମାଣ କରାଯାଇ ଅଛି ।

ଯାହାର ଉଦ୍‌ଘାଟନୀ ଅବସର ରେ ଓଡିଶା ପୋଲିସ ମହାନିର୍ଦେଶକ ଅଭୟ , କେନ୍ଦାଞ୍ଚଳ ଆଇ.ଜି ନୃସିଂହ ଭୋଳ ,  ପୁରୀ ଜିଲ୍ଲା ଲୋକସଭା ସାଂସଦ ପିନାକୀ ମିଶ୍ର , ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ , ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଓ ଶରଣକୁଳ ଉପଖଣ୍ଡ ପୋଲିସ ଅଧିକାରୀ ଏସ୍ . ଟପୋ ଯୋଗଦାନ କରିଥିଲେ । ପୋଲିସ ମହାନିର୍ଦେଶକ ଅଭୟ ଓ ସାଂସଦ ପିନାକୀ ମିଶ୍ର ଉଦ୍‌ଘାଟନ କରିବା ପରେ ଜନସାଧାରଣ ରେ ଓ ଗଣମାଧ୍ୟମ କୁ ଉଦବୋଧନ ଦେଇ କହିଥିଲେ ଯେ ପୋଲିସ ଓ ଜନତା ସର୍ମ୍ପକ ବଢିଲେ ଅଂଚଳ ରେ ଶାନ୍ତି ଶୃଙ୍ଖଳା ବଢି ପାରିବ । କାର୍ଯ୍ୟ ବ୍ୟସ୍ତତା ନେଇ ପୋଲିସ ମହାନିର୍ଦେଶକ ଚାଲି ଯାଇଥିବା ବେଳେ କେନ୍ଦ୍ରାଞ୍ଚଳ ଆଇ. ଜି . ନୃସିଂହ ଭୋଳ ଙ୍କ ଅଧ୍ୟକ୍ଷତା ରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭା ରେ ପୁରୀ ଜିଲ୍ଲା ସାଂସଦ ପିନାକୀ ମିଶ୍ର ଓ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ  , ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ଙ୍କୁ ପ୍ରଶଂସା ରେ ପୋତି ପକାଇବା ସହ ନୟାଗଡ ନାବାଳିକା ପରୀ ହତ୍ୟା କାଣ୍ଡରେ ପୋଲିସ କାର୍ଯ୍ୟକଳାପ କୁ ଅନେକ ପ୍ରଂଶସା କରିଥିଲେ ।  ଅବଶେଷ ରେ ନୟାଗଡ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ । କିନ୍ତୁ ଏହି ସଭା ରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉପେକ୍ଷା କରାଯାଇ ଶାସକ ଦଳ ର କର୍ମୀ ମାନଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା । ଯାହାକୁ ନେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଘୋର ଉଦ୍‌ବେଗ ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.