Home ଓଡ଼ିଶା କରୋନା ପରେ ଭୋଟ ପାଇଲା ସାଂସଦ ଙ୍କ ରଣପୁର ମନେ ପଡିଲା

କରୋନା ପରେ ଭୋଟ ପାଇଲା ସାଂସଦ ଙ୍କ ରଣପୁର ମନେ ପଡିଲା

48

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୮- ବ୍ରିଟିଶତନ୍ତ୍ର ଶାସନ ପରେ ଗଣତନ୍ତ୍ର ଶାସନ ସମୟରୁ ନେତା ମାନେ ଜନସାଧାରଣ ଙ୍କ ସୁଖ ଦୁଃଖ ର ସାଥି ହୋଇଥାନ୍ତି । କିନ୍ତୁ ଏ କରୋନା କାଳ ରେ ନେତାମାନେ ଜନସାଧାରଣ ଙ୍କ ଠାରୁ ଦୁରେଇ ଯାଇଥିବା ଅଭିଯୋଗ ହେଉଛି । ଯାହାର ଉଦାହରଣ ହେଉଛି ପୁରୀ ଜିଲ୍ଲା ଲୋକସଭା ସାଂସଦ ପିନାକୀ ମିଶ୍ର ଙ୍କ ଜାଗା ରେ । ସାଂସଦ ପିନାକୀ  ମିଶ୍ର ୨୦୧୯ ଜାନୁଆରୀ କରୋନା ସଂକ୍ରମଣ ପର ଠାରୁ ରଣପୁର ବିଧାନସଭା  ନିର୍ବାଚନ ମଣ୍ଡଳୀ କୁ ଭୁଲି ଯାଇଥିଲେ ।

୨୦୨୧ ମସିହା ଅଗଷ୍ଟ ୩୦ ତାରିଖ ଚାନ୍ଦପୁର ଥାନା ନୂତନ ଗୃହ ଉଦଘାଟନୀ ସମୟରେ ଯୋଗ ଦେଇଥିବାରୁ ଆଲୋଚନା ର ସରବ୍ୟ ପାଲଟିଛନ୍ତି । କିନ୍ତୁ ସାଂସଦ ପିନାକୀ ମିଶ୍ର ଙ୍କ ର ଏଥିପ୍ରତି ବେଖାତିର୍ ବ୍ୟବହାର । କାରଣ ସେ ଅତୀତ ରେ କଂଗ୍ରେସ ଦଳ ସାଂସଦ ଥିବା ବେଳେ ୫ ବର୍ଷ ଭିତରେ ଜନସାଧାରଣ ଙ୍କ ଠାରୁ  ଭୋଟରେ ଦୁରେଇ ଥିଲେ ମଧ୍ୟ ପରବର୍ତ୍ତୀ ଅବସ୍ଥା ରେ ବିଜୁ ଜନତା ଦଳ ତରଫରୁ ଦୁଇ ଦୁଇ ଥର ସାଂସଦ ହୋଇ ପାରିଛନ୍ତି । ଆଗାମୀ  ପଞ୍ଚାୟତ ନିର୍ବାଚନ ରେ ତାଙ୍କର ଅବହେଳା ଦଳ ପାଇଁ କି ସୁଯୋଗ ଆଣିଦେବ ତାହା ଦେଖିବାକୁ ବାକି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.