Home Top News ଚାକିରି ନାଁରେ ଠକେଇ: ବୃଦ୍ଧଙ୍କଠାରୁ ଧନ ଲୁଟିନେଲେ ଦଲାଲ, ଦିଲ୍ଲୀରୁ ଅନେକ ଦିନରେ ୧୨୦୦ କିମି...

ଚାକିରି ନାଁରେ ଠକେଇ: ବୃଦ୍ଧଙ୍କଠାରୁ ଧନ ଲୁଟିନେଲେ ଦଲାଲ, ଦିଲ୍ଲୀରୁ ଅନେକ ଦିନରେ ୧୨୦୦ କିମି ରେଳ ଟ୍ରାକରେ ଚାଲିଚାଲି ଧାନବାଦ୍‌ରେ ପହଞ୍ଚିଲେ ଏହି ପାହାଡ଼ିଆ ବୃଦ୍ଧ

97
Image Credit - AAJtak

ନୂଆ ଦିଲ୍ଲୀ ୧୩-୩ (ଓଡ଼ିଆ ପୁଅ) ରୋଜଗାରର କରିବା ପାଇଁ ଲୋଭ ଦେଖାଇ ଲୁଟିନେଲା ଦଲାଲ। ଶେଷରେ ପାଦରେ ଚାଲିଚାଲି ୧୨୦୦ କିଲୋମିଟର ଯାତ୍ରାକରିବାକୁ ଲାଗିଲା ୪-୫ ମାସ। ଲୋକମାନଙ୍କୁ ଆଜିକାଲି ଏହିପରି ଲୋଭ ଦେଖାଉଛନ୍ତି ଦୁର୍ବୃତ୍ତ। ତେବେ ସେମାନେ ପ୍ରଥମେ କିଛି ସ୍ୱପ୍ନ ଦେଖାନ୍ତି ଏବଂ ତା’ପରେ ସ୍ୱପ୍ନକୁ ଭାଙ୍ଗିଦିଆଯାଏ ଏବଂ ଶିକାର ହୁଅନ୍ତି ଅଶିକ୍ଷିତ କିଛି ଗରିବ ଲୋକ। ଏହିପରି ଏକ ଘଟଣା ଘଟିଛି ସାହିବଗଞ୍ଜର ପାହାଡିଆ ଜନଜାତିର ବୃଦ୍ଧଙ୍କ ସହିତ। ଝାଡଖଣ୍ଡର ମଧ୍ୟସ୍ଥି ଦ୍ୱାରା ପ୍ରଥମେ ପ୍ରଲୋଭିତ ହୋଇ ଦିଲ୍ଲୀକୁ ନିଆଯାଇଥିଲା। ପରେ, ତାଙ୍କ ପାଖରେ ଥିବା ଟଙ୍କା ଛଡ଼ାଇ ନେଇ ମଧ୍ୟସ୍ଥି ତାଙ୍କୁ ରାସ୍ତାରେ ଛାଡିଦେଇଥିଲା। ତେଣୁ ସେ ୧୨୦୦ କିଲୋମିଟର ରେଳ ଟ୍ରାକ୍ ଧରି ପାଦରେ ଚାଲିଚାଲି ଧାନବାଦରେ ପହଞ୍ଚିଥିଲେ।

ସାହିବଗଞ୍ଜର ବାରଜୋମ ବାମଡା ପାହାଡ଼ିଆ ନାମକ ବୟସ୍କ ବ୍ୟକ୍ତି ଦିଲ୍ଲୀ ଯାଇ ଭାବିଥିଲେ ଯେ କିଛି କାମ କରି ସେ ନିଜ ପତ୍ନୀଙ୍କୁ ଦୁଇ ଓଳି ଖାଇବାକୁ ଦେଇ ପାରିବେ। କିନ୍ତୁ ବୋଧହୁଏ ତାଙ୍କ ଭାଗ୍ୟରେ ଆଉ କିଛି ଲେଖାଯାଇଥିଲା। ତାଙ୍କୁ ଦିଲ୍ଲୀ କାମ ଯୋଗାଇଦେବା ପାଇଁ ନେଇଥିଲା ଜଣେ ଦଲାଲ। ପରେ ତାଙ୍କଠାରୁ ଅଳ୍ପ ପରିମାଣର ଟଙ୍କା ମଧ୍ୟ ଲୁଟି ନେଇଥିଲା ସେହି ଦଲାଲ ଏବଂ ତାଙ୍କୁ ରାସ୍ତାରେ ଛାଡ଼ି ଚାଲିଯାଇଥିଲା।

ପାହାଡିଆ ଜନଜାତିର ଏହି ବୟସ୍କ କିଛି ବୁଦ୍ଧିବାଟ ନପାଇ ଗତ ୪-୫ ମାସ ଧରି ଚାଲିଚାଲି ଯାତ୍ରା କରୁଛନ୍ତି। ମହୁଡାରେ ପହଞ୍ଚିବା ପରେ କିଛି ବ୍ୟାଙ୍କର ସଦସ୍ୟମାନେ ତାଙ୍କର ଖାଇବା ପାଇଁ ବ୍ୟବସ୍ଥା କରିଥିଲେ ଏବଂ ବର୍ତ୍ତମାନ ଏହି ବୟସ୍କ ବୃଦ୍ଧଙ୍କୁ ଘରକୁ ପଠାଇବାକୁ ସ୍ଥିର କରିଛନ୍ତି ଏହି ସଦସ୍ୟମାନେ। ବ୍ୟାଙ୍କର ସଦସ୍ୟ କହିଛନ୍ତି ଯେ ତାଙ୍କୁ ବସ୍ ମାଧ୍ୟମରେ ଘରକୁ ପଠାଇବାକୁ ବ୍ୟବସ୍ଥା କରାଯାଉଛି।

ସୂଚନାଯୋଗ୍ୟଯେ, ସାହିବଗଞ୍ଜ ଜିଲ୍ଲାର ଆମାଦ୍ବିଥା ବ୍ଲକ-ପାଟନା, ପଞ୍ଚାୟତ-ତାଲଜାରୀରୁ ଆସିଥିବା ବାରଜୋମ ବାମଡା ପାହାଡିଆ ଗତ ୪-୫ ମାସ ଧରି ରେଳ ଟ୍ରାକ୍ ରେ ଯାତ୍ରା କରିଥିଲେ। ଅଳ୍ପ ଟଙ୍କା ବ୍ୟତୀତ ତାଙ୍କ ପାଖରେ ଏକ ବ୍ୟାଗ ମଧ୍ୟ ଥିଲା, ଯେଉଁଥିରେ ଆଧାର କାର୍ଡ ଏବଂ ଅନ୍ୟାନ୍ୟ ଜିନିଷ ଥିଲା। ବାଟରେ ତାକୁ ମଧ୍ୟ କେହି ନେଇ ଯାଇଥିଲା। ସେ ଦିନସାରା ତୃଷାର୍ତ୍ତ ଓ ଭୋକିଲା ରହିଥିଲେ। ପ୍ରକୃତରେ କହିବାକୁ ଗଲେ ବୃଦ୍ଧଙ୍କର ପତ୍ନୀ ବ୍ୟତୀତ ତାଙ୍କ ପରିବାରରେ କେହି ନାହାଁନ୍ତି ଏବଂ ସେ ବାହାର ଯାଗା ବିଷୟରେ ବିଶେଷ କିଛି ଜାଣି ନାହାଁନ୍ତି। ଦଲାଲଙ୍କ ଜାଲରେ ପଡ଼ି ଫଶିଯାଇଥିଲେ। ଯାହା ସଞ୍ଚିତ ଅଳ୍ପ କିଛ ଧନ ନେଇଯାଇଥିଲେ ତାହା ମଧ୍ୟ ଲୁଟିନେଇଥିଲେ ଦଲାଲ। ତେବେ କୌଣସି ମତେ ମାଗିଖାଇ ବାଟ ପଚାରି ପଚାରି ଶେଷରେ ସେ ଧାନବାଦ ପହଁଚି ଯାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.