ନୂଆ ଦିଲ୍ଲୀ ୩-୧ (ଓଡ଼ିଆ ପୁଅ) ଚଳିତ ବର୍ଷ ୭୩ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଯେଉଁଥିରେ ୬୯ ସଦସ୍ୟ ଅବସର ନେବାକୁ ଯାଉଛନ୍ତି। ଏବଂ ଅନ୍ୟ ୪ଟି ଆସନ ଖାଲି ପଡ଼ିଛି। ଏଥି ମଧ୍ୟରୁ ଏବେ ୧୮ ଟି ଆସନ ଭାରତୀୟ ଜନତା ପାର୍ଟି ଏବଂ ୧୭ଟି ଆସନ କଂଗ୍ରେସ ପାଖରେ ଅଛି।
କେନ୍ଦ୍ରୀୟ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ରାମଦାସ ଅଠାୱଲେଙ୍କ ବ୍ୟତୀତ ଅନ୍ୟ ପ୍ରମୁଖ ନେତା ଶରଦ ପାୱାର, ଦିଗବିଜୟ ସିଂହ ଏବଂ ବିଜୟ ଗୋଏଲଙ୍କର କାର୍ଯ୍ୟକାଳ ସମାପ୍ତ ହେଉଛି। ବର୍ତ୍ତମାନ ରାଜ୍ୟ ସଭାରେ ଶାସକ ଦଳ ଭାରତୀୟ ଜନତା ପାର୍ଟିର ୮୩ ଜଣ ସଦସ୍ୟ ଥିବା ବେଳେ କଂଗ୍ରେସର ୪୬ ଜଣ ସଦସ୍ୟ ଅଛନ୍ତି।
ଉତ୍ତର ପ୍ରଦେଶରୁ ଭାରତୀୟ ଜନତା ପାର୍ଟିକୁ ଭଲ ଖବର ମିଳିପାରେ, କାରଣ ଚଳିତ ବର୍ଷ ବର୍ଷ ରାଜ୍ୟର ୧୦ଟି ଆସନ ଖାଲି ହେବାକୁ ଯାଉଛି, ଯେଉଁଥିରେ ଅଧିକାଂଶ ବିଜେପି ବିଜୟୀ ହେବାର ସମ୍ଭାବନା ଅଛି। ଅବଶ୍ୟ, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଝାରଖଣ୍ଡ ଏବଂ ମହାରାଷ୍ଟ୍ର, କଂଗ୍ରେସ ପକ୍ଷରେ କିଛି ଯାଇପାରେ। ରାଜ୍ୟସଭାର ଅଧିକାଂଶ ଆସନ ଚଳିତ ବର୍ଷ ଉତ୍ତର ପ୍ରଦେଶରୁ ଖାଲି ହେବାକୁ ଯାଉଥିବା ବେଳେ ମହାରାଷ୍ଟ୍ରରୁ ସାତଟି, ତାମିଲନାଡୁରୁ ଛଅଟି, ପଶ୍ଚିମ ବଙ୍ଗ ଏବଂ ବିହାରରୁ ପାଞ୍ଚ-ପାଞ୍ଚଟି ଆସନ ଖାଲି ହେବ।
ଆନ୍ଧ୍ର ପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ ଏବଂ ଓଡିଶାରୁ ଚାରୋଟି ଲେଖାଏଁ ଆସନ ଖାଲି ହେବାକୁ ଯାଉଥିବା ବେଳେ ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରୁ ତିନୋଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ସେହିପରି ତେଲେଙ୍ଗାନା, ହରିଆଣା, ଝାରଖଣ୍ଡ ଏବଂ ଛତିଶଗଡ଼ରୁ ଦୁଇଟି ଲେଖଁାଏ ଆସନରେ ନିର୍ବାଚନ ହେବ। ଉତ୍ତରାଖଣ୍ଡ, ହିମାଞ୍ଚଳ ପ୍ରଦେଶ, ମିଜୋରାମ, ମେଘାଳୟ ମଣିପୁର ଏବଂ ଅରୁଣାଚଲ ପ୍ରଦେଶରୁ ଗୋଟିଏ ଗୋଟିଏ ରାଜ୍ୟସଭା ଆସନ ପାଇଁ ମଧ୍ୟ ମତଦାନ ହେବ।
କଂଗ୍ରେସ ନେତୃତ୍ଵରେ ୟୁପିଏ ସରକାର ଦ୍ଵାରା ମନୋନୀତ ଓକିଲ କେଟିଏସ ତୁଳସୀଙ୍କର ମଧ୍ୟ ଚଳିତ ରାଜ୍ୟସଭା କାର୍ଯ୍ୟକାଳ ସମାପ୍ତ ହେଉଛି।
ତେବେ ଜାଣନ୍ତୁ କେଉଁ କେଉଁ ରାଜ୍ୟରୁ କେଉଁ ଆସନ ଖାଲି ହେବ
୧ ତୁଲସୀ, ଶ୍ରୀ କେ.ଟି.ଏସ. ମନୋନୀତ
୨ ଅଠାୱଲେ, ଶ୍ରୀ ରାମଦାସ ମହାରାଷ୍ଟ୍ର
୩ ବାନାର୍ଜୀ, ଶ୍ରୀ ଋତବ୍ରତ ପଶ୍ଚିମ ବଙ୍ଗ
୪ ବିଶ୍ୱାଳ, ଶ୍ରୀ ରଂଜୀବ ଓଡିଶା
୫ ଚୌଧରୀ, ପ୍ରୋ. ଯୋଗେନ ପଶ୍ଚିମ ବଙ୍ଗ
୬ ଦଲୱାଈ, ଶ୍ରୀ ହୁସୈନ ମହାରାଷ୍ଟ୍ର
୭ ଧୂତ, ଶ୍ରୀ ରାଜକୁମାର ମହାରାଷ୍ଟ୍ର
୮ ଗୁପ୍ତା, ଶ୍ରୀ ମନୀଷ ପଶ୍ଚିମ ବଙ୍ଗ
୯ ହାସନ, ଶ୍ରୀ ଅହମ୍ମଦ ପଶ୍ଚିମ ବଙ୍ଗ
୧୦ ହେମ୍ବ୍ରମ, ଶ୍ରୀମତୀ ସରୋଜିନୀ ଓଡିଶା
୧୧ କାକଡ଼େ, ଶ୍ରୀ ସଂଜୟ ଦତ୍ତାତ୍ରେୟ ମହାରାଷ୍ଟ୍ର
୧୨ ମେମନ, ଶ୍ରୀ ମଜୀଦ ମହାରାଷ୍ଟ୍ର
୧୩ ମୁଥୁକରୁପ୍ପନ, ଶ୍ରୀ ଏସ. ତାମିଲନାଡୁ
୧୪ ପବାର, ଶ୍ରୀ ଶରଦ ମହାରାଷ୍ଟ୍ର
୧୫ ରାମାସ୍ଵାମୀ, ଡ. ଶଶିକଲା ପୁଷ୍ପା ତାମିଲନାଡୁ
୧୬ ରଙ୍ଗରାଜନ, ଶ୍ରୀ ଟି.କେ. ତାମିଲନାଡୁ
୧୭ ସେବଲ, ଶ୍ରୀ ଅମର ଶଙ୍କର ମହାରାଷ୍ଟ୍ର
୧୮ ସେଲ୍ଵରାଜ, ଶ୍ରୀ ଏ.କେ. ତାମିଲନାଡୁ
୧୯ ସିଂହ, ଡ.କଂବର ଦୀପ ପଶ୍ଚିମ ବଙ୍ଗ
୨୦ ଶିବ, ଶ୍ରୀ ତିରୁଚି ତାମିଲନାଡୁ
୨୧ ସ୍ୱାଇଁ, ଶ୍ରୀ ନରେନ୍ଦ୍ର କୁମାର ଓଡିଶା
୨୨ ବିଜିଲା ସଥ୍ୟନ୍ତ, ଶ୍ରୀମତୀ ତାମିଲନାଡୁ
୨୩ ଡେମରୀ, ଶ୍ରୀ ବିଶ୍ୱଜୀତ ଆସାମ
୨୪ ଡୁଡି, ଶ୍ରୀ ରାମ ନାରାଯଣ ରାଜସ୍ଥାନ
୨୫ ଗୋଏଲ, ଶ୍ରୀ ବିଜୟ ରାଜସ୍ଥାନ
୨୬ ଗୋହେଲ, ଶ୍ରୀ ଚୁନ୍ନୀଭାଇ କଂଞ୍ଜିଭାଇ ଗୁଜରାତ
୨୭ ଗୁପ୍ତା, ଶ୍ରୀ ପ୍ରେମ ଚନ୍ଦ ଝାରଖଣ୍ଡ
୨୮ ହରିବଂଶ, ଶ୍ରୀ ବିହାର
୨୯ ଜଟିୟା, ଡ.ସତ୍ୟନାରାୟଣ ମଧ୍ୟ ପ୍ରଦେଶ
୩୦ ଝା, ଶ୍ରୀ ପ୍ରଭାତ ମଧ୍ୟ ପ୍ରଦେଶ
୩୧ ଜୁଦେବ, ଶ୍ରୀ ରଣ ବିଜୟ ସିଂହ ଛତିଶଗଡ଼
୩୨ ଖାନ, ଶ୍ରୀ ମୋ. ଅଲୀ ଆନ୍ଧ୍ର ପ୍ରଦେଶ
୩୩ ମିସ୍ତ୍ରୀ, ଶ୍ରୀ ମଧୁସୂଦନ ଗୁଜରାତ
୩୪ ନାଥବାଣୀ, ଶ୍ରୀ ପରିମଲ ଝାରଖଣ୍ଡ
୩୫ ପଂଚାରିୟା, ଶ୍ରୀ ନାରାୟଣ ଲାଲ ରାଜସ୍ଥାନ
୩୬ ପରୱିନ୍, ଶ୍ରୀମତୀ କହାକାସନ ବିହାର
୩୭ ରାଓ, ଶ୍ରୀ ଗରିକାପତି ମୋହନ ତେଲେଙ୍ଗାନା
୩୮ ରାଓ, ଡ. ଆର କେଶବ ଆନ୍ଧ୍ର ପ୍ରଦେଶ
୩୯ ରାଓ, ଡ. କେ.ବି.ପି. ରାମଚନ୍ଦ୍ର ତେଲେଙ୍ଗାନା
୪୦ ରେଡ୍ଡୀ, ଡ.ଟି. ସୁବ୍ବାରାମୀ ଆନ୍ଧ୍ର ପ୍ରଦେଶ
୪୧ ସୀତାରାମ ଲକ୍ଷ୍ମୀ, ଶ୍ରୀମତୀ ଥୋଟା ଆନ୍ଧ୍ର ପ୍ରଦେଶ
୪୨ ଶୈଲଜା, କୁମାରୀ ହରିୟାଣା
୪୩ ସିଂହ, ଶ୍ରୀ ଦିଗବିଜୟ ମଧ୍ୟ ପ୍ରଦେଶ
୪୪ ସିଂହ, ଶ୍ରୀ କେ. ବବନାନନ୍ଦ ମଣିପୁର
୪୫ ସିହ୍ନା, ଶ୍ରୀ ଆର.କେ. ବିହାର
୪୬ ଠାକୁର, ଡ. ସି.ପି. ବିହାର
୪୭ ଠାକୁର, ଶ୍ରୀ ରାମ ନାଥ ବିହାର
୪୮ ଠାକୁର, ଶ୍ରୀମତୀ ବିପ୍ଲବ ହିମାଞ୍ଚଳ ପ୍ରଦେଶ
୪୯ ଟୁଣ୍ଡିୟା, ମହନ୍ତ ଶମ୍ଭୁ ପ୍ରସାଦ ଜୀ ଗୁଜରାତ
୫୦ ବଡ଼ୋଦେଲେ, ଶ୍ରୀ ଲାଲ ସିଂହ ଗୁଜରାତ
୫୧ ଭୋରା, ଶ୍ରୀ ମୋତୀଲାଲ ଛତିଶଗଡ଼
୫୨ ସିୟାମ, ଶ୍ରୀମ ୟାନସୁକ ମେଘାଲୟ
୫୩ ମୁକୁଟ ମିଠୀ, ଶ୍ରୀ ଅରୁଣାଚଲ ପ୍ରଦେଶ
୫୪ ଗୌଡ଼ା, ପ୍ରୋ. ଏମ.ବି. ରାଜୀବ କର୍ଣ୍ଣାଟକ
୫୫ ହରିପ୍ରସାଦ, ଶ୍ରୀ ବି.କେ. କର୍ଣ୍ଣାଟକ
୫୬ କୋରେ, ଡ. ପ୍ରଭାକର କର୍ଣ୍ଣାଟକ
୫୭ ରେଡ୍ଡୀ, ଶ୍ରୀ ଡି. କୁପେନ୍ଦ୍ର କର୍ଣ୍ଣାଟକ
୫୮ ତିଆଉ, ଶ୍ରୀ ରୋନାଲ୍ଡ ସପା ମିଜୋରାମ
୫୯ ବବ୍ବର, ଶ୍ରୀ ରାଜ ଉତ୍ତରାଖଣ୍ଡ
୬୦ ଖାନ, ଶ୍ରୀ ଜାବେଦ ଅଲୀ ଉତ୍ତର ପ୍ରଦେଶ
୬୧ ପୁନିୟା, ଶ୍ରୀ ପି.ଏଲ. ଉତ୍ତର ପ୍ରଦେଶ
୬୨ ପୁରୀ, ଶ୍ରୀ ହରଦୀପ ସିଂହ ଉତ୍ତର ପ୍ରଦେଶ
୬୩ ରାଜାରାମ, ଶ୍ରୀ ଉତ୍ତର ପ୍ରଦେଶ
୬୪ ଶେଖର, ଶ୍ରୀ ନୀରଜ ଉତ୍ତର ପ୍ରଦେଶ
୬୫ ସିଂହ, ଶ୍ରୀ ଅରୁଣ ଉତ୍ତର ପ୍ରଦେଶ
୬୬ ସିଂହ, ଶ୍ରୀ ବୀର ଉତ୍ତର ପ୍ରଦେଶ
୬୭ ବର୍ମା, ଶ୍ରୀ ରବି ପ୍ରକାଶ ଉତ୍ତର ପ୍ରଦେଶ
୬୮ ଯାଦବ, ଡ. ଚନ୍ଦ୍ରପାଲ ସିଂହ ଉତ୍ତର ପ୍ରଦେଶ
୬୯ ଯାଦବ, ପ୍ରୋ. ରାମ ଗୋପାଲ ଉତ୍ତର ପ୍ରଦେଶ