Home ଜିଲ୍ଲା ପରିକ୍ରମା ଚଳିତ ବର୍ଷ କୋବିଡ କଟକଣାରେ ପାଳନ ହେବ ଧାମନଗରର ପବିତ୍ର ଉର୍ସ ପର୍ବ

ଚଳିତ ବର୍ଷ କୋବିଡ କଟକଣାରେ ପାଳନ ହେବ ଧାମନଗରର ପବିତ୍ର ଉର୍ସ ପର୍ବ

111

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀ ପାଇଁ ରାଜ୍ୟର ସମସ୍ତ ପର୍ବପର୍ବାଣୀ କୋବଡି କଟକଣା ମଧ୍ୟରେ ସମ୍ପନ୍ନ ହେଉଅଛି । ଏହି ପରିପ୍ରେକ୍ଷୀରେ ଧାମନଗର ସ୍ଥିତ ପୀରବାବା ମୁଜାହିଦ୍ ମିଲତ ହବିବୁର ରହେମାନ ଖାନ୍‌ଙ୍କ ୪୧ତମ ଉର୍ସ ଉତ୍ସବ ମଧ୍ୟ କୋବିଡ଼ କଟକଣା ମଧ୍ୟରେ ସମ୍ପୂର୍ଣ୍ଣ ନିରାଡମ୍ବରରେ ପାଳନ ହେବ । ଆସନ୍ତା ଡିସେମ୍ବର ୨୧ ତାରିଖ ଅନୁଷ୍ଠିତ ହେବାକୁ ଥିବା ଏହି ଉର୍ସ ପର୍ବରେ ଚଦର ଶୋଭାଯାତ୍ରା, ଦୋକାନ ବଜାର ବସିବା, ଆଲୋକ ସଜ୍ଜା, ତୋରଣ ନିର୍ମାଣ ଆଦିରେ କଟକଣା ଜାରି କରାଯାଇଛି । ପୀରବାବା ଆସ୍ଥାନକୁ କେବଳ ୭ଜଣ ଶ୍ରଦ୍ଧାଳୁ ଯାଇ ରୀତି ନୀତି ଅନୁଯାୟୀ ପୂଜାପାଠ, ନମାଜ ଆଦି କାର୍ଯ୍ୟ ସମ୍ପନ୍ନ କରିବେ । ପ୍ରତିବର୍ଷ ଏହି ଉର୍ସ ପର୍ବରେ ରାଜ୍ୟ, ଦେଶ ତଥା ବାହାର ଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସି ପୀରବାବାଙ୍କ ଦର୍ଶନ କରିବା ସହିତ ଚାଦର ଚଢାଇ ଉତ୍ସବ ପାଳନ କରନ୍ତି । ଏଥି ନିମନ୍ତେ ୨/୩ ଦିନ ଧରି ଏଠାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ । ତେବେ ଚଳିତ ବର୍ଷ କରୋନା ପାଇଁ ସମସ୍ତ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି । କୌଣସି ପ୍ରକାରର ଗହଳି ହୋଇ ପାରିବ ନାହିଁ । କୌଣସି ପରିସ୍ଥିତିରେ ଆସ୍ଥାନ ନିକଟରେ ୭ଜଣରୁ ଅଧିକ ଲୋକ ଏକତ୍ରିତ ହୋଇ ପାରିବେ ନାହିଁ । ଏହା ବ୍ୟତୀତ ମାଇକ୍ ବଜାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଯେଉଁ ଭକ୍ତମାନେ ନମାଜ ପାଠ କରିବେ ସେମାନେ ନିଜ ନିଜ ଘରେ ରହି ନମାଜ ପାଠ କରିବାକୁ ଆଜି ଅନୁଷ୍ଠିତ ଉର୍ସ ପ୍ରସ୍ତୁତି ବୈଠକରେ କୁହାଯାଇଛି । ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭା ଗୃହରେ ଅନୁଷ୍ଠିତ ବୈଠକରେ ଧାମନଗର ଉର୍ସ କମିଟିର ସଦସ୍ୟମାନେ ଯୋଗ ଦେଇ ଉର୍ସ ପର୍ବ ପାଳନ ନେଇ ସବିଶେଷ ଆଲୋଚନା କରିଥିଲେ । ଭକ୍ତମାନେ ଘରେ ରହି ପୀରବାବାଙ୍କୁ ଅନ୍ ଲାଇନ ମାଧ୍ୟମରେ କିପରି ଦର୍ଶନ କରି ପାରିବେ ସେ ନେଇ କମିଟି ପକ୍ଷରୁ ବନ୍ଦୋବସ୍ତ କରାଯିବାକୁ କୁହାଯାଇଛି । ସମସ୍ତ କାର୍ଯ୍ୟକ୍ରମ ଯେପରି କୋବିଡ଼ କଟକଣା ମଧ୍ୟରେ ପାଳନ ହୁଏ ସେଥିପ୍ରତି ଉର୍ସ କମିଟି ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଏସପି ବିକାଶ ଦାଶ, ଉର୍ସ କମିଟିର ସଦସ୍ୟ, ଅନ୍ୟାନ୍ୟ ପୁଲିସ ଅôଧକାରୀ, ଧାମନଗର ତହସିଲଦାର, ଧାମନଗର ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.