Home ଓଡ଼ିଶା ଚଳିତ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିରର ୧୫୪ କୋଟି ଟଙ୍କାର ବଜେଟ୍ ଅନୁମୋଦିତ

ଚଳିତ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିରର ୧୫୪ କୋଟି ଟଙ୍କାର ବଜେଟ୍ ଅନୁମୋଦିତ

45

ପୁରୀ ୧୭/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଚଳିତ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିରର ୧୫୪ କୋଟି ଟଙ୍କା ବଜେଟ୍ ଅନୁମୋଦିତ ହୋଇଛି। କୋରେନା କଟକଣା ଯୋଗୁଁ ଆୟ କମିଥିବାରୁ ଅନଲାଇନରେ ଡ଼ୋନେସନ ବ୍ୟବସ୍ଥା ଆରମ୍ଭ କରାଯିବ। ନାଗାର୍ଜ୍ଜୁନ ବେଶ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତା ଶନିବାର ବୈଠକ ପରେ ନିଆଯିବ। ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ତୃତୀୟ ସପ୍ତାହ ପରେ ନିଆଯିବ। ସମୁଦାୟ ୮ଟୀ ଦ୍ୱାରକୁ ରୂପା ଖଚିତ କରିବା ପାଇଁ ପ୍ରାଥମିକ ଭାବରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛି। କୋରୋନା କଟକଣା ଯୋଗୁଁଚଳିତ ବର୍ଷା ବଜେଟ ଅନୁମୋଦିତ ହୋଇନଥିବାରୁ ବିଳମ୍ବରେ ଆଜି ଏହା ପରିଚାଳନା କମିଟିରେ ଅନୁମୋଦିତ ହୋଇଛି। ପ୍ରାୟ ୧୫୪ କୋଟି ଟଙ୍କାର ସମତୁଲ ବଜେଟ୍ ଅନୁମୋଦନ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। କୋରୋନା କଟକଣା ଯୋଗୁଁ ଆୟ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିବା ଯୋଗୁଁ ଓ ବ୍ୟୟ ବଢୁଥିବାରୁ ଅନ୍ଲାଇନ ଡ଼ୋନେସନ ବ୍ୟବସ୍ଥା ଲାଗୁ କରାଯିବ। ଭକ୍ତମାନଙ୍କୁ ଅନଲାଇନ୍ରେ ଦାନ କରିବା ପାଇଁ ପ୍ରେତ୍ସାହିତ କରାଯିବ। ପତିତପାବନଙ୍କର ନାଗାର୍ଜ୍ଜୁନ ବେଶ ହେବକି ନାହିଁ, ଯଦି ହୁଏ ଦର୍ଶନ ବ୍ୟବସ୍ଥା କିପରି ହେବ ସେ ନେଇ ଏ ବୈଠକରେ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ଖୋଲିବା ନେଇ ଡ଼ିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଆପାତତଃ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ଖାଲିଲେ ଦର୍ଶନ ବ୍ୟବସ୍ଥା, ନୀତି ସମ୍ପାଦନ ସମ୍ପର୍କରେ ବିଭିନ୍ନ ନିଯୋଗ ସହ ଆଲୋଚନା କରି ମନ୍ଦିର ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ୭୫ମିଟର ଚୈାହଦି ମଧ୍ୟରୁ ଅଧିଗୃହୀତ ହୋଇଥିବା ଜମିକୁ ଶ୍ରୀମନ୍ଦିର ପ୍ରଶାସନ ନାମରେ କରିବା ପାଇଁ ମୁଖ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାରୁ ପରିଚାଳନା କମିଟି ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। ଚଳିତ କୋରୋନା କଟକଣା ଯୋଗୁଁ ଜୀବିକା ହରାଇଥିବା ସେବାୟତମାନଙ୍କୁ ୫ମ କିସ୍ତୀ ସହାୟତା ରାଶି ପ୍ରଦାନ କରାଯିବ। ସେହିପରି ଆସନ୍ତା ନୂଆବର୍ଷରୁ ଶ୍ରୀମନ୍ଦିର ସୋସିଆଲ୍ ମିଡ଼ିଆ ବ୍ୟବସ୍ଥାକୁ ଅଧିକ ସକ୍ରୀୟ ଓ ଗୁରୁତ୍ୱ ଦିଆଯିବ। ଆଜିର ଏହି ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟ ସିଂହ ଦେବ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମୁଖ୍ୟ ପ୍ରଶାସକ କ୍ରୀଷନ୍ କୁମାର, ଜିଲ୍ଲାପାଳ ବଲବନ୍ତ ସିଂ, ଏସ୍ପି ଅଖିଳେଶ୍ୱର ସିଂ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଭାଗ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.