Home ଜିଲ୍ଲା ପରିକ୍ରମା ଚରମ୍ପା ମହାବିଦ୍ୟାଳୟରେ ରେଡ୍‌କ୍ରସ ପ୍ରଶିକ୍ଷଣ ଶିବିର

ଚରମ୍ପା ମହାବିଦ୍ୟାଳୟରେ ରେଡ୍‌କ୍ରସ ପ୍ରଶିକ୍ଷଣ ଶିବିର

38

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ମହାବିଦ୍ୟାଳୟ ପରିସରରେ ଭାରତୀୟ ରେଡକ୍ରସ ସଂସ୍ଥା ଓ ରାଜ୍ୟ ରେଡକ୍ରସ ଶାଖା ଆନୁକୂଲ୍ୟରେ ଯୁବ ରେଡକ୍ରସ ତରଫରୁ ଏକ ତ୍ରିଦିବସୀୟ ସାମାଜିକ ଜରୁରୀକାଳୀନ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ ଶିବିର ଓ ମକଡ୍ରିଲ ଅନୁଷ୍ଠିତ ହୋଇ ଯାଇଛି । ‘ସର୍ଭ’ ନାମରେ ଅବିହିତ ଏହି ପ୍ରଶିକ୍ଷଣ ଶିବିର ଯୁକ୍ତ ୩ ତୃତୀୟ ବର୍ଷ ଓ ଦ୍ୱିତୀୟ ବର୍ଷର ୨୫ ଜଣ ଛାତ୍ରଛାତ୍ରୀ ତଥା ସ୍ୱେଚ୍ଛାସେବୀଙ୍କୁ ନେଇ ଗତ ୭ ତାରିଖରେ ଚରମ୍ପା କଲେଜ ସଭାଗୃହରେ କଲେଜର ଅଧ୍ୟକ୍ଷ ବ୍ରଜକିଶୋର ବଳ, ଯୁବ ରେଡକ୍ରସ୍‌ର ଉପଦେଷ୍ଟା ଡ.ସୁକାନ୍ତି ମହାପାତ୍ର, ବିଶ୍ୱ ରଂଜନ ଜେନା, ବହିରାଗତ ପ୍ରଶିକ୍ଷକ ଗଞ୍ଜାମ ଜିଲ୍ଲାର ପ୍ରାଧ୍ୟାପକ ଦିଲିପ କୁମାର ଆଚାର୍ଯ୍ୟ, ବେତନଟୀ କଲେଜର ଅଧ୍ୟାପକ ଚିତ୍ତରଂଜନ ରାଉତ, ଚରମ୍ପା ମହାବିଦ୍ୟାଳୟର ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଉପସ୍ଥିତିରେ ଉଦ୍‌ଘାଟିତ ହୋଇଥିଲା । ପ୍ରଥମ ଦୁଇଦିନ ୭ ତାରିଖ ଓ ୮ ତାରିଖରେ ଫାଷ୍ଟ ଏଡ୍ ସମ୍ବନ୍ଧରେ ସବିଶେଷ ପ୍ରଶିକ୍ଷଣ ସେଚ୍ଛାସେବୀ ମାନଙ୍କୁ ଦିଆଯାଇଥିଲା । ୯ ତାରିଖରେ ମାଷ୍ଟର ଟ୍ରେନର ଗୁଲମନ୍‌କୁମାର ଦାଶ ଭୁବନେଶ୍ୱର ରାଜ୍ୟଶାଖା ତରଫରୁ ଆସି ପିଲାମାନଙ୍କର ଫାଷ୍ଟ ଏଡ୍ ଦକ୍ଷତାର ମୂଲ୍ୟାୟନ କରିଥିଲେ । ପରେ ସେମାନଙ୍କୁ ବିପର୍ଯ୍ୟୟ ପରିଚାଳନାର ତାଲିମ ଦିଆଯାଇଥିଏେ । ଚତୁର୍ଥ ଦିନ ୧୦ ତାରିଖରେ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀମାନେ ଅସୁରା ପ୍ରାଇମେରୀ ବିଦ୍ୟାଳୟ ପରିସରରେ ଗ୍ରାମବାସୀ ଓ ସ୍କୁଲ ପିଲାମାନଙ୍କୁ ବିପର୍ଯ୍ୟୟ ପରିଚାଳନା ଓ ଫାଷ୍ଟ ଏଡ୍‌ର ମକ୍‌ଡ୍ରିଲ ପିଲାମାନଙ୍କୁ ସଠିକ୍ ଭାବରେ ହାତ ଧୋଇବରାର ଶୈଳୀ ଶିଖାଇଥିଲେ । ଏହି ପ୍ରଶିକ୍ଷଣ ଶିବିରଟି ଜରୁରୀକାଳୀନ ପରିସ୍ଥିତିରେ କିପରି ସ୍ୱେଚ୍ଛାସେବୀମାନେ ବିପର୍ଯ୍ୟୟ ପରିଚାଳନା କରିବାକୁ ସମର୍ଥ ହୋଇ ପାରିବ, ସେହି ଲକ୍ଷ୍ୟ ପୂରଣ ପାଇଁର୍ ଉଦ୍ଦିଷ୍ଟ ଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.