Home ଜିଲ୍ଲା ପରିକ୍ରମା ଚରମ୍ପା ବରିଷ୍ଠ ନାଗରିକ ସଂଘର କରୋନା ସଚେତନତା ଓ ଶ୍ରଦ୍ଧାଞ୍ଜଳି ସଭା

ଚରମ୍ପା ବରିଷ୍ଠ ନାଗରିକ ସଂଘର କରୋନା ସଚେତନତା ଓ ଶ୍ରଦ୍ଧାଞ୍ଜଳି ସଭା

41

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପ୍ରାଙ୍ଗଣରେ କୋଭିଡ଼ – ୧୯ ନିୟମ ପାଳନ କରି ଗଗନ ବିହାରୀ ରାଉତଙ୍କ ସଭାପତିତ୍ୱରେ ସଂଘର ବୈଠକ କରାଯାଇଛି। ପ୍ରଥମେ ସଂଘର ସଦସ୍ୟ ପ୍ରାଧ୍ୟାପକ ସ୍ୱର୍ଗତ ପ୍ରଭାତ କୁମାର ବଳ ଓ କବି ସ୍ୱର୍ଗତ ସଦାନନ୍ଦ ସାହୁଙ୍କ ଦେହାନ୍ତ ଜନିତ ଶୋକସଭା ଓ ଶ୍ରଦ୍ଧା ସୁମନ ଅର୍ପଣ, ନିରବ ପ୍ରାର୍ଥନା କରାଯାଇଥିଲା। ପଦ୍ମଲୋଚନ ମହାଳିକ, ବାବୁଲାଲ ଦାସ, କ୍ଷିତିଶ ଚନ୍ଦ୍ର ରାଉତ, ଜଗବନ୍ଧୁ ମହାନ୍ତି, ନିର୍ମଳ ଚନ୍ଦ୍ର ମହାନ୍ତି, ରତ୍ନାକର ହାତୀ, ଶତରୂପା ବଳ, ସ୍ଥିତପ୍ରଜ୍ଞା ବଳ, ନରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ସଂଘର ସାଧାରଣ ସମ୍ପାଦକ କୈଳାସ ମହାପାତ୍ର ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ଅନୁରୋଧ କରି ପ୍ରକାଶ କଲେ କି, କରୋନା ମହାମାରୀ ସମୟରେ ଜିଲ୍ଲା ପ୍ରଶାସନ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ଟିକା ପ୍ରଦାନ କରାଇଥିବାରୁ ବୈଠକରେ ସାଧୁବାଦ ଅର୍ପଣ କରାଯାଇଥିଲା। ଓଡ଼ିଶା ସାମାଜିକ ସୁରକ୍ଷା ବିଭାଗର ସଚିବ ଗତ ମାର୍ଚ୍ଚ ୩ ତାରିଖରେ ମସସ୍ତ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରି ବରିଷ୍ଠ ନାଗରିକମାନଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ସେବା, ଅବସର ବିନୋଦନ, ଯୋଗ, ଫିଜିଓଥେରାପି କରିବା ପାଇଁ ଆନୁସଂଗିକ ସବୁିଧା ଯେଗ।।ଇବା ପାଇଁ, କିନ୍ତୁ ଚରମ୍ପା ବରିଷ୍ଠ ନାଗରିକ ସଂଘ ଭଦ୍ରକ ତହସିଲଦାରଙ୍କୁ ସଂଘ ପାଇଁ ଏହି ସବୁ କାର୍ଯ୍ୟ ସମ୍ପନ୍ନ ନିମନ୍ତେ ୪ ଡିସିମିଲ ସରକାରୀ ଯାଗା ଯୋଗାଇଦେବାକୁ ଅନୁରୋଧ କରିଥିଲେ ମଧ୍ୟ ଦୀର୍ଘ ୨ ବର୍ଷ ବିତି ଯାଇଥିଲେ ବି ପ୍ରଶାସନ ସଂଘକୁ ଯାଗା ଯୋଗାଇ ଦେଉନାହିଁ। ଏ ନେଇ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ସଂଘର କୋଷାଧ୍ୟକ୍ଷ ସୁଦର୍ଶନ ବିଶ୍ୱାଳ ସଂଘର ଆୟବ୍ୟୟର ଆଲୋଚନା କରିଥିଲେ। ନୂତନ ସଭ୍ୟଙ୍କ ପାଇଁ ସଭ୍ୟ ଚାନ୍ଦା କମ୍ କରିବାକୁ ସଭ୍ୟ କଳାକାର ମିଶ୍ର, ଶ୍ରୀନିବାସ ବେହେରା, ସୁରେନ୍ଦ୍ର ମଲିକ, ବରଦା ପଣ୍ଡା, ଗୋପାଳ ପଣ୍ଡା, ଶଙ୍କର୍ଷଣ ସାହୁ, ଅନନ୍ତ ନାୟକ, ବିଶ୍ୱନାଥ ବେହେରା, ବିଜୟ ସେନାପତି, ଉପେନ୍ଦ୍ର ରାଉତ, ଚିତ୍ତରଂଜନ ଦାସ, ଶ୍ରୀକାନ୍ତ ସେଠୀ, ମଥୁରାମୋହନ ନାୟକ, ଅମରନାଥ ସାହୁ ପ୍ରମୁଖଙ୍କୁ ଆଗାମୀ ବର୍ଷ ପାଇଁ ସଂଘର କର୍ମକର୍ତ୍ତା ଚୟନ ପାଇଁ ନିତି ନିର୍ଦ୍ଧାଣ କରିବାକୁ ଅନୁରୋଧ କରାଯାଇôଥଲା। ତେବେ କରୋନା ଜନିତ ନୂତନ କର୍ମକର୍ତ୍ତା ଚୟନରେ ବିଳମ୍ବ ହେଉଥିବାରୁ ନୂତନ କର୍ମକର୍ତ୍ତା ଚୟନ ପର୍ଯ୍ୟନ୍ତ ବର୍ତ୍ତମାନର କର୍ମକର୍ତ୍ତାମାନେ ଦାୟିତ୍ୱ ନିର୍ବାହ କରିବାକୁ ସଂଘ ପକ୍ଷରୁ କୁହାଯାଇଥିଲା। ସଂଘ ପକ୍ଷରୁ ଆସନ୍ତା ସ୍ୱାଧୀନତା ଦିବସକୁ କରୋନା କଟକଣାରେ ପାଳନ କରିବାକୁ ନିଷ୍ପତି ନିଆଯାଇଥିଲା। ଶେଷରେ ସମ୍ପାଦକ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.