Home ଜିଲ୍ଲା ପରିକ୍ରମା ଚରମ୍ପା ପୌର ସ୍ୱାସ୍ଥ୍ୟକେନ୍ଦ୍ରରେ ଝୁଲୁଛି ତାଲା

ଚରମ୍ପା ପୌର ସ୍ୱାସ୍ଥ୍ୟକେନ୍ଦ୍ରରେ ଝୁଲୁଛି ତାଲା

21

ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ଚରମ୍ପାରେ ଥିବା ପୌରପାଳିକା ପରିଚାଳିତ ସ୍ୱାସ୍ଥ୍ୟକେନ୍ଦ୍ରରୁ ସ୍ଥାନୀୟ ଲୋକେ ଆଉ ସେବା ପାଉନାହାଂତି । ବର୍ଷାଧିକ କାଳ ହେବ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ପ୍ରକାର ତାଲା ଝୁଲୁଛି । ୨୬ ବର୍ଷ ବୟସର ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ୪ବର୍ଷ ତଳେ କେବଳ ରଙ୍ଗ ମରାଯାଇ ଉନ୍ନତିକରଣ କରାଯାଇଥିଲା । କିନ୍ତୁ ଆଜି ସ୍ୱାସ୍ଥ୍ୟକେନ୍ଦ୍ରର ଅବସ୍ଥା ଯେଉଁ ତିମରେ କୁ ସେହି ତିମିରେ । ଡାକ୍ତର ନାହାଂତି କି କର୍ମଚାରୀ ନାହାଂତି । ମାସକରେ ଥରେ ଖୋଲାଯାଇ ଭତ୍ତା ବଂଟନ କରାଯାଉଛି । ଅର୍ଥାତ ଡାକ୍ତରଖାନାକୁ ଭତା ବଂଟନ କେନ୍ଦ୍ର୍ର କରଦିଆଗଲାଣି (?) । ଉଲ୍ଲେଖନୀୟ ଯେ; ସହରର ୧,୨ ଓ ୩ନଂ ୱାର୍ଡବାସିନ୍ଦାକୁ ପ୍ରାଥିମକ ଚିକିତ୍ସା ଦେବା ଲକ୍ଷ୍ୟରେ ୧୯୯୪ମସିହାରେ ହନୁମାନ ହାଟ/ବରାଳପୋଖରୀ ନିକଟରେ ପୌର ସ୍ୱାସ୍ଥ୍ୟକେନ୍ଦ୍ରର ସ୍ଥାପନ କରାଯାଇଥିଲା । ତତ୍କାଳୀନ ପୌରପାଳ ବୀରେନ ପଲେଇଙ୍କ ବିଶେଷ ଉଦ୍ୟମରେ ଏହାର ସ୍ଥାପନା ହୋଇଥିଲା । ତତ୍କାଳୀନ ମନ୍ତ୍ରୀ ବୈରାଗୀ ଜେନା, ତତ୍କାଳୀନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ସ୍ୱାସ୍ଥ୍ୟକେନ୍ଦ୍ରର ଉଦଘାଟନୀ ଉତ୍ସବରେ ଅତିଥି ଥିଲେ । ୩ଟ ଓାର୍ଡର ୭ହଜାର ଅଧିବାସୀଙ୍କ ସ୍ୱାସ୍ଥ୍ୟସେବା ଯୋଗାଇବା ଏହି ସ୍ୱାସ୍ଥ୍ୟକେନ୍ଦ୍ରର ମୂଳ ଉଦ୍ଦେଶ୍ୟ ଥିଲା । ଏଥିସହିତ ପଡୋଶୀ ବାଲେଶ୍ୱର ଜିଲାର ଲୋକେ ମଧ୍ୟ ଏହି ସ୍ୱାସ୍ଥ୍ୟକେନ୍ଦ୍ରରୁ ଉପକୃତ ହେଉଥିଲେ । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ; ଆରମ୍ଭରୁ ଡାକ୍ତର ଆସୁଥିଲେ । କିଛିବର୍ଷ ପର ଆଉ ଡାକ୍ତର ରହିଲେ ନାହିଁ, ଫାର୍ମାସିଷ୍ଟ କାମ ଚଳାଉଥିଲେ । ଏବେ କେହି ଆସୁନାହାଂତି… । ତେବେ ୨୦୧୭ମସିହାରେ ପୌରପାଳିକା ପକ୍ଷରୁ ହଠାତ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଘରଦ୍ୱାର ନବୀକରଣ କଥା ମନେ ପଡିଥିଲା । କିଛି ମରାମତି ଓ ରଙ୍ଗ ମରାଯାଇ କାମ ସାରି ଦିଆଗଲା । କୁହାଯାଇଥିଲା ଏଣିକି ନିୟମିତ ଡାକ୍ତର ଆସିବେ । ହେଲେ ଆସିଲେ ନାହିଁ… । ତେବେ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ୩ଟି ୱାର୍ଡ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । କାରଣ ଲେବଲ କ୍ରସିଂ ଆରପେଟ ଥିବା ଏହି ଲୋକମାନେ ଜ୍ୱର,ଝାଡା ହେଲେ ବି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ପହଂଚିବା କଷ୍ଟକର ହୋଇଥାଏ । ପୁଣି ଭିତିଭୂମି ରହିଥିବାରୁ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ହେଲେ ସ୍ୱାସ୍ଥ୍ୟକେନ୍ଦ୍ରଟି ସେବା ଯୋଗାଇପାରନ୍ତା । ଯାହା ସମ୍ଭବ ହେଉନାହିଁ । ଅପରପକ୍ଷେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କୁ ମଧ୍ୟ ସ୍ଥାନୀୟ ଲୋକେ ଇତିମଧ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥା ସମ୍ପର୍କରେ ଅବଗତ କରାଇଛନ୍ତି । ବିଧାୟକ ଶ୍ରୀ ମଲ୍ଲିକ ଅନେକ ପ୍ରତିଶ୍ରୁତି ଦେଇଛନ୍ତି, କିନ୍ତୁ କାର୍ଯ୍ୟକାରୀ ହେବ କି ନାହିଁ ଲକ୍ଷ୍ୟ କରିବାର କଥା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.