ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା ଥାନା ଅର୍ନ୍ତଗତ ଚରଦିଆ ପଂଚାୟତରେ ନିଆଁ ଲାଗି ୬ବଖରା ଘର ସଂପୂର୍ଣ ଭସ୍ମୀଭୂତ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଚରଦିଆ ପଂଚାୟତ ଅଧିନସ୍ଥ ହରିଶପୁର ମୁସଲିମ ବସ୍ତିରେ ବିଦ୍ୟୁତ ସଟସର୍କିଟରୁ ପ୍ରଥମେ ସେକ ତୈମୁର ଙ୍କ ଘରେ ନିଆଁ ଲାଗିଯାଇ ସଂପୂର୍ଣ ଭସ୍ମୀଭୂତ ହୋଇ ଯାଇଥିଲା । ନଦୀକୂଳିଆ ଗ୍ରାମ ହୋଇଥିବାରୁ ଏବଂ ଖରାଦିନରେ ପ୍ରବଳ ଝାଞି ପବନ ହେତୁ ଏହି ନିଆଁ ବ୍ୟାପିଯାଇ ନିକଟସ୍ଥ ଅନ୍ୟ ୫ଟି ପରିବାର ର ୫ବଖରା ସଂପୂର୍ଣ ପୋଡି ପାଉଁଶ ହୋଇ ଯାଇଥିଲା । ପରେ ଖବର ପାଇ ଚାନ୍ଦବାଲିରୁ ଅଗ୍ନିଶମ ବାହିନୀ ଆସି ଏହି ଗ୍ରାମରେ ପହଂଚିଥିଲେ ମଧ୍ୟ ସେତେବେଳକୁ ୬ଟି ପରିବାରର ୬ବଖରା ଘର ସଂପୂର୍ଣ ପୋଡି ପାଉଁଶ ହୋଇ ଯାଇଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟ ଆଜି ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନୀ ସାହୁଙ୍କ କାର୍ଯ୍ୟକ୍ରମ ଚରଦିଆ ନିକଟସ୍ଥ ନିମତଳା ଠାରେ ଚାଲିଥିବା ବେଳେ ଗ୍ରାମର ସମସ୍ତ ଲୋକେ ମନ୍ତ୍ରୀକୁ ଦେଖିବା ପାଇଁ ସେଠାରେ ଉପସ୍ଥିତ ଥିବା ବେଳେ ଏହି ନିଆଁକୁ ଆୟତ କରିବା ପାଇଁ କେହି ଗ୍ରାମବାସୀ ଉପସ୍ଥିତ ନଥିବା ଜଣାଯାଇଛି ।