Home ଓଡ଼ିଶା ଚମ୍ପୁଆ ବିଧାୟିକାଙ୍କ ଦ୍ୱାରା ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ଚମ୍ପୁଆ ବିଧାୟିକାଙ୍କ ଦ୍ୱାରା ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

337

ାା ଯୋଡା, ୨୪/୧୦ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ।ା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ, ଓଡିଶା ସରକାର, ଜିଲ୍ଲା ପ୍ରଶାସନ କେନ୍ଦୁଝର ଓ ଯୋଡା ପୌରପାଳିକା ତରଫରୁ ପୌରାଞ୍ଚଳ ଅନ୍ତର୍ଗତ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଗୁରୁବାର ଦିନ ପରିଷଦ ସଭା ଗୃହରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଦ୍ୱାରା ଭତ୍ତା ବଣ୍ଟନ କରାଯାଇଛି । ଏକକାଳିନ ତିନି ମାସର ଭତ୍ତା ପ୍ରଦାନ କରାଯାଇଥିବା ବେଳେ ହିତାଧିକାରୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଥିବା ଦେଖିବାକୁ ମିଳିଛି । ପୂର୍ବରୁ ପୌରପରିଷଦ ପକ୍ଷରୁ ୧୪ଟି ୱାର୍ଡର ୨ ହଜାର ୧ଶହ ୮ଜଣ ହିତାଧିକାରୀ ଏହାର ସୁବିଧା ପାଉଥିବା ବେଳେ ନୂତନ ଭାବେ ଅଧିକ ୨୩୪ ଜଣଙ୍କୁ ଚିହ୍ନଟ କରାଯାଇ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯିବା ସହିତ ଭତ୍ତା ପ୍ରଦାନ କରାଯାଇଛି । ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଉପସ୍ଥିତ ରହିଥିବା ବେଳେ ରାଜେନ୍ଦ୍ର କୁମାର ମିଶ୍ର, ସୁପ୍ରଭା ପାଣିଗ୍ରାହୀ, ଶଙ୍କର ସାହୁ, ସୁଧାଂଶୁ ଜେନା, ରଘୁନାଥ କାରୁଆ ପ୍ରମୁଖ ପୌର କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.