Home ଓଡ଼ିଶା କେନ୍ଦ୍ରରେ ହିରୋ ରାଜ୍ୟରେ ଜିରୋ: କାହିଁକି ବାରମ୍ବାର ଓଡ଼ିଶାରେ ବିଫଳ ଧର୍ମେନ୍ଦ୍ର?

କେନ୍ଦ୍ରରେ ହିରୋ ରାଜ୍ୟରେ ଜିରୋ: କାହିଁକି ବାରମ୍ବାର ଓଡ଼ିଶାରେ ବିଫଳ ଧର୍ମେନ୍ଦ୍ର?

1393

ଭୁବନେଶ୍ୱର: ୨୦୧୯ ବିଜେପୁର ଉପନିର୍ବାଚନରେ ବିଜେଡି ପୁଣି ବାଜିମାତ୍ କରିଛି।ବିଜେଡି ପାର୍ଥି ରୀତା ସାହୁ ୧,୩୫,୯୫୭ଟି ଭୋଟ ପାଇ ନିର୍ବାଚନ ଜିତିଥିବା ବେଳେ ବିଜେଡି ହାତ୍ରିକ୍ କରିଛି।ଏହାସହ ରୀତା ସାହୁ ମଧ୍ୟ ରେକର୍ଡ କରିଛନ୍ତି।ସର୍ବାଧିକ ଭୋଟ ବ୍ୟବଧାନରେ ଜିତିବାର ରେକର୍ଡ ସେ ତାଙ୍କ ନାଁ’ ରେ କରିଛନ୍ତି।ନବୀନଙ୍କ ସମେତ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ରେକର୍ଡ ଭାଙ୍ଗିଛନ୍ତି ରୀତା।ବିଜେପି ପାର୍ଥି ସନତ ଗଡ଼ତିଆ ୩୭,୯୬୭ ଭୋଟ ପାଇ ଦୂତୀୟ ସ୍ଥାନରେ ଏବଂ କଂଗ୍ରେସ ପାର୍ଥି ଦିଲ୍ଲୀପ ପଣ୍ଡା ୫,୮୭୩ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି।ରୀତା ସାହୁ ୨୦୧୯ ନିର୍ବାଚନରେ ବିଜେପୁରରୁ ନବୀନ ପଟ୍ଟନାୟକ ପାଇଥିବା ଭୋଟଠାରୁ ଆହୁରି ଅଧିକ ଭୋଟ ପାଇଛନ୍ତି।୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧,୧୦,୬୦୪ ଭୋଟ ପାଇଥିବା ବେଳେ ଦୂତୀୟ ସ୍ଥାନରେ ବିଜେପି ପାର୍ଥି ସନତ କୁମାର ଗଡ଼ତିଆ ୫୩,୪୮୨ଟି ଭୋଟ ପାଇଥିଲେ।ତୃତୀୟ ସ୍ଥାନରେ କଂଗ୍ରେସ ପାର୍ଥି ରିପୁନାଥ ସେଠ ୧୪,୩୪୪ଟି ଭୋଟ ପାଇଥିଲେ।୨୦୧୮ ଉପନିର୍ବାଚନରେ ବିଜେଡି ୧,୦୨୮୭୪ ଭୋଟ ପାଇଥିବା ବେଳେ ବିଜେପି ୬୯,୯୩୮ ଏବଂ କଂଗ୍ରେସ ୧୦,୨୭୪ ଭୋଟ ପାଇଥିଲେ।ବିଜେଡି ଏବେ ସେଠି ଲଗାତାର ତିନି ଥର ଜିତି ହାଟ୍ରିକ କରିଛି।ଏବଂ ପ୍ରତ୍ୟେକ ଥର ବିଜେଡିର ଭୋଟ ବଢ଼ିଛି।ନବୀନ ପଟ୍ଟନାୟକ ଓଡ଼ିଶାରେ ଅପ୍ରତିଦ୍ୱନ୍ଦୀ ସାଜିଛନ୍ତି।ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ବିଫଳ ହେଉଛନ୍ତି।

 

କେନ୍ଦ୍ରରେ ହିରୋ, ଓଡ଼ିଶାରେ ଜିରୋ ଧର୍ମେନ୍ଦ୍ର: କିନ୍ତୁ, କାହିଁକି?

ଧର୍ମେନ୍ଦ୍ର ପ୍ରଧାନ ଦେଶରେ ଜଣେ ସଫଳ କେନ୍ଦ୍ରମନ୍ତ୍ରୀ।କିନ୍ତୁ, ଓଡ଼ିଶାରେ ବିଫଳ ଧର୍ମେନ୍ଦ୍ର।କିନ୍ତୁ, କାହିଁକି? ଏବେ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଜାରୀ ଭାରତର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତି (ଆଇଇ-୧୦୦) ଭିତରେ ଧର୍ମେନ୍ଦ୍ର ପ୍ରଧାନ ୧୪ତମ ସ୍ଥାନରେ ଥିଲେ।ଯେତେବେଳେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ତମ ସ୍ଥାନରେ ଥିଲେ।ଗତ ଥର ମୋଦୀ ସରକାରଙ୍କ ସବୁଠାରୁ ସଫଳ ମନ୍ତ୍ରୀମାନଙ୍କ ମଧ୍ୟରେ ଏବିପି ନିଉଜ୍ ସର୍ଭେ ଅନୁଯାୟୀ ଧର୍ମେନ୍ଦ୍ର ପ୍ରଧାନ ୫ ନମ୍ବର ସ୍ଥାନରେ ଥିଲେ। କିନ୍ତୁ, ସତ ଚେଷ୍ଟା କରି ମଧ୍ୟ ଧର୍ମେନ୍ଦ୍ର ଓଡ଼ିଶାରୁ ନବୀନଙ୍କୁ ହଟାଇପାରୁ ନାହାଁନ୍ତି।ଶତାବ୍ଦୀ ଆରମ୍ଭ ଠାରୁ କ୍ରମାଗତ ଭାବରେ ନବୀନ ୧୯/୨୦ ବର୍ଷ ହେଲା ଶାସନ କରି ଆସୁଛନ୍ତି।କିନ୍ତୁ, ମେଣ୍ଟ ଭାଙ୍ଗିବା ପରଠାରୁ ଧର୍ମେନ୍ଦ୍ର ନିଜେ ଓଡ଼ିଶାରେ ସାଂସଦ କିମ୍ବା ବିଧାୟକଟିଏ ହୋଇପାରି ନାହାଁନ୍ତି କି ବିଜେପିକୁ କ୍ଷମତାକୁ ଆଣିପାରୁ ନାହାଁନ୍ତି।କିନ୍ତୁ, ଏଣେ ଅନ୍ୟ ରାଜ୍ୟରୁ ରାଜ୍ୟସଭାକୁ ଯାଇ ଦୁଇଦୁଇ ଥର ହେଲେଣି କେନ୍ଦ୍ରମନ୍ତ୍ରୀ।ପ୍ରଥମେ ରାଷ୍ଟ୍ରପାହ୍ୟା ମନ୍ତ୍ରୀ।ପରେ ଜୁଏଲଙ୍କ ସମକକ୍ଷ ହୋଇ ପଦୋନ୍ନତି ପାଇ କ୍ୟାବିନେଟ ମନ୍ତ୍ରୀ।ଏବଂ ଏବେ ପୁନର୍ବାର ଜିତିଥିବା ସାଂସଦ ଜୁଏଲଙ୍କୁ ପଛରେ ପକାଇ ପୁନର୍ବାର କ୍ୟାବିନେଟ ମନ୍ତ୍ରୀ।ହୁଏତ କେନ୍ଦ୍ର ଧର୍ମେନ୍ଦ୍ରଙ୍କ ପାଖରେ ସେପରି କିଛି ଦକ୍ଷତା ଦେଖି ଥାଇପାରେ!

 

କେନ୍ଦ୍ର ବିଜେପି ଧର୍ମେନ୍ଦ୍ରଙ୍କୁ ବହୁ ଗୁରୁତ୍ୱ ଦେଇଛି।କେନ୍ଦ୍ର ସରକାରଙ୍କ ଯେ କୌଣସି ବିଭାଗର କାମ ଓଡ଼ିଶାରେ ହେଲେ ଧର୍ମେନ୍ଦ୍ରଙ୍କୁ ବାହାଦୂରୀ ଦିଆଯାଉଛି।ନୂଆ ଟ୍ରେନ ଚାଲିବାଠୁ ଆରମ୍ଭ କରି କେନ୍ଦ୍ର ଯୋଜନାରେ ଯେଉଁ ବିଭାଗର ଯାହା ଓଡ଼ିଶାରେ ଉଦଘାଟନ ହେଲେ ଧର୍ମେନ୍ଦ୍ର ମୁଖ୍ୟ ହୋଇ ରହୁଛନ୍ତି।ଧର୍ମେନ୍ଦ୍ର ଓଡ଼ିଶା ଆସିଲେ ଏୟାରପୋର୍ଟରୁ ରାଲି ହେଉଛି।ଧର୍ମେନ୍ଦ୍ର ଓଡ଼ିଶା ବିଜେପିର ସବୁ ନେତାନେତ୍ରୀଙ୍କ ପୋଷ୍ଟର, ବ୍ୟାନରରେ ଆଗରେ ରହୁଛନ୍ତି। ଓଡ଼ିଶାରେ ମେଣ୍ଟ ଭାଙ୍ଗିବା ପରଠାରୁ ଓଡ଼ିଶା ବିଜେପିରେ ସବୁ କିଛି ଧର୍ମେନ୍ଦ୍ରଙ୍କ ଇସାରାରେ ହୋଇ ଆସୁଛି।ସମସ୍ତେ ଜାଣନ୍ତି ଯେ ଓଡ଼ିଶା ବିଜେପି ଧର୍ମେନ୍ଦ୍ରଙ୍କ ଇଙ୍ଗିତରେ ପରିଚାଳିତ ହୁଏ।ଧର୍ମେନ୍ଦ୍ରଙ୍କ ସ୍ବୀକୃତିରେ ରାଜ୍ୟ ସଭାପତି ଚୟନ ଠାରୁ ଆରମ୍ଭ କରି ଧର୍ମେନ୍ଦ୍ରଙ୍କ ସମର୍ଥକ ହିଁ ସମସ୍ତ ପଦ ପଦବୀରେ ନିଯୁକ୍ତ ହୁଅନ୍ତି।ଧର୍ମେନ୍ଦ୍ରଙ୍କ ସ୍ବୀକୃତିରେ ଏମପି, ଏମଏଲେଏ ଟିକେଟ ବଣ୍ଟାଯାଏ।ବିଜେପୁରରେ ମଧ୍ୟ ସେୟା ହୋଇଛି।କିନ୍ତୁ, ଓଡ଼ିଶାରେ ଧର୍ମେନ୍ଦ୍ର ବାରମ୍ବାର ବିଫଳ ହେଉଛନ୍ତି।ଏହାର କାରଣ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ନାଁ ବିଜେପି ସିନା ଧର୍ମେନ୍ଦ୍ରଙ୍କୁ ନବୀନଙ୍କ ବିକଳ୍ପ ଭାବରେ ଠିଆ କରୁଛି, ଦଳ ହୁଏତ ଏହା ଗ୍ରହଣ କରୁଛି।କିନ୍ତୁ, ଓଡ଼ିଶାର ଜନ ସାଧାରଣ ବୋଧେ ଧର୍ମେନ୍ଦ୍ରଙ୍କୁ ଗ୍ରହଣ କରୁ ନାହାଁନ୍ତି!କିମ୍ବା, ଏ’ ପର୍ଯ୍ୟନ୍ତ ନବୀନଙ୍କ ସମକକ୍ଷ କିମ୍ବା ନବୀନଙ୍କ ବିକଳ୍ପ ଭାବରେ ଓଡ଼ିଶା ଲୋକ କାହାକୁ ଦେଖିପାରି ନାହାଁନ୍ତି? //-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.