Home ଖେଳ ଚତୁର୍ଥ ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

ଚତୁର୍ଥ ଆନ୍ତଃବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ

19

ପୁରୀ, ୧୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଜିଲ୍ଲା କ୍ରୀଡ଼ା ସଂସଦ ଓ ଜଙ୍ଗଲୀ କ୍ଲବର ମିଳିତ ଆନୁକୂଲ୍ୟରେ ଚତୁର୍ଥ ଆନ୍ତ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଛି। ଫାଇନାଲ ମ୍ୟାଚରେ ପୁରୀ କେନ୍ଦ୍ରୀୟ ବିଦ୍ୟାଳୟ ୨-୧ ଗୋଲରେ ପୁରୀ ଜିଲ୍ଲା ସ୍କୁଲକୁ ପରାସ୍ତ କରି ପ୍ରତିଯୋଗିତାରେ ଚମ୍ପିୟାନ ହୋଇଛି। ବିଜେତା ଦଳକୁ ଟ୍ରଫି ସହ ୨୦୦୦ ଟଙ୍କା ଓ ଉପ-ବିଜେତା ଦଳକୁ ୧୦୦୦ ଟଙ୍କା ପ୍ରଦାନ କରାଯାଇଛି। ପ୍ରତିଯୋଗିତାରେ ୬ଟି ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ। ପୁରୀ ଜିଲ୍ଲା କ୍ରୀଡ଼ା ସଂସଦ ସଂମ୍ପାଦକ ରବିଶଙ୍କର ପ୍ରତିହାରୀ ମୁଖ୍ୟ ଅତିଥି, ପ୍ରକାଶ ବେହେରା, ଶରତ ମହାନ୍ତି, ଅକ୍ଷୟ ସିଂ ଓ ଅଶୋକ ଛୁଆଳ ସିଂ ଅତିଥି ଭାବେ ଯୋଗ ଦେଇଥିଲେ। ପାର୍ଥ ସାରଥୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.