Home ଆମ ପର୍ବ ପର୍ବାଣୀ ଆଜି ଅମାବାସ୍ୟା ତିଥିରେ ମହାପ୍ରଭୁ ଦଶରଥ ଓ କୌଶଲ୍ୟାଙ୍କୁ ଶ୍ରାଦ୍ଧ ଦେଲେ

ଆଜି ଅମାବାସ୍ୟା ତିଥିରେ ମହାପ୍ରଭୁ ଦଶରଥ ଓ କୌଶଲ୍ୟାଙ୍କୁ ଶ୍ରାଦ୍ଧ ଦେଲେ

68

ପୁରୀ, ୧୪/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଗତକାଲି ଠାରୁ ଶ୍ରରମନ୍ଦିରରେ ତିନି ଦିନ ବ୍ୟାପି ଦେବ ଦୀପାବଳୀ ନୀତି ଆରମ୍ଭ ହୋଇଛି। ଆଜି ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ମହାପ୍ରଭୁ ଦଶରଥ ଓ କୈାଶଲ୍ୟାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ଦେଇଥିଲେ। ସଂଧ୍ୟାଧୂପ ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧବେଶରେ ଭୂଷିତ କରାଇଥିଲେ। ଏହି ବେଶରେ ଶ୍ରୀବିଗ୍ରହ ମାନେ ଧଳା ବସ୍ତ୍ର ପରିଧାନ କରିଥାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁ ୧୬ ହାତ, ଶ୍ରୀ ବଳଭଦ୍ର ୧୪ ହାତ ଓ ଦେବୀ ସୁଭଦ୍ରା ୧୨ ହାତ ବିଶିଷ୍ଟ ସୁତା ଶାଢ଼ୀ ପରିଧାନ କରିଥାନ୍ତି। ଶ୍ରାଦ୍ଧବେଶରେ ଠାକୁରମାନେ ତଡ଼ଗି, ନଳିଭୂଜ, ଚନ୍ଦ୍ର ସୂର୍ଯ୍ୟ, କୁଣ୍ଡଳି, ଆଡ଼କାନି, ହରିଡ଼ା ମାଳି, କମରପଟି ପ୍ରଭୃତି ସ୍ୱର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁଁ ଭକ୍ତମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.