Home ଅପରାଧ ଚଣ୍ଡିଖୋଲ ଅଞ୍ଚଳରେ ଘଟିଚାଲିଛି ଗୋଟିକ ପରେ ଗୋଟିଏ ଅପରାଧ – ହୋଟେଲ ରୁମରୁ ରିଜର୍ଭ ବ୍ୟାଙ୍କ...

ଚଣ୍ଡିଖୋଲ ଅଞ୍ଚଳରେ ଘଟିଚାଲିଛି ଗୋଟିକ ପରେ ଗୋଟିଏ ଅପରାଧ – ହୋଟେଲ ରୁମରୁ ରିଜର୍ଭ ବ୍ୟାଙ୍କ ଜି.ଏମ.ଙ୍କ ମୃତଦେହ ଉଦ୍ଧାର

238

ଭୁବନେଶ୍ୱର/ଯାଜପୁର୨୫ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲାର ମୁଖ୍ୟ ବାଣିଜ୍ୟ କେନ୍ଦ୍ରଭାବେ ମାନ୍ୟତା ପାଇଆସିଥିବା ଚଣ୍ଡିଖୋଲ ଛକଟି ଦିନକୁ ଦିନ ଅପରାଧିକ ମାମଲା ବଡିବା ଜିଲ୍ଲା ପ୍ରଶାସନର ଚିନ୍ତାର କାରଣ ହୋଇଛି। ଗତ ସପ୍ତାହରେ ମହିଳା ଭି.ଏଲ.ଡବ୍ଲୁଙ୍କ ସନ୍ଦେହ ଜନକ ମୃତ୍ୟୁ ରୁ ପରଦା ଉଠିନଥିବା ବେଳେ ଚଣ୍ଡିଖୋଲ ମିଡ୍‌ଇଷ୍ଟ ହୋଟଲରୁ ଗୌହାଟିସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ରେ ଜେନେରାଲ୍ ମ୍ୟାନେଜର ଙ୍କ ମୃତଦେହ ଉଧାର ହେବା ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି। ପୁଲିସ ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ ପରିବାର ଲୋକେ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛି। ଗୌହାଟି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ରେ ଜେନେରାଲ୍ ମ୍ୟାନେଜର ନିଜର ଜନ୍ମ ସ୍ଥାନ ଯାଜପୁର ଟାଉନ ଥାନା ନରହରିପୁର ଗ୍ରାମର ଆଦିକନ୍ଦ ସାମଲଙ୍କ ୫୨ ବର୍ଷିୟ ପୁତ୍ର। ମାଆଙ୍କୁ ଦେଖା କରିବାକୁ ସେ ଅକ୍ଟୋବର ୨୪ ତାରିଖ ଦିନ ଗାଁକୁ ଆସିଥିଲେ। ସେଠାରୁ ସେ ଭୁବନେଶ୍ୱର ଯାଇ କିମ୍‌ସ୍‌ରେ କାର୍ଯ୍ୟରତ ତାଙ୍କ ଡାକ୍ତରାଣୀ ପତ୍ନୀ ଓ ଯୁକ୍ତ ଦୁଇରେ ଅଧ୍ୟୟନ କରୁଥିବା ସେମାନଙ୍କ ପୁଅକୁ ଭେଟିବାକୁ ଯାଇଥିଲେ। ଗତକାଲି ସେ ଚଣ୍ଡିଖୋଲସ୍ଥିତ ହୋଟେଲ୍ ମିଡ୍ ଇଷ୍ଟ୍‍ରେ ରୁମ୍ ନେଇ ଏକାକୀ ରହିଥିଲେ। ସେଠାରୁ ଗୋଟାଏ ବେଡ୍‌ସିଟ୍‌ରେ ଫାଶୀ ଲଗାଇ ଝୁଲିଥିବା ଅବସ୍ଥାରେ ତାଙ୍କ ଶବ ଉଦ୍ଧାର କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.