କେନ୍ଦ୍ରାପଡା ୨୪/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତରେ ସୋମବାର ୨ଟି ସ୍ଥାନରେ କୋଭିଡ ସ୍ୱାବ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଜିଲ୍ଲାର ସର୍ବାଧିକ ୧୦୮୧ଟି ସ୍ୱାବ ପରୀକ୍ଷା କରାଯାଇଛି। ସରପଂଚ ବସନ୍ତ କୁମାର ରାଉତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ୱାବ ପରୀକ୍ଷା ଶିବିର ପଂଚାୟତର ନରିଲୋ ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ମାଗୁରାଗଣ୍ଡପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ନରିଲୋ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଶିବିରରେ ୬୩୧ଜଣ ସ୍ୱାବ ପରୀକ୍ଷା କରାଯାଇଥିବା ବେଳେ ସବୁ ଗୁଡିକ ନେଗେଟିଭ ଆସିଥିବା ସରପଂଚ ଶ୍ରୀ ରାଉତ ସୂଚନା ଦେଇଛନ୍ତି। ସେହିପରି ମାଗୁରାଗଣ୍ଡପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ ୪୫୦ଜଣ ସ୍ୱାବ ପରୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ କେବଳ ଜଣଙ୍କର ସ୍ୱାବ ପଜିଟିଭ ଆସିଥିବା ବେଳେ ଅନ୍ୟ ସମସ୍ତ ସ୍ୱାବ ନେଗେଟିଭ ବାହାରିଥିବା ସରପଂଚ ଶ୍ରୀ ରାଉତ ସୂଚନା ଦେଇଛନ୍ତି। ସରପଂଚ ଶ୍ରୀ ରାଉତଙ୍କ ଦ୍ୱାରା ଘରକୁ ଘର ବୁଲି ଲୋକମାନଙ୍କୁ କରୋନା ଭୁତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ କରାଇବା ଏବଂ ସ୍ୱାବ ପରୀକ୍ଷା ପାଇଁ ଲୋକମାନଙ୍କୁ ସଠିକ ଭାବରେ ସଚେତନ କରାଯାଇଥିବାରୁ ଜିଲ୍ଲାର ସର୍ବାଧିକ ସଂଖ୍ୟକ ସ୍ୱାବ ଏହି ପଂଚାୟତରେ ପରୀକ୍ଷା କରାଯାଇପାରିଲା ଓ ଜଣେ ମାତ୍ର ପଜିଟିଭ ବାହାରିଲା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା-ଶ୍ରୀକାନ୍ତ ସ୍ୱାଇଁ ଓ ଡା- ଖଗେଶ୍ୱର ନାୟକଙ୍କ ତତ୍ୱାବଧାନରେ ସ୍ୱାସ୍ଥ୍ୟକର୍ମୀ ଭରତ କୁମାର ସାହୁ, ଏ-ଏନ-ଏମ-ଦୁଲଣା ପ୍ରଧାନ, ସ୍ୱାସ୍ଥ୍ୟ ପରିଦର୍ଶକ ସରୋଜକାନ୍ତ ସାହୁ, ସ୍ୱାସ୍ଥ୍ୟକର୍ମୀ ବିଦୁ ପ୍ରସାଦ ତ୍ରିପାଠୀ, ଟେକନିସିଆନ ସୁଶିଲ କୁମାର ବେହେରା, ମଧୁସ୍ମିତା ସେଠୀ ଓ କୃପାସିନ୍ଧୁ ରାଉତ ପ୍ରମୁଖ ଶିବିରରେ ଲୋକମାନଙ୍କ ସ୍ୱାବ ସଂଗ୍ରହ ଓ ପରୀକ୍ଷା କରିବାରେ ସହଯୋଗ କରିଥିଲେ। ସହକାରୀ ଜିଲ୍ଲାପାଳ ତଥା ଭାରତୀୟ ପ୍ରଶାସନିକ ସେବାର ଯୁବ ଅଧିକାରୀ ଅକ୍ଷୟ କୁମାର ଅଗ୍ରୱାଲ, ବିଡିଓ ସୁଧିର କୁମାର ସିଂ ଓ ସମିତିସଭ୍ୟ ଶିବ ପ୍ରସାଦ ବିଶ୍ୱାଳ ପ୍ରମୁଖ ଶିବିରରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଂଶୀଧର ନାୟକ, ଖଗେଶ୍ୱର ମୁଦୁଲିଙ୍କ ସମେତ ବହୁ ସ୍ୱେଛାସେବୀ ଯୁବକ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
Home କେନ୍ଦ୍ରାପଡ଼ା ଚକ୍ରୋଡା ପଂଚାୟତରେ କୋଭିଡ ସ୍ୱାବ ପରୀକ୍ଷା ଶିବିର : ଜିଲ୍ଲାରେ ସର୍ବାଧିକ ୧୦୮୧ ସ୍ୱାବ ପରୀକ୍ଷା,...