Home ଓଡ଼ିଶା ଚକଡା ରୋଗ ଲାଗି ଧାନ ଫସଲ ନଷ୍ଟ ବ୍ୟାଙ୍କ ଋଣ ଶୁଝିବା ଚିନ୍ତାରେ କୃଷକ

ଚକଡା ରୋଗ ଲାଗି ଧାନ ଫସଲ ନଷ୍ଟ ବ୍ୟାଙ୍କ ଋଣ ଶୁଝିବା ଚିନ୍ତାରେ କୃଷକ

107

ନୟାଗଡ/୨୦/୧୧(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- କୃଷକ ମାନଙ୍କ ସୁରକ୍ଷା ପାଇଁ ସରକାର ପ୍ରଧାନ ମନ୍ତ୍ରୀ କୃଷକ ଫସଲ ବୀମା ଯୋଜନା କରିଛନ୍ତି । କୃଷକ ମାନେ ବ୍ୟାଙ୍କରୁ ଋଣ ଆଣିଥିବା ବେଳେ ବୀମା ହୋଇଥାଏ ଏବଂ ଅଣ ଋଣୀ ଚାଷୀ ମାନେ ମଧ୍ୟ ବୀମା କରିଛନ୍ତି । ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ଗ୍ରାମ ପଞ୍ଚାୟତ ହରିପୁର ଗ୍ରାମର ଅନେକ କୃଷକ ଙ୍କର ଧାନ ଜମିରେ ଚକଡା ରୋଗ ଲାଗି ଧାନ ଫସଲ ନଷ୍ଟ ହୋଇଯାଇଛି । ବିଶେଷତଃ ବିଶେଷ ଭାବରେ କ୍ଷତି ଗ୍ରସ୍ତ ହୋଇଛନ୍ତି କୃଷକ ଅରକ୍ଷିତ ସାହୁ ଓ ଶିବ ବେହେରା  । ଅରକ୍ଷିତ ସାହୁ ଗୈରାଙ୍ଗପୁର ସେବା ସମବାୟ ସମିତିରୁ ୮୫ ହଜାର ଟଙ୍କା ଋଣ ଆଣି ନିଜ ଅର୍ଥ ସହ ପରିଶ୍ରମ କରି ୫ ଏକର ଜମିରେ ଧାନ ଚାଷ କରିଥିଲେ  । ଚକଡା ପୋକ ଧାନ ଜମିରେ ଲାଗିବା ପରେ ଏଭଳି କ୍ଷତିଗ୍ରସ୍ତ ହୋଇଛନ୍ତି ଯେ ୫ ଏକର ଧାନ ଜମିରୁ ୫ ବସ୍ଥା ଧାନ ବି ମିଳିବା ଅସମ୍ଭବ କିପରି ବ୍ୟାଙ୍କ ଋଣ ଶୁଝିବେ ସେହି ଚିନ୍ତାରେ କୃଷକ ଅରକ୍ଷିତ । ଅରକ୍ଷିତ ସାହୁଙ୍କୁ ସାକ୍ଷାତ କରିବାରେ କୁହନ୍ତି ସରକାରଙ୍କ ତରଫରୁ କୃଷିବୀମା ସହାୟତା ପାଇବା ପାଇଁ ରଣପୁର କୃଷି ବିଭାଗ ଅଫିସ୍ ରେ ଲିଖିତ ଭାବେ ଜଣାଇ ଅଛି ।

ସରକାରୀ ବୀମା ସହାୟତା ନ ପାଇଲେ ଆତ୍ମହତ୍ୟା ଛଡା ଅନ୍ୟ ଉପାୟ ନାହିଁ । ସେହିଭଳି ଭାବରେ ହରିପୁର ଗ୍ରାମର ଶିବ ବେହେରା  ବ୍ୟାଙ୍କରୁ ୪୦ ହଜାର ଟଙ୍କା କୃଷିଋଣ ଆଣି ଧାନ ଚାଷ କରିଥିଲେ । ତାଙ୍କର ମଧ୍ୟ ଚକଡା ରୋଗ ଲାଗି ଅନୂରୁପ ଅବସ୍ଥା । କିପରି ଋଣ ପରିସୋଧ କରିବେ ସେହି ଚିନ୍ତାରେ ଅଛନ୍ତି । କୃଷିବୀମା ମିଳିବା ସର୍ମ୍ପକେ ରଣପୁର ବ୍ଲକ କୃଷି ବିଭାଗ ଅଧିକାରୀ ଶୁଭେନ୍ଦୁ କୁମାର ସିଂ ଦେଓଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି  ବ୍ୟକ୍ତିଗତ ଚାଷିଙ୍କ ଫସଲ କ୍ଷତିର ରିପୋର୍ଟ ପ୍ରଦାନ କଲେ କୃଷିବୀମା ମିଳିବ ନାହିଁ । ସର୍ବେକ୍ଷଣ ବିଭାଗ ତରଫରୁ ପ୍ରତି ଗ୍ରାମ ପଞ୍ଚାୟତର ୪ ଗୋଟି ସ୍ଥାନରେ କ୍ରପ୍ କଟିଙ୍ଗ୍ କରାଯାଇ ରିପୋର୍ଟ ସଂଗ୍ରହ କରାଯାଇଥାଏ । ସେହି କ୍ଷୟକ୍ଷତି ରିପୋର୍ଟ ଆଧାରରେ କୃଷକ ମାନଙ୍କୁ ବୀମା ରାଶି ପ୍ରଦାନ କରା ଯାଇଥାଏ । ବ୍ୟକ୍ତିଗତ କ୍ଷୟକ୍ଷତିରେ କୃଷକଙ୍କୁ ବୀମା ରାଶି ସହାୟତା ମିଳିନଥାଏ । ଏଭଳି ଘଟଣା ପରେ ବ୍ୟକ୍ତିଗତ ଭାବେ କିମ୍ବା ବ୍ୟାଙ୍କ ଋଣ ଆଣିଥିବା କୃଷକ ମାନେ ହତାଶ ହୋଇପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.