Home ଓଡ଼ିଶା ଚଉଦ କୋଟି ର ଗଂଜେଇ ଗଛ ନଷ୍ଟ କଲା ପୋଲିସ

ଚଉଦ କୋଟି ର ଗଂଜେଇ ଗଛ ନଷ୍ଟ କଲା ପୋଲିସ

163

ବାଲିଗୁଡା, ୨୩-୧୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ସାଇନପଡା ଓ କୁଡୁତୁଲି ପଂଚାୟତର ବିଭିନ୍ନ ଅଞ୍ଚଳରୁ ଚଉଦ କୋଟି ଟଙ୍କାର ବେଆଇନ ଗଂଜେଇ ଗଛ କାଟି ମିଳିତ ଭାବେ ପୋଲିସ ଓ ଅବକାରୀ ବିଭାଗ ନଷ୍ଟ କରିଛି। କନ୍ଧମାଳ ଜିଲ୍ଲାରେ ବେଆଇନ ଭାବେ ଗଂଜେଇ ଗଛ ବିଭିନ୍ନ ଅଂଚଳରେ ଲାଗୁଛି। ଯାହାକୁ କିଛି ଦିନ ହେବ କନ୍ଧମାଳ ଏସପିଙ୍କ ନିର୍ଦେଶ କ୍ରମେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଭାବେ ବେଆଇନ ଲଗାଇଥିବା ଗଂଜେଇ ଗଛ ଗୁଡିକ କାଟି ପୋଡି ଦିଆଯାଉଛି। କ.ନୂଆଗାଁ ଥାନା ସାଇନପଡା ପଞ୍ଚାୟତ ଅଂଚଳ ଜ୍ଞାନୀ ପଡା, ତିଳକ ପାଙ୍ଗା, ଓ ବିକାଗାଁ ରେ ଲଗାଇ ଥିବା ପାଖାପାଖି ଏକଶହଚାଳିଶ ଏକର ଜମି ରେ ଚାଷ କରା ଯାଇଥିବା ବେଆଇନ ଗଂଜେଇ ଗଛକୁ କାଟି ପୋଲିସ ଓ ଅବକାରୀ ବିଭାଗର ମିଳିତ ଟିମ ନଷ୍ଟ କରିଛି। ଯାହାର ଅନୁମାନିକ ଚଉଦ କୋଟି ଟଙ୍କା ହେବ ବୋଲି କ ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.