Home ଓଡ଼ିଶା ଓବିସି ସଂରକ୍ଷଣ ପ୍ରସଙ୍ଗ “ପ୍ରଥମେ ସଂରକ୍ଷଣ, ତା’ପରେ ନିର୍ବାଚନ : କଂଗ୍ରେସ

ଓବିସି ସଂରକ୍ଷଣ ପ୍ରସଙ୍ଗ “ପ୍ରଥମେ ସଂରକ୍ଷଣ, ତା’ପରେ ନିର୍ବାଚନ : କଂଗ୍ରେସ

100

ଭୁବନେଶ୍ୱର ତା ୨୭.୧୨ (ଓଡ଼ିଆ ପୁଅ) – ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ପଛୁଆବର୍ଗ ସଂରକ୍ଷଣ ସଂକ୍ରାନ୍ତରେ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇ ମିଡ଼ିଆ ଅଧ୍ୟକ୍ଷ ଗଣେଶ୍ୱର ବେହେରା ସ୍ପଷ୍ଟ ଭାବରେ କହିଛନ୍ତି ଯେ ଓବିସି ମାନଙ୍କ ପାଇଁ ପ୍ରଥମେ ସଂରକ୍ଷଣ କରି ତା’ପରେ ନିର୍ବଚାନ କର। ରାଜ୍ୟର ୫୦ ଭାଗରୁ ଅଧିକ ଜନସଂଖ୍ୟ ଥିବା ଏହି ବର୍ଗପ୍ରତି ଅବିଚାରକୁ ମୁଣ୍ଡପାତି ସହିନେବା ସମ୍ଭବ ନୁହେଁ। ଓବିସି ବର୍ଗର ସାମାଜିକ, ଅର୍ଥନୈତିକ ତଥା ରାଜନୀତିକ ସ୍ୱାର୍ଥର ସୁରକ୍ଷା ପାଇଁ କଂଗ୍ରେସ ଅଙ୍ଗୀକାରବଦ୍ଧ, ସୁତରାଂ ସଂରକ୍ଷଣ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ଓବିସି ପାଇଁ ଆସନ ସଂରଣକ୍ଷ କରି ନିର୍ବାଚନ କରାଯାଉ। ବ୍ୟତିକ୍ରମ ହେଲେ କଂଗ୍ରେସର ବଚରାଳୟକୁ ଯିବ ଓ ଲୋକଙ୍କ ପାଖକୁ ଯିବ। ଏ ସଂପର୍କରେ ରାଜ୍ୟ ସରକାର ତୁରନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେସନ ଡାକିବାକୁ କଂଗ୍ରେସ ଦୃଢ଼ ଦାବି ଜଣାଉଛି।

ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ଓବିସିର ସ୍ୱାର୍ଥପ୍ରତି ଅଣଦେଖା କରିଚାଲିଛନ୍ତି।

କେନ୍ଦ୍ର ମୋଦି ସରକାର ଜାତି ଭିତିକ ଜନଗଣନା କରିବାକୁ କରିଦେଲେ, ଦ୍ୱିତୀୟରେ, ଉପା- ସରକାର ଅମଳରେ ୨୦୧୧ ରେ ଯେଉଁ ସାମାଜିକ, ଅର୍ଥନିତୀକ ଓ ଜାତି (ଏସ୍ଇସିସି) ଗଣନା ହୋଇଥିଲା। ତାହା ରିପୋର୍ଟ ପ୍ରକାଶ କଲେ ନାହିଁ। ଆଳ ଦେଖାଇଲେ ଯେ ଏସ୍ଇସିସି ରିପୋର୍ଟ ୨୦୧୧ ତୃଟିପୂର୍ଣ୍ଣ। ଏହି ଆଳ ସଂପୂର୍ଣ୍ଣ ନିରାଧାର। ଶ୍ରୀଯୁକ୍ତ ବେହେରା ତଥ୍ୟପୂର୍ଣ୍ଣ ଯୁକ୍ତ ଉପସ୍ଥାପିତ କରି ଦର୍ଶାଇଥିଲେ ଯେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟି ତା’ର ମାନ୍ୟବର ଲୋକସଭା ବାଚସ୍ପତିଙ୍କୁ ଜୁଲାଇ ୩୧, ୨୦୧୬ରେ ଉଲ୍ଲେଖ୍ୟ କରିଥିଲେ ଯେ ଉପରୋକ୍ତ ଏସ୍ଇସିସି ସର୍ଭେରେ ୯୮.୮୭ ତଥ୍ୟ ତ୍ରୁଟିଶୂନ୍ୟ। ଏହା ସାଂଗକୁ ଭାରତ ସରକାରଙ୍କ ରେଜିଷ୍ଟ୍ରାର ଜେନେରାଲ ମଧ୍ୟ ଅନୁରୂପ ମତ ଦେଇ କହିଲେ ଯେ ଏହି ସର୍ଭେରେ ମାତ୍ର ୧ ଭାଗରୁ କମ ତ୍ରୁଟି ଅଛି। ସୁତରାଂ କେନ୍ଦ୍ର ସରକାର ଏ ସବୁକୁ ଏଡ଼ାଇ ଯାଇଛନ୍ତି। ଓବିସି ପ୍ରତି ଯୋର ଅନ୍ୟାୟ କରିଛନ୍ତି।

ରାଜ୍ୟ ସରକାର ମଧ୍ୟ ପଛୁଆବର୍ଗଙ୍କ ପ୍ରତି ନ୍ୟାୟ ପ୍ରଦାନ କ୍ଷେତ୍ରରେ ଚରମ ଅବହେଳା ପ୍ରଦର୍ଶନ କରିଚାଲିଛନ୍ତି। ମିଡିଆ ଅଧ୍ୟକ୍ଷ ଦର୍ଶାଇ ଥିଲେ ଯେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ୨୦୧୦ ରୁ କେ. କୃର୍ଷ୍ଣମୂର୍ତ୍ତୀ ବନାମ ଭାରତ ସରକାର ରାୟରେ ନିର୍ଦ୍ଦେଶ ଜାରି କରିଥିଲେ ଯେ ତିନିଗୋଟି ସର୍ତପୂରଣ କଲାପରେ ଯାଇ ଓବିସି ମାନଙ୍କ ପାଇଁ ରାଜନୈତିକ ସଂରକ୍ଷଣ କରିପାରିବ। ମାତ୍ର ଦୀର୍ଘ ୧୧ବର୍ଷ ଧରି ସରକାର ଶୋଇ ରହିଲେ। ଆଜି ଓବିସିଙ୍କ ପାଇଁ ଶୂନ ହେବାକୁ ଯାଉଛି। ୧୯୯୭, ୨୦୦୨, ୨୦୦୭, ୨୦୧୨ ଓ ୨୦୧୭ ରେ ୨୭ ଭାଗ ଆସନ ସଂରଣକ୍ଷ ପାଇଁ ଉପକୃତ ହୋଥିବା ପଛୁଆବର୍ଗ ୫ ଗୋଟି ନିର୍ବାଚନ ପରେ ୨୦୨୨ ନିର୍ବଚନରେ ସଂରକ୍ଷଣ ସୁବିଧାରୁ ବଂଚିତ ହୋଇଛନ୍ତି। ସେହିପରି ଗତ ସେପ୍ଟେମ୍ବର ୭ ରେ ପୌର ଆଇନ ଓ ସେପ୍ଟେମ୍ବର ୮ ରେ ପଂଚାୟତ ଆଇନ ଓଡ଼ିଶା ବିଧାନ ସଭାରେ ବିନା ଆଲୋଚନରେ ପାରିତ କରିନେଲେ। ଏହି ଦୁଇ ଆଇନର ସଂଶୋଧନ ଫଳରେ ସଂରକ୍ଷଣ ୨୭ ଭାଗକୁ ୧୧.୨୫ ଭାଗକୁ ହ୍ରାସ ପାଇଲା। ସେତେବେଳେ ମଧ୍ୟ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ କଥା ଚିନ୍ତା କଲେ ନାହିଁ। ସୁତରାଂ ୨ ଟି କଥା ଅତ୍ୟନ୍ତ ସ୍ପଷ୍ଟ ରାଜ୍ୟ ସରକାର ଅଦାଲତର ନିର୍ଦ୍ଦେଶକୁ ଅବଜ୍ଞା କରୁଛନ୍ତି, ପଛୁଆ ବର୍ଗଙ୍କ ପ୍ରତି ଚରମଅବହେଳା କରୁଛନ୍ତି। ଅପରିଣାମଦର୍ଶୀ ହୋଇ ଓବିସି ମାନଙ୍କୁ ସଂରଣକ୍ଷ ବ୍ୟବସ୍ଥାରୁ ବଂଚିତ ହେଉଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଲେ ଯେ ବିଜେଡ଼ି ଦଳୀୟ ଟିକେଟରେ ୪୦ ଭାଗ ପଛୁଆ ବର୍ଗଙ୍କୁ ଦେବାର ଘୋଷଣା ହାସ୍ୟାସ୍ପଦ। ଏହି ଘୋଷଣା ହୁଏତ ଦଳୀୟ କର୍ମୀଙ୍କ ଅସନ୍ତୋଷ ହ୍ରାସ କରିପାରେ କିନ୍ତୁ ରାଜ୍ୟବାସୀଙ୍କ କ୍ରୋଦ୍ଧ ବଢ଼ାଇବ। ବିଜେଡ଼ି ସରକାରରେ ଅଛି ତେଣୁ ରାଜ୍ୟ ଓ ରାଜ୍ୟବାସୀଙ୍କ କଥା ଚିନ୍ତା ନକରି ନିଜର ଦଳ କଥା ଚିିନ୍ତା କରିବା ଦୁଃଭାଗ୍ୟଜନକ। ଯଦି ବିଜେଡ଼ି ଓବିସି ସଂରକ୍ଷଣ ଦେବାର ଅଛି ତାହାହେଲେ ମୁଖ୍ୟମନ୍ତ୍ରୀ, ବିଜେଡ଼ି ରାଜ୍ୟ ସଭାପତି ଓ ସଂଗଠନ ସଂପାଦକ ପଦବୀରୁ ଅତିକମରେ ଓବିସି ବର୍ଗରୁ ଜଣଙ୍କୁ ଦେଉ ବୋଲି ଆହ୍ୱାନ ଦେଇଥିଲେ।

ପିସିସି ଲିଗାଲସେଲ ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ନାଥ କର ସମ୍ବୋଧନ କରି କହିଲେ ଯେ ଆଇନର ଅନୁପାଳନ ଗଣତନ୍ତ୍ରର ଅପରିହାର୍ଯ୍ୟ। ଯେଉଁଠି ଆଇନ ଉପହାସିତ ସେଠି ନ୍ୟାୟ ବିଳମ୍ବିତ। ଓବିସି ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାର ମାନ୍ୟବର ସର୍ବୋଚ୍ଚ ଅଦାଲତର ନିର୍ଦ୍ଦେଶକୁ ଅଣଦେଖା କରିବା ଓ ପରିଣତି ଅର୍ଦ୍ଧେକ ଜନସଂଖ୍ୟା ବିଶିଷ୍ଟ ପଛୁଆ ବର୍ଗକୁ ସଂରକ୍ଷଣହୀନ କରିବା ଅକ୍ଷମଣୀୟ।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଓ ସଂପାଦକ ତଥା ଆଇନଜୀବି ଶମ୍ଭୁନାଥ ପାଣିଗ୍ରାହୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.