Home ଓଡ଼ିଶା ଘୋଷିତ ହେଲା ବହୁ ପ୍ରତିକ୍ଷୀତ ବିଜେଡି ଜ଼ିଲ୍ଲା ଜୁମ୍ବୋ ଟିମ୍, କୁଚିଣ୍ଡା, ରେଙ୍ଗାଲି ଓ଼ ରେଢ଼ାଖୋଲ...

ଘୋଷିତ ହେଲା ବହୁ ପ୍ରତିକ୍ଷୀତ ବିଜେଡି ଜ଼ିଲ୍ଲା ଜୁମ୍ବୋ ଟିମ୍, କୁଚିଣ୍ଡା, ରେଙ୍ଗାଲି ଓ଼ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ କୁ ଉପେକ୍ଷା ! ପଂଚାୟତ ନିର୍ବାଚନ ପାଇଁ ଏହା କେଉଁ ପ୍ରକାର ସଜବାଜ !

107

ସମ୍ବଲପୁର, ୩୧/୦୭ (ଓଡ଼ିଆ ପୁଅ/ସରୋଜ ସାହୁ): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ (ବିଜେଡି) ର ସଂଗଠନ ସଜାଡ଼ିବା ପ୍ରକ୍ରିୟା ଜୋରସୋର ଚାଲିଛି। ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ମନ୍ତ୍ରୀ ସୁଶାନ୍ତ ସିଂ, ରେଢ଼ାଖୋଲ ବିଧାୟକ, କୁଚିଣ୍ଡା ବିଧାୟକଙ୍କ ସମେତ ରେଙ୍ଗାଲିର ପୂର୍ବତନ ବିଧାୟକ, ଦଳୀୟ ଜ଼ିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହିତ ତୁହାକୁ ତୁହା ବୈଠକ ରାଜଧାନୀରେ ହୋଇଆସୁଛି। ଗତ ଜୁନ ମାସରେ ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ପରେ ପରେ ବିଜୁ ମହିଳା ଜନତା ଦଳର ପଦାଧିକାରୀଙ୍କ ତାଲିକା ଘୋଷଣା କରିସାରିଛି ବିଜେଡି। ଏହି ମର୍ମରେ ଶୁକ୍ରବାର ସଭାପତି ଦାଇତ୍ୱ ଗ୍ରହଣର ୧ ବର୍ଷ ୫ ମାସ ପରେ ବିଜେଡି ସମ୍ବଲପୁର ଜ଼ିଲ୍ଲା ସଭାପତି ନିଜର ନୂଆ ଜୁମ୍ବୋ ଟିମ୍ ଗଠନ କରିଛନ୍ତି। ଜ଼ିଲ୍ଲା ର ତୁଙ୍ଗ ନେତା ଙ୍କ ପ୍ରସ୍ତାବ ତଥା ଦଳୀୟ ପର୍ଯ୍ୟବେକ୍ଷକ ଙ୍କ ସୁପାରିସ କ୍ରମେ ରାଜ୍ୟ ସଭାପତି ନଵୀନ ପଟ୍ଟନାୟକ ଏହି ନୂଆ ଜୁମ୍ବୋ ଟିମ୍ ଗଠନକୁ ଅନୁମୋଦନ ଦେଇଛନ୍ତି। ବହୁ ପ୍ରତିକ୍ଷୀତ ଏହି କମିଟିରେ ୭ ଜଣ ଉପ ସଭାପତି ରହିଥିବା ବେଳେ, ଜଣେ କୋଷାଧ୍ୟକ୍ଷ ନିଯୁକ୍ତି ହୋଇଛନ୍ତି। ୧୦ ଜଣ ସାଧାରଣ ସମ୍ପାଦକ ଏବଂ ୧୪ ଜଣ ସମ୍ପାଦକ, ଜଣେ ଲେଖାଏଁ ଜ଼ିଲ୍ଲା ସଂଖ୍ୟା ଲଘୁ ସେଲ ଓ଼ ଜ଼ିଲ୍ଲା ଆଦିବାସୀ/ ହରିଜନ ସେଲ ସଭାପତି ଏବଂ ଜଣେ ଜ଼ିଲ୍ଲା ମିଡ଼ିଆ ସଂଯୋଜକ ଙ୍କ ନାମ ଘୋଷଣା ହୋଇଛି। ତେବେ ଘୋଷଣା ହୋଇଥିବା ଜ଼ିଲ୍ଲା ବିଜେଡି ର ଏହି ୩୫ ଜନିଆଁ ଜୁମ୍ବୋ ଟିମ୍ ରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ସର୍ବାଧିଜ ୧୬ ଜଣ, ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ର ୯ ଜଣ, ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ରୁ ୬ ଜଣ ଏବଂ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ରୁ ୪ ଜଣ ଙ୍କ ନାମ ଏହି ତାଲିକା ରେ ରହିଛି। ଯେଉଁ ଭଳି ବିଜୁ ମହିଳା ଜନତା ଦଳ ଘୋଷଣାରେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ୭ ଜଣ ଙ୍କ ନାମ ଘୋଷଣା ହେଲା ମାତ୍ର ଜ଼ିଲ୍ଲା ର କୁଚିଣ୍ଡା, ରେଙ୍ଗାଲି ଏବଂ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ କାହାରି ଜଣ ଙ୍କ ମଧ୍ୟ ନାମ ରହି ନ ଥିଲା। ଠିକ୍ ସେହିପରି ବିଜେଡି ଜ଼ିଲ୍ଲା କମିଟି ଗଠନ ରେ ଜ଼ିଲ୍ଲାର ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଏତେ ଜଣଙ୍କ ନାମ ଘୋଷଣା କରିବା ଏବଂ ଅନ୍ୟ ନିର୍ବାଚନ ମଣ୍ଡଳୀ ର ପ୍ରତିନିଧିତ୍ୱ କୁ ଗୌଣ କରିଦେବା କୁ ନେଇ ଆଗାମୀ ପଂଚାୟତ ନିର୍ବାଚନ ନେଇ ବିଜେଡି ର ଏହା କେଉଁ ପ୍ରକାର ସଜବାଜ ବୋଲି ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.