Home ଜିଲ୍ଲା ପରିକ୍ରମା ଘରେ ଘରେ ହାତ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ

ଘରେ ଘରେ ହାତ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ

20

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ଦଳ ତରଫରୁ ବାଣିତିଆ ଗ୍ରା.ପ. ଠାରେ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଘରେ ଘରେ ହାତ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏକ ପଦଯାତ୍ରା ଦିବା ୧୦ଘଟିକା ସମୟରେ ବାଣିତିଆ ବଜାର, ହନୁମାନ ଛକଠାରୁ ବାହାରି ବାଣିତିଆ ପଞ୍ଚାୟତର ସମସ୍ତ ୧୨ଗୋଟି ୱାର୍ଡ଼ରେ ଘର ଘର ବୁଲି ବିଜେଡ଼ି ଓ ବିଜେପିର ପ୍ରତିଶୃତି ଓଡ଼ିଶାର ଦୁର୍ଗତି, ପ୍ରଗତିର ସଂଙ୍କଳ୍ପ ରାଜ୍ୟରେ ଏବଂ ଭଦ୍ରକରେ କଂଗ୍ରେସ ହିଁ ବିକଳ୍ପ ବୋଲି ଲୋକମାନଙ୍କୁ ସଚେତନ କରାଇବା ସହିତ ଆଗାମି ଦିନରେ କଂଗ୍ରେସରେ ସାମିଲ୍ ହୋଇ ଦଳକୁ ମଜବୁତ୍ କରିବା ପାଇଁ ଆହ୍ୱାନ ଦେଇଥିଲେ । ଭଦ୍ରକ କଂଗ୍ରେସର ସଂକଳ୍ପ ଭଦ୍ରକରେ ମେଡ଼ିକାଲ୍ କଲେଜର ପ୍ରତିଷ୍ଠା, ଭଦ୍ରକରେ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଓ ଭଦ୍ରକରେ ଉନ୍ନତି କରଣ ନାମରେ ଚାଲିଥିବା ବ୍ୟାପକ ଦୁର୍ନିତି ବିରୁଦ୍ଧରେ ଲଢ଼େଇ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏଥି ସହିତ ଶ୍ରୀ ମହାନ୍ତି ଘର ଘର ବୁଲି ଲୋକ ମାନଙ୍କ ସମସ୍ୟା ବାବଦରେ ଆଲୋଚନା କରିଥିଲେ । ଲୋକମାନେ ତାଙ୍କର ସମସ୍ୟା ଯଥା ରାସ୍ତା ଘାଟ ସମସ୍ୟା, ଆବାସ ଯୋଜନାରେ ପାତର ଅନ୍ତର ନିତି, ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନା ଓ ରାସନ୍ କାର୍ଡ଼ରୁ ବଞ୍ଚିତ କରିବା ସମ୍ପର୍କରେ ଅବଗତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ପିତବାସ ଧଳ, ରାଜିବ୍ ଗାନ୍ଧୀ ପଞ୍ଚାୟତରାଜ୍ ସଂଗଠନର ସଭାପତି ପ୍ରଦ୍ୟୁମ୍ନ ଦାସ, ଏସି ସେଲ୍ସ୍ ସଭାପତି ରଂଜନ ଜେନା , ୨୫ନଂ ଜିଲ୍ଲା ପରିଷଦ ପାର୍ଥୀନୀ ସତ୍ୟଭାମା ଜେନା, ବାଣିତିଆ ପଞ୍ଚାୟତ ସଭାପତି ମହନ ମୋହନ ପାଣିଗ୍ରାହୀ, ଜିତେନ୍ଦ୍ର ପାଣିଗ୍ରାହୀ, ବିଜୟ ବାରିକ, ଶଶୀକାନ୍ତ ଜେନା, ଟୋନି ଅଲ୍ଲି, ନିଲ୍‌କମଲ ପତି, ନାରାୟଣ ପହଲା, କରୁଣାକର ସାହୁ, ବିଜୟ ପତି ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.