Home ଓଡ଼ିଶା ଗ୍ରାମ ଦାଣ୍ଡକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ – ପରସ୍ପରକୁ ବୁଝାଇବାରେ ଗ୍ରାମ ମୁଖିଆ...

ଗ୍ରାମ ଦାଣ୍ଡକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ – ପରସ୍ପରକୁ ବୁଝାଇବାରେ ଗ୍ରାମ ମୁଖିଆ ବିଫଳ – ଉଭୟ ପକ୍ଷ ଦେଲେ ଥାନାରେ ଅଭିଯୋଗ

159

ଜଗତସିଂପୁର-୬/୬ (ଓଡିଆ ପୁଅ/ନୃସିଂହନାଥ ବାରିକ୍)-କୁଜଙ୍ଗ ବ୍ଲକର ଗରେଇ ପଞ୍ଚାୟତ ଅନ୍ତର୍ଗତ ଶିରୋଳ ଗ୍ରାମରେ ଗ୍ରାମ ଦାଣ୍ଡ କୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଗ୍ରାମର ଗୋଟିଏ ଗୋଷ୍ଠୀ ଦାଣ୍ଡ କୁ ବ୍ୟକ୍ତିଗତ ସମ୍ପତ୍ତି କହି ଅପର ଗୋଷ୍ଠୀର ଜଣେ ଲୋକ ତାର ଘର ଆଗରେ କରିଥିବା ପିଣ୍ଡାକୁ ଭାଙ୍ଗି ଦେଇଥିଲେ। ଏଇଥିରୁ ପରସ୍ପର ମଧ୍ୟରେ କଳି ତକରାଳ ସୃଷ୍ଟି ହୋଇଥିଲା। ଗ୍ରାମ ମୁଖିଆ ଗ୍ରାମସଭା ଡାକି ସମସ୍ତଙ୍କୁ ବୁଝାସୁଯା କରିଥିଲେ। ବିବାଦର ସ୍ଥାୟୀ ସମାଧାନ ହୋଇନପାରିବାରୁ ପ୍ରଥମେ ପିଣ୍ଡା ଭାଙ୍ଗିଯାଇଥିବା ଲୋକ ଥାନାରେ ଅପର ଗୋଷ୍ଠୀ ବିରୁଦ୍ଧରେ ଏତଲା ଦେଇଥିଲା। ଏହାପରେ ଅନ୍ୟଗୋଷ୍ଟି କାଉଣ୍ଟର ଏତଲା ମଧ୍ୟ ଦେଇଥିଲେ। ପୂର୍ବରୁ ଯେତେ ସବୁ ବିବାଦ ଗ୍ରାମରେ ଦେଖାଦେଇଛି ଗ୍ରାମ ମୁଖିଆଙ୍କ ଦ୍ବାରା ଏଇଠି ତାହାର ସମାଧାନ ହୋଇଛି। ଥାନାକୁ କୌଣସି ମାମଲା କେବେ ଯାଇନାହିଁ ବୋଲି କହିଛନ୍ତି ଗ୍ରାମର ମୁଖିଆ। ପ୍ରଥମ ଥର ପାଇଁ ଏହି ଘଟଣା ଥାନାକୁ ଯିବାରୁ ସେମାନେ ଦୁଖିତ ଏବଂ ମର୍ମାହତ ବୋଲି ସୂଚନା ଦେଇଛନ୍ତି। ଉଭୟ ଗୋଷ୍ଠୀର ମହିଳାମାନଙ୍କ ଦ୍ବାରା ଏଭଳି ଅପ୍ରୀତିକର ଘଟଣା ଘଟିଛି। ମିଡିଆ ସାମନାରେ ପରସ୍ପରର ଦୋଷାରୋପ କରିଛନ୍ତି ସେହି ମହିଳାମାନେ। ସ୍ଥାନୀୟ ସରପଞ୍ଚ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି ଓ ସମସ୍ତଙ୍କୁ ବୁଝାସୁଯା କରିବାକୁ ଉଦ୍ୟମ କରିଥିବା ଜଣାପଡିଛି। ସରପଞ୍ଚଙ୍କ ପ୍ରତିକ୍ରିୟା ଜାଣିବାକୁ ଆମ ସମ୍ବାଦଦାତା ଫୋନ୍ ଯୋଗେ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା। ଶିରୋଳ ଗ୍ରାମର ଏହି ଦୁଇ ଗୋଷ୍ଠୀର ଅଭିଯୋଗ ଏବେ ବିଚାରଧିନ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.