Home କେନ୍ଦ୍ରାପଡ଼ା ରାଜ୍ୟ ସରକାରଙ୍କ ଲୋକକଳା ଡାଟାବେସ, କଳାକାରଙ୍କ ଦରଖାସ୍ତ ଆବେଦନ ଜୁନ୩୦କୁ ବୃଦ୍ଧି

ରାଜ୍ୟ ସରକାରଙ୍କ ଲୋକକଳା ଡାଟାବେସ, କଳାକାରଙ୍କ ଦରଖାସ୍ତ ଆବେଦନ ଜୁନ୩୦କୁ ବୃଦ୍ଧି

156

କେନ୍ଦ୍ରାପଡ଼ା ୬/୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) -ରାଜ୍ୟ ସରକାରଙ୍କ ଲୋକକଳା ଡାଟାବେସ ପ୍ରସ୍ତୁତି ନିମନ୍ତେ ବ୍ୟକ୍ତିଗତ କଳାକାରଙ୍କ ଦରଖାସ୍ତ ଆବେଦନ ତାରିଖ ୩୦ଜୁନକୁ ବୃଦ୍ଧି କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ରାଜ୍ୟ ସରକାରଙ୍କ ଲୋକକଳା ଡାଟାବେସ ପ୍ରସ୍ତୁତି ନିମନ୍ତେ ବ୍ୟକ୍ତିଗତ କଳାକାରଙ୍କ ଦରଖାସ୍ତ ଆବେଦନର ଶେଷ ତାରିଖ ଗତ ମଇମାସ ୩୦ତାରିଖ ଥିଲା। କିନ୍ତୁ ଏହି ସମୟ ମଧ୍ୟରେ ବହୁ କଳାକାର ଆବେଦନ ନକରିବା ଏବଂ ବିଶେଷକରି କୋଭିଡ -୧୯ବିପର୍ଯ୍ୟୟ କାରଣରୁ ଅନେକ କଳାକାରଙ୍କ ଆବେଦନ କରିବାରେ ପ୍ରତିବନ୍ଧକକୁ ରାଜ୍ୟ ସରକାର ବିଚାରକରି ଏବେ ଆବେଦନର ଶେଷ ତାରିଖକୁ ଜୁନମାସ ୩୦ତାରିଖକୁ ବୃଦ୍ଧି କରିଛନ୍ତି। ତେଣୁ ଆବେଦନ କରିନଥିବା କଳାକାରମାନେ ନିର୍ଦ୍ଧାରିତ ଫର୍ମରେ ଦରଖାସ୍ତ କରିବା ସହ ଆବଶ୍ୟକ ପ୍ରମାଣପତ୍ର ଓ ସେମାନଙ୍କ ଅଭିଜ୍ଞତା ଓ ସଫଳତା ସମ୍ପର୍କରେ ୨୫୦ ଶଦ୍ଦ ମଧ୍ୟରେ ସ୍ୱଲିଖିତ ଲେଖା ନିଜ ଦରଖାସ୍ତରେ ସଂଲଗ୍ନ କରି ସଂପୃକ୍ତ ଅଚଂଳର ବିଡିଓ କିମ୍ବା ପୈାରନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜୁନମାସ ୩୦ତାରିଖ ମଧ୍ୟରେ ଦାଖଲ କରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ବୃଦ୍ଧି କରାଯାଇଥିବା ଏହି ଶେଷ ତାରିଖ ଆଉ କୈାଣସି ପରିସ୍ଥିତିରେ ବୃଦ୍ଧି କରାଯିବ ନାହିଁ। ଏଣୁ ଜିଲ୍ଲାର ସମସ୍ତ କଳାକାର, ସମସ୍ତ ବ୍ଲକ କଳାକାର ସଙ୍ଘର ଉପସଭାପତି, ଜିଲ୍ଲା କଳା ସଂସ୍କୃତି ସଙ୍ଘର ଉପସଭାପତି ଓ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ମାଧ୍ୟମରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.