Home ଜଗତସିଂହପୁର ଗ୍ରାମ ଠାକୁର ସମ୍ପତ୍ତି ହଡ଼ପ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଗ୍ରାମ ଠାକୁର ସମ୍ପତ୍ତି ହଡ଼ପ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

134

ତିର୍ତ୍ତୋଲ ୦୬/୦୮ (ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ତହସିଲ ଅନ୍ତର୍ଗତ ପୋଷଲ ଗ୍ରାମରେ ଠାକୁର ସମ୍ପତ୍ତି ହଡ଼ପ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଏହି ଗ୍ରାମର ଅଧିକାଂଶ ପରିବାର ଗୋପାଳ ସମ୍ପ୍ରଦାୟର ଅଟନ୍ତି। ପ୍ରାୟ ଗ୍ରାମବାସୀ ଅଳ୍ପ ଶିକ୍ଷିତ ଅଟନ୍ତି। ଉତ୍ତମ ଚରଣ ସାହୁ ଓ ଲୋକନାଥ ସାହୁ ଗ୍ରାମବାସୀଙ୍କ ମଧ୍ୟରେ ଶିକ୍ଷିତ ଓ ବୁଧିମାନ ହୋଇଥିବାରୁ ଗ୍ରାମର ମୁରବି ତଥା ବିଭିନ୍ନ ସମସ୍ୟା ସମାଧାନର ନେତୃତ୍ୱ ନେଇଥାଆନ୍ତି। ଲୋକନାଥ ସାହୁ ଗ୍ରାମବାସୀଙ୍କ ଅଗୋଚରରେ ଗ୍ରାମର ସମ୍ପତ୍ତିକୁ ନିଜ ନାମରେ କରିବା, ଜମି କିଣାଇଦେବା ନାମରେ ଅର୍ଥ ଆତ୍ମସାତ କରିବା ଏବଂ ତାଙ୍କ ପୁଅ ପ୍ରଶାନ୍ତ କୁମାର ସାହୁ, ଶୁସାନ୍ତ କୁମାର ସାହୁ, ଶ୍ରୀକାନ୍ତ ସାହୁ ଓ ରଶ୍ମିକାନ୍ତ ସାହୁ ଉଚ୍ଚ ପ୍ରତିଷ୍ଠିତ ହୋଇ କଟକ, ଭୁବନେଶ୍ୱରରେ ବସବାସ କରିବା ସହିତ ପିତାଙ୍କ ପଥ ଅନୁସରଣ କରି ପୋଷଲ ଗ୍ରାମକୁ ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ଆଣି ଗ୍ରାମରେ ଅରାଜକତା ସୃଷ୍ଟି କରନ୍ତି। ଗ୍ରାମବାସୀମାନେ ଏଭଳି ଅତ୍ୟାଚାରକୁ ସହି ନପାରି ବିରୋଧ କରି ଗ୍ରାମସଭା ଡ଼କାଇ ଆଲୋଚନା କରିବା ସମୟରେ ଲୋକନାଥ ସାହୁ ଉତକ୍ଷିପ୍ତ ହୋଇ ଗ୍ରାମବାସୀଙ୍କୁ ମାଲିମକଦ୍ଦମାରେ ଫସାଇଦେବା ଧମକ ଦେଇଥିଲେ। ଗ୍ରାମର ପୂର୍ବ ହିସାବ ନଦେଇ ସଭାରୁ ଉଠିଯାଇଥିଲେ। ଏମିତିକି ଏବେ ସେ ବିଭିନ୍ନ ଉପାୟରେ ଗ୍ରାମବାସୀଙ୍କୁ ହଇରାଣ ହରକତ କରିଚାଲିଛନ୍ତି। ତାଙ୍କ ପାଖରେ ପ୍ରଚୁର ଧନସମ୍ପତ୍ତି ଥିବାରୁ ଗ୍ରାମବାସୀଙ୍କୁ ଶାନ୍ତିରେ ବସବାସ କରିବାକୁ ଦେଉନାହାନ୍ତି। ଅଖଣ୍ଡଳମଣି ଯୁବପରିଷଦ ନାମରେ ଥିବା ପ୍ଲଟ ନମ୍ବର ୧୬୧୬ ଏ ୦- ୨୨ ଡ଼ି- କୁ ଚଞ୍ଚକତା କରି ନିଜ ନାମରେ କରାଇନେଇଥିଲେ। ଆହୁରି ମଧ୍ୟ ଗ୍ରାମ ଠାକୁରାଣୀ ସମ୍ପତ୍ତିକୁ ଚଞ୍ଚକତା କରି ହାତେଇ ନେବା ସହିତ ଗ୍ରାମର ୪ ଲକ୍ଷରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରିଥିବା ନେଇ ଜଗତସିଂହପୁର ଜିଲ୍ଲାପାଳ, ଆରକ୍ଷି ଅଧିକ୍ଷକ ଜଗତସିଂହପୁର, ତିର୍ତ୍ତୋଲ ଥାନା ଅଧିକାରୀ, ତିର୍ତ୍ତୋଲ ତହସିଲଦାର ଓ କୃଷ୍ଣାନନ୍ଦପୁର ଫାଣ୍ଡିରେ ଗ୍ରାମବାସୀ ପକ୍ଷରୁ ଲିଖିତ ଭାବେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ଗ୍ରାମ କମିଟି ସଭାପତି ଭରତ ଚନ୍ଦ୍ର ସାହୁ, ସମ୍ପାଦକ ନିରଞ୍ଜନ ମଳ୍ଲିକ, ଶରତ ଚନ୍ଦ୍ର ମଲ୍ଲିକ, ରମାକାନ୍ତ ଦାସ, ଅରକ୍ଷିତ ଦାସ, କିଶୋର କୁମାର ସାହୁ, ନିମାଇଁ ସାହୁ, ଶିବ ଚରଣ ସାହୁ, ସୁକାନ୍ତ ମଲ୍ଲିକଙ୍କ ସମେତ ଶତାଧିକ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କ ପଦକ୍ଷେପ ପାଇଁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.