Home ଓଡ଼ିଶା ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ଆଜାଦି କା ଅମ୍ରିତ ମହୋତ୍ସବ ପାଳିତ ।

ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ ଆଜାଦି କା ଅମ୍ରିତ ମହୋତ୍ସବ ପାଳିତ ।

27

ମାଲକାନଗିରି,୨୬ା୮(ଓଡିଆ ପୁଅ ) ମାଲକାନଗିରି ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁୁ ୭୫ତମ ସ୍ୱାଧିନତା ପୁର୍ତିର ଆଜାଦୀ କା ଅମ୍ରୀତ ମହୋତ୍ସବ ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡକ ଯୋଜନାର ଗ୍ରାଚଂଳ ସଂଯୋଗିକରଣ ସେମିନାର କୋଭିଡ ନିୟମର ସହିତ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହି ଯନ୍ତ୍ରୀ ଇଂ ସୁବାଷ ପାତ୍ର,ଜିଲ୍ଲାଗ୍ରାମ୍ୟ ଉନ୍ନୟନ ବିଭାଗ ର ନିର୍ବାହି ଯନ୍ତ୍ରୀ ଇଂ ଭରାପ୍ରସାଦ ରାଓ,ନିର୍ବାହି ଯନ୍ତ୍ରୀ ଇଂ.ଆଶିଶ କୁମାର ଦାଶ ଯୋଗ ଦେଇଥିଲେ । ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ୪୦୮ଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ୧୯୮୭.୩୩ କିଲୋମିଟର ରାସ୍ତା,୨୫ଟି ସେତୁ ନୁର୍ମାଣ କରାଯାଇ ୭୩୫ଟି ଗ୍ରାମକୁ ସଂଯୋଗୀକରଣ କରାଯାଇଛି, ଏହା ଦ୍ୱାରା ଜିଲ୍ଲାରେ ଶିକ୍ଷା,ସ୍ୱାସ୍ଥ୍ୟ, ଗମନାଗମନ,ବ୍ୟବସାୟ ସହ ଅନ୍ୟାନ ଉନ୍ନୟନ ମୁଳକ କାର୍ଯ୍ୟର ଉନ୍ନତି ଘଟିପାରିଛି ବୋଲି ମଚାଂଶିନ ଅତିଥି ମାନେ କହିଥିଲେ । ଉକ୍ତକାର୍ଯ୍ୟକ୍ରମକୁ ଇଂ.କାର୍ତିକ ନାୟକ ପରିଚାଳନା କରିଥିବା ବେଳେ ସବ ର୍ଶେଷରେ ଇଂ. ପ୍ରଶାନ୍ତ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଟ ଠିକାଦାର ପ୍ରଭାକର ପ୍ରଧାନ ଓ ଅଜୟ କୁମାର ରାଉତ ନିଜନିଜ ର ଅଭିଜ୍ଞତା ସଂପର୍କରେ କହିଥିଲେ । ଏହି ଆଜାଦି କା ଅମ୍ରୀତ ମହୋତ୍ସବରେ ବିଭାଗର ସମସ୍ତ ଏସଡିଓ, କନିଷ୍ଟ ଯନ୍ତ୍ରୀ ମାନେ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.