Home ଅନୁଗୁଳ ଗ୍ରାମବାସୀ କଲେ ପୋଲ ମରାମତି

ଗ୍ରାମବାସୀ କଲେ ପୋଲ ମରାମତି

31

ଆଠମଲ୍ଲିକ ୨୨-୯ (ଓଡ଼ିଆ ପୁଅ/ଧନଞ୍ଜୟ ନାୟକ) ଅଞ୍ଚଳବାସୀ ଲଘୁଚାପ ବର୍ଷା ଯୋଗୁ ପ୍ରବଳ ପାଣିସୁଅରେ ପୋଲ କ୍ଷତିଗ୍ରସ୍ତ ହୋଇଥିଲା। ଏ ନେଇ ପ୍ରଶାସନକୁ ଅବଗତ କରାଇଥିଲେ। ବିପଦସଙ୍କୁଳ ଅବସ୍ଥାରେ ଥିବା ପୋଲର ତୁରନ୍ତ ମରାମତି ପାଇଁ ଦାବି କରିଥିଲେ। ହେଲେ ପ୍ରଶାସନ ସେ ଦିଗରେ ପଦକ୍ଷେପ ନ ନେବାରୁ ବାଧ୍ୟହୋଇ ସ୍ଥାନୀୟ ଲୋକେ ପୋଲ ମରାମତି କରିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି। ଆଠମଲ୍ଲିକ ବ୍ଲକ ମଇମୁରା ପଞ୍ଚାୟତ ପିତାଳିବାହାଳ ବିପ୍ରଡିହ ରାସ୍ତାରେ। ଏହି ରାସ୍ତାରେ ଥିବା ବଡତଇଲା ପୋଲ ଜଙ୍ଗଲ ବିଭାଗ ଅଧୀନରେ ରହିଛି। ଏହି ରାସ୍ତା ଉପରେ ପିତାଳିବାହାଳ, ବିପ୍ରଡିହ, ତରଣ୍ଡା ଆଦି ଗ୍ରାମବାସୀ ଯାତାୟତ ପାଇଁ ନିର୍ଭରଶୀଳ। ତେବେ ବର୍ଷା ଯୋଗୁ ବଡ ତଇଲା ନାଳ ଉପରେ ଥିବା ପୋଲର କିଛି ଅଂଶ ଧୋଇ ଯାଇଥିଲା। ପ୍ରଶାସନ ଏହାର ମରାମତି କରୁ ନ ଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ମଙ୍ଗଳବାର ତରଣ୍ଡା ଓ ବିପ୍ରଡିହ ଗ୍ରାମବାସୀ ଏକଜୁଟ ହୋଇ ପୋଲ ମରାମତି କରିଛନ୍ତି। ଏହି ରାସ୍ତାକୁ ପୂର୍ତ୍ତ ବିଭାଗରେ ଅନ୍ତର୍ଭୁକ୍ତ କରି ପିଚୁ କରିବାକୁ ଗ୍ରାମବାସୀ ବହୁବାର ଜିଲାପ୍ରଶାସନ ଠାରେ ଅଭିଯୋଗ କରିଥିଲେ ମଧ୍ଯ ଏଥପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମର ରାଜେନ୍ଦ୍ର ନାୟକ, ଲମ୍ବୋଦର ସାହୁ, ସୁଶୀଲ ନାୟକ, ବିଜୟ ନାୟକ, ଅରିକ୍ଷିତ ବିଶ୍ବାଳ, ବିଜୟ ପ୍ରଧାନ, ଜୟନ୍ତୀ ନାୟକ, ଭଗବତୀ ଦେହୁରୀ, ଫୁଲ ନାୟକ ପ୍ରମୁଖ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.