Home ଜିଲ୍ଲା ପରିକ୍ରମା ଗୋ ହତ୍ୟାକୁ କେନ୍ଦ୍ର କରି ଉତ୍ତେଜନା, ଟାୟାର ଜାଳି ରାସ୍ତାରୋକ

ଗୋ ହତ୍ୟାକୁ କେନ୍ଦ୍ର କରି ଉତ୍ତେଜନା, ଟାୟାର ଜାଳି ରାସ୍ତାରୋକ

17

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳ ପ୍ରାୟ ୧୦ ଟା ସମୟରେ ଏହି ଜିଲାର ସାବରଙ୍ଗ ଥାନା ଅଧୀନସ୍ଥ ବାରିକଛକରେ ଚଲାଇ ଚଲାଇ ଗୋରୁ ଚାଲାଣ କରୁଥିବା ଗୋରୁ ମାଫିଆ ଏକ ଗାଈକୁ ପିଟି ପିଟି ହତ୍ୟା କରିବା ଘଟଣାରେ ଉତ୍ତ୍ୟକ୍ତ ଲୋକେ ଦୀର୍ଘ ସମୟ ଧରି ଟାୟାର ଜାଳି ରାସ୍ତାରୋକ କରିଥିଲେ । ଖବର ପାଇ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରଚାର ପ୍ରମୁଖ ମାନସ ମହାନ୍ତି, ବଜରଙ୍ଗ ଦଳର ଜିଲା ସହ ସଂଯୋଜକ ତପନ ମହାନ୍ତି, ଧୀରେନ୍ଦ୍ର ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ସେଠାରେ ପହଞ୍ôଚ ପରିସ୍ଥିତିକୁ ଆୟତ୍ତକୁ ଆଣିଥିଲେ । ତେବେ ଗୋହତ୍ୟା କାରୀ ଓ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ବ୍ୟକ୍ତିଙ୍କୁ କଠୋର ଦଣ୍ଡବିଧାନ, ଗୋ ଚାଲାଣ ସଂପୂର୍ଣ୍ଣ ବନ୍ଦର ବ୍ୟବସ୍ଥା, ଗୋ ମାଫିଆମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଦୋଳସାହି ଓ ବୁଧବାର ଗୋରୁ ହାଟକୁ ସଂପୂର୍ଣ୍ଣ ବନ୍ଦ କରିବା ଭଳି ଦାବି ରଖିବା ସହ ଭଦ୍ରକରେ ହିନ୍ଦୁ ମୁସଲମାନ ସମସ୍ୟା ନୁହେଁ, ବରଂ ଗୋରୁ ମାଫିଆ ଓ ବେଆଇନ୍ ବାଲାଂଦେଶୀ ଅନୁପ୍ରବେଶକାରୀମାନଙ୍କ ପାଇଁ ସମସ୍ତ ସମସ୍ୟା ଉପୁଜୁଛି ବୋଲି ବିଶ୍ୱ ହିନ୍ଦୁ ପରିଷଦର ପ୍ରଚାର ପ୍ରମୁଖ ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ଏଣୁ ଜିଲାରେ ଆଇନ୍ ବ୍ୟବସ୍ଥା ବଜାୟ ରଖିବାକୁ ହେଲେ ପ୍ରଶାସନ ଏହା ଉପରେ ଦୃଢ ପଦକ୍ଷେପ ନେବା ଆବଶ୍ୟକ ବୋଲି ଶ୍ରୀ ମହାନ୍ତି ଗଣମାଧ୍ୟମ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ପୁଲିସ୍ ପଦାଧିକାରୀଙ୍କ ନିକଟରେ କହିଛନ୍ତି । ପ୍ରଶାସନ ପକ୍ଷରୁ ଭଦ୍ରକ ତହସିଲଦାର ସଂଗ୍ରାମ କେଶରୀ ଖୁଣ୍ଟିଆ, ବାସୁଦେବପୁର ଏସ୍‌ଡିପିଓ ସୌରଭ ହୋତା ଘଟଣାସ୍ଥଳରେ ପହଞ୍ôଚ ସ୍ଥାନୀୟ ଲୋକ ପ୍ରତିନିଧି, ସରପଞ୍ଚ ବନହରି ସାହୁ ଓ ବିଶ୍ୱ ହିନ୍ଦୁ ପରିଷଦ, ଧର୍ମରକ୍ଷା ସମିତି କାର୍ଯ୍ୟକର୍ତ୍ତାମାନଙ୍କୁ ଜିଲା ପ୍ରଶାସନ ସହ ଏକ ସପ୍ତାହ ମଧ୍ୟରେ ଆଲୋଚନା କରାଇ ସେ ସମୟ ପର୍ଯ୍ୟନ୍ତ ଗୋରୁହାଟ ବନ୍ଦ ରଖିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି । ଏବଂ ଗୋମାତାଙ୍କ ସଂସ୍କାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.