Home ଓଡ଼ିଶା ଗୋଳବାରୁଦ କାରଖାନାରେ ଶ୍ରମିକ ଶୋଷଣ ନେଇ ତଦନ୍ତ ଦାବୀ

ଗୋଳବାରୁଦ କାରଖାନାରେ ଶ୍ରମିକ ଶୋଷଣ ନେଇ ତଦନ୍ତ ଦାବୀ

316

ବଲାଙ୍ଗୀର ୩୦-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସବ୍ଡିଭିଜନ ଅନ୍ତର୍ଗତ ବଡମାଲ ଗୋଳବାରୁଦ କାରଖାନାରେ ଶ୍ରମିକଙ୍କୁ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ ନ କରି ଶୋଷଣ କରିବା ନେଇ ଗୁରୁତର ଅଭିଯୋଗ ହୋଇଛି। ପ୍ରକାଶ ଯେ କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ଶ୍ରମିକଙ୍କ ମଜୁରୀ ଧାର୍ଯ୍ୟ କରାଯାଇଥିବା ବେଳେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ପ୍ରେମଚନ୍ଦ ଜୈନ ନାମକ ଜଣେ ଠିକାଦାର ଏହାର ଖୋଲା ଖୋଲି ଉଲଂଘନ କରି ୪୬୦ଜଣ ଶ୍ରମିକଙ୍କୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରି ୧୭୦ ଟଙ୍କା ଦୈନିକ ପ୍ରଦାନ କରୁଛନ୍ତି। ପ୍ରକାଶ ଯେ କେନ୍ଦ୍ର ସରକାର ରକ୍ଷା ମନ୍ତ୍ରାଳୟ ନିୟମାନୁସାରେ ଦୈନିକ ୩୫୦ ଟଙ୍କା ଲେଖାଏଁ ପ୍ରଦାନ ସହ ସମସ୍ତ ସୁରକ୍ଷା ବ୍ୟବସ୍ଥା ପ୍ରଦାନ, ଇ.ପି.ଏଫ.ଜି.ପି.ଏଫ ଓ ବୀମା ଯୋଜନା ବ୍ୟବସ୍ଥା କରାଯିବା ଆବଶ୍ୟକ। ହେଲେ ଉକ୍ତ ଗୋଳବାରୁଦ କାରଖାନାର ଅସାଧୁ ଅଫିସର ଓ ସ୍ଥାନୀୟ ବିଧାୟିକାଙ୍କ ଇଙ୍ଗିତରେ ଉକ୍ତ ଠିକାଦାରଙ୍କୁ ଟେଣ୍ଡର କାରବାରରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏପରି କି ଉତ୍କଟ ଖରାରେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ନିୟୋଜିତ କରାଯାଉଛି। ଜାଲ ନାମ ଠିକଣା ଦର୍ଶାଇ ବିଗତ ଦିନରେ କାରଖାନାରୁ ଠିକା ଶ୍ରମିକମାନଙ୍କୁ ନିଜର ଦାବୀ ଓ ନୀୟମ ମୁତାବକ ସବୁ ସୁବିଧା ସୁଯୋଗ ମିଳୁ ବୋଲି ଦାବି କରି ଦୁଇ ମାସ କାରଖାନା ଆଗରେ ଧାରଣା ଦେଇଥିଲେ ଫଳରେ ତାଙ୍କୁ କାର୍ଯ୍ୟ ରୁ ଅନ୍ତର କରାଯାଇଥିଲା। ହେଲେ ଏବେ ଏହି ଶ୍ରମିକ ମାନଙ୍କୁ ଉକ୍ତ ଶ୍ରମିକ ବୋଲି ଦର୍ଶାଇ ନିୟୋଜିତ କରାଯାଇଛି ଓ ନକଲି ଜାଲ କାଗଜ ପତ୍ର ଓ ସ୍ଵାକ୍ଷର କରି ଅର୍ଥ ହଡପ କରିବା ଓ ମାଲାମାଲ ହେଉଥିବା ଉକ୍ତ ଶ୍ରମିକ ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେବେ ପିସି କାରବାର ସହ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ବେଆଇନ ଭାବେ କରି ସାଧାରଣ ଶ୍ରମିକ ମାନଙ୍କ ଦ୍ବାରା କାର୍ଯ୍ୟ ସମ୍ପାଦନ କରା ଯାଉଛି। ଏ ନେଇ ନିଖିଳ ଓଡ଼ିଶା ଶ୍ରମିକ ସଙ୍ଘ ବଲାଙ୍ଗୀର ତରଫରୁ ବିଭିନ୍ନ ଉଚ୍ଚ ପଦସ୍ଥ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟକୁ ଦାବିପତ୍ର ପ୍ରଦାନ କରିବା ସହ ଭିଜିଲାନ୍ସ ତଦନ୍ତ କରିବା ଦାବୀ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.