Home ଓଡ଼ିଶା କୋରାପୁଟର ଛାତ୍ରୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଗୋଲ୍ଡ ମେଡାଲିଷ୍ଟ

କୋରାପୁଟର ଛାତ୍ରୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଗୋଲ୍ଡ ମେଡାଲିଷ୍ଟ

610

କୋରାପୁଟ ୩୦-୦୩ (ଓଡିଆ ପୁଅ /ରଞ୍ଜନ କୁମାର ଦାସ)କୋରାପୁଟର ଛାତ୍ରୀ ସୌରଞ୍ଜିତା ମାଝି ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ଗୋଲ୍ଡ ମେଡାଲିଷ୍ଟ ପାଇଥିବା ଜଣାପଡିଛି। କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନରେ ଉତ୍ତୀର୍ଣ୍ଣ ହେବାପରେ ରମାଦେବୀ ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩(ପ୍ରାଣୀ ବିଜ୍ଞାନ)ରେ ପାଠ ପଢୁଥିଲେ। ୨୦୧୮ ଶେଷ ବର୍ଷରେ ସେ ସର୍ବୋଚ୍ଚ ନମ୍ବର ରଖି ବିଶ୍ୱବିଦ୍ୟାଳୟର ଟପ୍ପର ହୋଇଥିଲେ ବୋଲି ଜଣାପଡିଛି। ସେ ଶ୍ରେଷ୍ଠ ଗ୍ରାଜୁଇଟ ଭାବେ ବିବେଚିତ ହୋଇ ରାଜ୍ୟପାଳ ଗଣେଶୀଲାଲଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଓ ମାନପତ୍ର ଗ୍ରହଣ କରିଥିଲେ। ପିତାମାତାଙ୍କ ପ୍ରେରଣା, ଅଧ୍ୟାପକ/ଅଧ୍ୟାପିକାମାନଙ୍କ ଉଚ୍ଚକୋଟୀର ଶିକ୍ଷାଦାନ ଓ କଠିନ ପରିଶ୍ରମ ଯୋଗୁଁ ମୁଁ ଏହି ସଫଳତା ପାଇପାରିଛି ବୋଲି ସୌରଞ୍ଜିତା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.