Home ଜିଲ୍ଲା ପରିକ୍ରମା ଗୋବିନ୍ଦପାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଭାଲୁଅତଙ୍କ ,ଛାତ୍ର ଛାତ୍ରୀ ଭୟଭିତ

ଗୋବିନ୍ଦପାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଭାଲୁଅତଙ୍କ ,ଛାତ୍ର ଛାତ୍ରୀ ଭୟଭିତ

217

ମାଲକାନଗିରି,୧୪ା୧୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାପ୍ରବେଶ ଦ୍ୱାରା ଗୋବିନ୍ଦପାଲି ବଜାର ଓ ସ୍କୁଲ ମଧ୍ୟରେ ଭାଲୁ ଆତଙ୍କ ଦେଖା ଦେଇଛି । ଗୋବିନ୍ଦପାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସିସି ଟିଭି ଚିତ୍ରରୁ ଏହା ଜଣାପଡିଛି । ଗତ କାଲି ରାତ୍ରରେ ମା ଓ ଛୁଆ ମିଶି ୩ଟି ବଣୁଆ ଭାଲୁ ବିଦ୍ୟାଳୟ ହତାରେ ପ୍ରବେଶ କରି ଥିଲେ । ଭାଲୁ ଗୁଡିକୁ ଦେଖି ଭୟଭିତ ହୋଇ ଛାତ୍ର ମାନେ ପାଟି କରି ଗୋଡାଇବାରୁ ସେମାନେ ବିଦ୍ୟାଳୟ ହତା ବାହରକୁ ପଳାଇଥିଲେ । ବିଦ୍ୟାଳୟ ହତାଭିତରେ ଭାଲୁ ବୁଲୁଥିବାର ଦେଖି ଛାତ୍ର ଛାତ୍ରୀ ମାନେ ଭୟ ଓ ଆତଙ୍କିତ ହୋଇ ପଡିଛନ୍ତି । ଏହି ଭାଲୁ ଗୁଡିକ ସନ୍ଧ୍ୟାହେଲେ ବଜାର ରାସ୍ତା ଗୁଡିକରେ ବୁଲୁଥିବାର ଦେଖି ଲୋକମାନେ ଭୟଭିତ ହୋଇ ସଂନ୍ଧ୍ୟାରୁ ଘରର କବାଟ ଦେଇ ବାହରକୁ ବାହାରୁନଥିବାର ଜଣାପଡିଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ରେ ଧିରେ ଧିରେ ଜଙ୍ଗଲ ଅବକ୍ଷୟ,ଜଙ୍ଗଲରେ ନିଆଁଲଗାଇବା ,ସବୁଜ ବନାନୀ ବଦଳରେ କଂକ୍ରିଟ ଜଙ୍ଗଲ ସୃଷ୍ଟି ହେବା ଯୋଗୁଁ ଜଙ୍ଗଲର ଜୀବଜନ୍ତୁ ଶରୀଶୃପ ଖାଦ୍ୟଅଭାବରୁ ଏବେ ସହର ମୁହାଁ ହେଉଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.