Home ଓଡ଼ିଶା ଗୋଡଦ୍ୱାରା ପରିଚାଳିତ ସ୍ୱଳ୍ପମୂଲ୍ୟର ସାନିଟାଇଜର ନିର୍ମାଣ କଲେ ଆଇଟିଆଇ ଛାତ୍ର

ଗୋଡଦ୍ୱାରା ପରିଚାଳିତ ସ୍ୱଳ୍ପମୂଲ୍ୟର ସାନିଟାଇଜର ନିର୍ମାଣ କଲେ ଆଇଟିଆଇ ଛାତ୍ର

467

ମାଲକାନଗିରି,୬ା୫(ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା ମହାମାରିରି ପାଇଁ ଆତଙ୍କିତ ହୋଇପଡିଥିବା ବେଳେ ଏହାର ସଂକ୍ରମଣରୁ ରକ୍ଷାପାଇବା ପାଇଁ ସାବୁନରେ ବାରମ୍ବାର ହାତ ଧୋଇବା, ସାନିଟାଇଜର ବ୍ୟବହାର କରି ମୁହଁରେ ମାସ୍କ ପିନ୍ଧିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।କରୋନା ପାଇଁ ବ୍ୟାପକ ଭାବେ ସନିଟାଇଜର ଓ ହ୍ୟାଣ୍ଡଓ୍ୟାସ ବ୍ୟବହାର ଆରମ୍ଭ ହୋଇଯାଇଥିବାରୁ ବଜାରରେ ଏହା ର ମୂଲ୍ୟବହୁଳ ଭାବେ ବୃଦ୍ଧିପାଇବାରେ ଲାଗିଛି ।ଆଦିବାସୀ ଅଧ୍ୟୁଷିତ ଅଚଂଳର ଲୋକମାନେ ଅଧିକ ମୂଲ୍ୟଦେଇ ସାନିଟାଇଜର କ୍ରୟ କରିବାକୁ ସକ୍ଷମ ହୋଇ ପାରୁନଥିବାରୁ ଏହାର ଅଭାବ ପୁରଣ କରିଛନ୍ତି ମାଲକାନଗିରି ସରକାରୀ ଆଇଟିଆଇ ଛାତ୍ର ମାନେ । ମାଲକାନଗିରି ସ୍ଥିତ ସରକାରୀ ଶିଳ୍ପତାଲିମ କେନ୍ଦ୍ରର ଛାତ୍ର ଛାତ୍ରୀ ଓ ଅଧ୍ୟାପକ ମାନେ ମିଳିତି ଭାବେ ଅଭିନବ ଉପାୟରେ ସ୍ୱଳ୍ପ ଖର୍ଚ୍ଚରେ ଏକ ଗୋଡଚାଳିତ ସାନିଟାଇଜର ମେସିନ ଉଦଭାବନ କରିଛନ୍ତି । ଯହାକୁ ହାତ ନଲଗାଇ ଗୋଡ ସହାଯ୍ୟରେ ଲୋକମାନେ ସାନିଟାଇଜ ହୋଇପାରିବେ । ଏହି ମେସିନ ମଧ୍ୟରେ ସାନିଟାଇଜର ରଖା ଯାଇ ବିଭିନ୍ନ ଜନଗହଳି,ସରକାରି ଘରୋଇ କାର୍ଯ୍ୟାଳୟ,ହାଟ ବଜାର,ହସପିଟାଲ,ସପିଙ୍ଗ ମହଲ ସହିତ ଘର ମାନଙ୍କରେ ଏହି ଛୋଟିଆ ସାନିଟାଇଜର ମେସିନ ରଖାଯାଇ ଲୋକମାନଙ୍କୁ ସହଜରେ ସାନିଟାଇଜ କରାଯାଇ ପାରିବ, ଏହାର ମୂଲ୍ୟ ୮୦୦ରୁ ୧୨୦୦ଟଙ୍କା ମଧ୍ୟରେ ରଖା ଯାଇଛି, ଲକଡାଉନ ସମୟରେ ଆଇଟିଆଇ ର ଛାତ୍ର ଛାତ୍ରୀ ମାନେ ଘରେ ବସି ନରହି ଏହି ମେସିନ ନିର୍ମାଣ କରି ଦୁଇପଇସା ରୋଜଗାର କରିପାରିଛନ୍ତି ବୋଲି ଶିଳ୍ପତାଲିମ କେନ୍ଦ୍ରର ଅଧ୍ୟକ୍ଷ ରାଜେଶ ତ୍ରୀପାଠୀ କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.