Home Top News ଗୋଟିଏ ପରିବାରରେ ୪ ଜଣଙ୍କୁ ହତ୍ୟା କଲା ପୁଅ – ପିତା, ଜେଜେମା’, ଭଉଣୀ ସମେତ...

ଗୋଟିଏ ପରିବାରରେ ୪ ଜଣଙ୍କୁ ହତ୍ୟା କଲା ପୁଅ – ପିତା, ଜେଜେମା’, ଭଉଣୀ ସମେତ ୪ ଜଣଙ୍କୁ ହତ୍ୟା

79

ନୂଆଦିଲ୍ଲୀ ୨୩-୧୨ (ଓଡ଼ିଆ ପୁଅ) ଏହି ଅପରାଧ କୌଣସି ବାହାରର ଅପରାଧି କରିନାହିଁ। ପରିବାରର ପୁଅ ହିଁ କରିଛି। ଦିଲ୍ଲୀର ପାଲାମ ଅଞ୍ଚଳରେ ପରିବାରର ଚାରିଜଣ ସଦସ୍ୟଙ୍କୁ ଛୁରୀରେ ହତ୍ୟା କରାଯାଇଛି। ଯେଉଁମାନଙ୍କୁ ଛୁରୀରେ ହତ୍ୟା କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇ ଭଉଣୀ, ସେମାନଙ୍କ ବାପା ଏବଂ ଜେଜେମା’ ଅଛନ୍ତି। ବର୍ତ୍ତମାନ ଅଭିଯୁକ୍ତ ଧରାପଡିଛି। ଦିଲ୍ଲୀର ପାଲାମ ଅଞ୍ଚଳରେ ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ହତ୍ୟା ମାମଲାର ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଏହି ଚାରି ହତ୍ୟା ମାମଲାରେ ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି। କୁହାଯାଉଛି ଯେ ମଙ୍ଗଳବାର ରାତିରେ ସମସ୍ତେ ଘରେ ଶୋଇଥିବା ବେଳେ ସମସ୍ତଙ୍କୁ ହତ୍ୟା କରାଯାଇଛି। ଗଣମାଧ୍ୟମ ରିପୋର୍ଟରେ ଅନୁୟାୟୀ, ଯୁବକ ଜଣକ ଜଣେ ନିଶା ସେବନକାରୀ। କିଛିଦିନ ପୂର୍ବରୁ ନିଶା ନିବାରଣ କେନ୍ଦ୍ରରୁ ଫେରିଥିଲା।

ପୋଲିସ ପହଁଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଦେଇଛି। ଜେଜେମା ବିଛଣାରେ ମୃତ ଅବସ୍ଥାରେ ପଡ଼ିଛନ୍ତି। ବାଥରୁମରେ ଭଉଣୀ ଏବଂ ବାପାଙ୍କ ମୃତଦେହ ଦେଖିବାକୁ ମିଳିଛି। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ତେବେ କେଉଁ କାରଣରୁ ଅଭିଯୁକ୍ତ ଏହି ଜଘନ୍ୟ ହତ୍ୟା କରିଛି ତାହାର ସୂଚନା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୧୦.୩୦ ସମୟରେ ପୋଲିସ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ପାଇଥିଲା। ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଯେ ଏହି ବାଳକ ନିଶା ସେବନ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.