Home Top News ଗୁଜୁରାଟ ବିଧାନସଭା ନିର୍ବାଚନ : ୭ ପରେ ପୁଣି ୧୨ ବିଦ୍ରୋହୀ ନିଲମ୍ୱିତ

ଗୁଜୁରାଟ ବିଧାନସଭା ନିର୍ବାଚନ : ୭ ପରେ ପୁଣି ୧୨ ବିଦ୍ରୋହୀ ନିଲମ୍ୱିତ

63

ନୂଆ ଦିଲ୍ଲୀ ୨୩-୧୧ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟି ପୁଣି ବାରଜଣ ବିଦ୍ରୋହୀଙ୍କୁ ଶୃଙ୍ଖଳା ଭଙ୍ଗ କାରଣରୁ ନିଲମ୍ବିତ କରିଛି। ସୂଚନାଯୋଗ୍ୟଯେ, ପୂର୍ବରୁ ବିଜେପି ଗୁଜୁରାଟରେ ବିଦ୍ରାହୀ ୭ ଜଣ ବିଦ୍ରାହୀ ନେତାଙ୍କୁ ନିଳମ୍ବିତ କରିଥିଲା। ଆସନ୍ତା ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ଶାସକ ଦଳ ଟିକେଟ୍ କାଟିବା ପରେ ଏହି ବିଦ୍ରୋହୀ ନେତମାନେ ସ୍ୱାଧିନ ପ୍ରାର୍ଥୀ ଭାବରେ ସେମାନଙ୍କ ନାମାଙ୍କନ ଦାଖଲ କରିଥିଲେ।

ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ଏହି ବିଧାୟକମାନଙ୍କୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି ବୋଲି ରାଜ୍ୟ ସଭାପତି ସି.ଆର.ପାଟିଲ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ଗଣମାଧ୍ୟମକୁ ଜାରୀ କରାଯାଇଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ।

ପୁନଶ୍ଚ ସୂଚନାଯୋଗ୍ୟଯେ, ୧୬୦ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରାଯିବା ପରେ ୩୮ ଜଣ ବିଧାୟକଙ୍କ ଟିକେଟ କାଟି ଦିଆଯାଇଥିବା ଖବର ପ୍ରକାଶ ପାଇଥିଲା। ପରେ ଶାସକ ଦଳ ଅବଶିଷ୍ଟ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ଆଉ ତିନୋଟି ତାଲିକା ଘୋଷଣା କରିଥିଲା।

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ଏବଂ ଦଳର ମୁଖ୍ୟ ପାଟିଲଙ୍କ ସମେତ ଅନେକ ଦଳର ବଡ଼ ନେତା ଆଗାମୀ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟଯେ, ୨୦୧୭ ଗୁଜୁରାଟ ନିର୍ବାଚନରେ ବିଜେପି ମୋଟ ୧୮୨ ଟି ଆସନରୁ ୯୯ ଟି ଆସନରେ ବିଜୟଲାଭ କରିଥିଲା। ଗତ ୨୭ ବର୍ଷ ଧରି ବିଜେପି ଶାସନ କ୍ଷମତାରେ ଅଛି।

ତେବେ ଏବେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟିର ଗୁଜୁରାଟରେ ପ୍ରବେଶ ଏହି ନିର୍ବାଚନକୁ ତ୍ରିକୋଣୀୟ ପ୍ରତିଯୋଗିତାରେ ପରିଣତ କରୁଥିବା ପରି ଲାଗୁଛି।

ତେବେ ୧୮୨ ବିଧାନସଭା ନିର୍ବାଚନମଣ୍ଡଳୀ ଥିବା ଗୁଜୁରାଟ ରାଜ୍ୟରେ ଡିସେମ୍ବର ୧ ଏବଂ ୫ ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ଏବଂ ହିମାଚଳ ପ୍ରଦେଶ ସହିତ ଗୁଜୁରାଟ ନିର୍ବାଚନର ମତଗଣନା ଡିସେମ୍ବର ୮ ରେ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.