Home ଜିଲ୍ଲା ପରିକ୍ରମା ଗୃହବିଭାଗର ଅନୁମତି ନେଇ ନଥିବାରୁ ବିଦେଶି ଦମ୍ପତିଙ୍କୁ ବଣ୍ଡାଘାଟି ରୁ ଫେରାଇଦେଲେ ପ୍ରଶାସନ

ଗୃହବିଭାଗର ଅନୁମତି ନେଇ ନଥିବାରୁ ବିଦେଶି ଦମ୍ପତିଙ୍କୁ ବଣ୍ଡାଘାଟି ରୁ ଫେରାଇଦେଲେ ପ୍ରଶାସନ

318

ମାଲକାନଗିରି,୨୨ା୧୨ (ଓଡିଆ ପୁଅ ) ଗୃହବିଭାଗର ଅନୁମତି  ନନେଇ ବଣ୍ଡାଘାଟିରେ ବୁଲୁଥିବା ଏକ ବିଦେଶୀ ଦମ୍ପତିଙ୍କୁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ମାନର ସହିତ ଫେରାଇଦିଆ ଯାଇଛି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ମୁଦୁଲିପଡା ଓ ଅଣ୍ଡ୍ରାହଲ ପଚାଂୟତରେ ବସବାସ କରୁଥିବା ବିରଳ ବଣ୍ଡା ଆଦିମ ଜନଜାତି ଙ୍କୁ ଦେଖିବା ଓ ତାଙ୍କ ସହିତ ଫଟୋ ଉଠାଇବା ପାଇଁ ସୁଦୂର ଦରିଆପାରି ବିଦେଶ ଇଟାଲି ରୁ ଆସିଥିବା ଏକ ବିଦେଶି ଦମ୍ପତି ବଣ୍ଡାମାନଙ୍କ ସହିତ ଫଟୋଉଠାଇ ନ ପାରି ନିରାଶ ହୋଇ ଫେରି ଯାଇଛନ୍ତି । ଆଜି ସକାଳେ ଇଟାଲିର ଇଣ୍ଡିଗୋ ସେସୋଡି ଓ ଫ୍ରାଙ୍କଶିଖା ନାମକ ବିଦେଶୀ ଦମ୍ପତି ଗୃହବିଭାଗ ଓ  ମାଲକାନଗିରି ଜିଲ୍ଲାପ୍ରଶାସନର କୌଣସି ଅନୁମତି ନ ନେଇ ମୁଦୁଲିପଡା  ବଣ୍ଡାଘାଟିକୁ ପରିଦର୍ଶନରେ ଯାଇଥିଲେ । ଏହି ବିଦେଶୀ ଦମ୍ପତି ଙ୍କୁ ବଣ୍ଡା ଘାଟିରେ କିଛି ଶିକ୍ଷିତ ଯୁବକ ଓ ସରକାରି ଅଧିକାରୀ ଦେଖିବା ପରେ ଖଇରପୁଟ ତହସିଲଦାରଙ୍କୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ତହସିଲଦାର ଘାଟିରେ ପହଁଚି ସେମାନଙ୍କୁ ବୁଝାଇ ଖଇରପୁଟକୁ ଧରିଆସିଥିଲେ ।ଗତ ଦୁଇଦିନ ତଳେ ବଣ୍ଡା ଘାଟିରେ ମାଓବାଦୀ ମାନେ ରାସ୍ତାକାମକୁ ବିରୋଧକରି ଠିକାଦରଙ୍କ ଏକ ଜେସିବି ମେସିନ ପୋଡିଦେବା ଓ ସେଠାରେ ସେମାନଙ୍କର ପ୍ରଭାବ ଥିବାରୁ ବିଦେଶୀ ଦମ୍ପିତଙ୍କ ପ୍ରତି ବିପଦଥିବା ଭାବି ତହସଲିଦାର ସେହି ଦମ୍ପିତିଙ୍କୁ ମାଲକାନଗିରି ନେଇ ଡିଆରଡିଏ ପ୍ରକଳ୍ପ ମିର୍ଦ୍ଦେଶକଙ୍କ ନିକଟରେ ହାଜର କରାଇଥିଲେ । ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଲିଙ୍ଗରାଜ ପଣ୍ଡା(ଭା.ପ୍ର .ସେ) ଏହି ବିଦେଶୀ ଦମ୍ପତିଙ୍କୁ ଗୃହବିଭାଗର ଅନୁମତି ପତ୍ର ମାଗିଥିଲେ । ସେମାନେ କୋରାପୁଟ କୁ ବୁଲିବାକୁ ଆସିଥିଲେ ସେଠାରେ ତାଙ୍କୁ କିଛି ଲୋକ କହିଲେ ମାଲକାନଗିରି ବଣ୍ଡା ଘାଟିରେ ଆଦିମାନବ ବଣ୍ଡା ଲୋକମାନେ ବସ ବାସକରୁଛନ୍ତି ସେଠାକୁ ବୁଲିବାକୁ ଯାଅ ବୋଲି କହିବାରୁ ଆମେ ଆସିଛୁ, ଗୃହବିଭାଗର କିଛି ଅନୁମତି ଆଣିନାହୁଁ । ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପଣ୍ଡା ଏହି ବିଦେଶୀ ଦମ୍ପିତିଙ୍କୁ ବଣ୍ଡା ଘାଟିରେ ବୁଲାବୁଲି କଲେ କଣ ଅସୁବିଧା ଅଛି ସେସଂପର୍କରେ ବୁଝାଇଥିଲେ, ପରବର୍ତିସମୟରେ ଏପରି ଆଉ ଭୁଲକରିବେ ନାହିଁ,ଯଦି ବଣ୍ଡା ଘାଟିକୁ ବୁଲିବାକୁ ଆସିବେ ଗୃହବିଭାଗର ଅନୁମତି କିମ୍ବା ଜିଲ୍ଲାପ୍ରଶାନର ଅନୁମତି ନେବେ ବୋଲି ବୁଝାଇ ସେମାନଙ୍କ ଠାରୁ ଏକ ଲେଖା ରଖି ସମ୍ମାନର ସହିତ କୋରାପୁଟ କୁ ଫେରାଇଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.