Home କେନ୍ଦ୍ରାପଡ଼ା ଗୁଲନଗରରେ ମା’ ଶାରଳାଙ୍କ ଷୋଡଶ ବାର୍ଷିକ ମହୋତ୍ସବ

ଗୁଲନଗରରେ ମା’ ଶାରଳାଙ୍କ ଷୋଡଶ ବାର୍ଷିକ ମହୋତ୍ସବ

81

କେନ୍ଦ୍ରାପଡ଼ା, ୧୨ା୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମରେ ଗୁରୁବାର ବୁଢା ଗୋବିନ୍ଦଜୀଉ ମନ୍ଦିର ପ୍ରାଜ୍ଞଣରେ ମା’ ଶାରଳାଙ୍କ ଷୋଡଷ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ଝଙ୍କଡସ୍ଥିତ ଶାରଳା ମନ୍ଦିରରୁ ଗ୍ରାମବାସୀଙ୍କ ପକ୍ଷରୁ ଦେବାଶିଷ କୁବେର ଆଜ୍ଞାମାଳ ଆଣିଥିଲେ। ମାନସୀକଧାରୀମାନେ ଗୋବରୀ ନଦୀଘାଟରୁ ଘଟ ସ୍ଥାପନ ନିମନ୍ତେ କଳସରେ ପାଣି ଆଣିଥିଲେ। ରୀତିନୀତି ଅନୁଯାୟୀ ପୁଜାନୀତି ସମ୍ପର୍ଣ୍ଣ ହୋଇଥିଲା। ମହୋତ୍ସବ ଉପଲକ୍ଷେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗୁଲନଗର ପଞ୍ଚାୟତବାସୀ ସହଯୋଗ କରିବା ସହ ମା’ ଶାରଳାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୋଭିଡ ନିୟମ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.