Home Top News କଟକରୁ ବିପୁଳ ପରିମାଣ ଗଞ୍ଜେଇ ଓ ୭୫ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଜବତ : ୨...

କଟକରୁ ବିପୁଳ ପରିମାଣ ଗଞ୍ଜେଇ ଓ ୭୫ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଜବତ : ୨ ଗିରଫ

71

କଟକ, ୧୨/୨ (ଓଡ଼ିଆ ପୁଅ /ଅଭୟ ଜେନା) କଟକରୁ ବିପୁଳ ପରିମାଣ ଗଂଜେଇ ଓ ୭୫ ଲକ୍ଷ ୨୦ ହଜାର ଟଙ୍କା ବାଦାମବାଡ଼ି ପୋଲିସ ଜବତ କରିବା ସହ ଦୁଇ ଜଣ ଙ୍କୁ ଗିରଫ କରିଛି। ସୂଚନା ମୁତାବକ କୌଣସି ସୂତ୍ରରୁ ଖବର ପାଇ ପୋଲିସ ବୟାଳିଶ ମୌଜାର ନାରାୟଣ ପତି ଓ ତାଙ୍କ ସହଯୋଗୀ କୁ ବି ଏସ ଏ ନ ଏଲ ନିକଟରେ ଧରିବା ପରେ ବୟାଳିଶ ମୌଜା ଘରୁ ଏହି ବିପୁଳ ପରିମାଣ ଟଙ୍କା ପୋଲିସ ଜବତ କରିଛି। ଏମାନେ ପେସାଦାର ଗଂଜା ବେପାରୀ ହୋଇଥିବା ଜଣାପଡିଛି। ଆଜି ଦୁଇ ଜଣଙ୍କୁ ଗିରଫ କରାଯାଇଛି. ଗିରଫ ଅନ୍ୟଜଣେ କଲ୍ୟାଣୀ ନଗରର ଅବକାଶ ସ୍ୱାଇଁ। ସେମାନଙ୍କ ନିକଟରୁ ୭୫ଲକ୍ଷ ୨୦ହଜାର ଟଙ୍କା, ୨୦କେ ଜି ୫୦୦ଗ୍ରାମ ଗଂଜା, ହୋଣ୍ଡା ସ୍କୁଟି, ଦୁଇଟି ମୋବାଇଲ ଫୋନ ଓ କିଛି ସୁନା ଅଳଙ୍କାର ଜବତ ହୋଇଛି। ପୋଲିସ ଅଧିକ ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.