Home Top News ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ କମିଟିରେ ଅଶ୍ୱନୀ ବୈଷ୍ଣବ, ସିନ୍ଧିଆ, ଭୁପେନ୍ଦର ଯାଦବ, ସୋନୱାଲଙ୍କୁ ସ୍ଥାନ

ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ କମିଟିରେ ଅଶ୍ୱନୀ ବୈଷ୍ଣବ, ସିନ୍ଧିଆ, ଭୁପେନ୍ଦର ଯାଦବ, ସୋନୱାଲଙ୍କୁ ସ୍ଥାନ

160

ନୂଆଦିଲ୍ଲୀ ଜୁଲାଇ ୧୩ (ଓଡିଆ ପୁଅ) ଗତ ସପ୍ତାହରେ କ୍ୟାବିନେଟ ପୁନର୍ଗଠନ ପରେ ସୋମବାର ଦିନ ନରେନ୍ଦ୍ର ମୋଦୀ ସରକାରଙ୍କ ଯୁବ ମନ୍ତ୍ରୀମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ କମିଟିରେ ସ୍ଥାନ ଆଉ ଏକ ବଡ଼ ନିଷ୍ପତ୍ତି।

ବନ୍ଦର ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କ ସହ ପରିବେଶ ଓ ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ରାଜନୈତିକ ବ୍ୟାପାର କମିଟି (ସିସିପିଏ) ରେ ଅନ୍ତର୍ଭୁକ୍ତ କରାଯାଇଛି।

ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, ଯିଏ ପ୍ରଥମ ଥର ପାଇଁ CCPA ରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

ଆଇନ ମନ୍ତ୍ରୀ କିରେନ ରିଜିଜୁ, ସୂଚନା ଓ ପ୍ରସାରଣ ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ସହିତ ପ୍ରଥମ ଥର ପାଇଁ ସଂସଦୀୟ କମିଟି ସଦସ୍ୟ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ରିଜିଜୁ ରବି ଶଙ୍କର ପ୍ରସାଦଙ୍କ ସ୍ଥାନ ନେଇଥିବାବେଳେ ଠାକୁର ଏହି କମିଟିରେ ପ୍ରକାଶ ଜାଭଡେକରଙ୍କ ସ୍ଥାନ ନେଇଛନ୍ତି।

ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାରଙ୍କୁ ମଧ୍ୟ ବର୍ତ୍ତମାନ କର୍ଣ୍ଣାଟକର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ଥାୱରଚାନ୍ଦ ଗେହଲୋଟଙ୍କ ସ୍ଥାନରେ ଅନ୍ତର୍ଭୁକ୍ତ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଅଧିନରେ ଥିବା ଅର୍ଥନାତିକ ବ୍ୟାପାର ସମ୍ବନ୍ଧିତ କ୍ୟାବିନେଟ କମିଟିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ନୀତିନ୍ ଗଡ଼କରୀ, ନିର୍ମଳା ସୀତାରମଣ, ନରେନ୍ଦ୍ର ସିଂ ତୋମାର, ସୁବ୍ରମଣ୍ୟମ ଜୟଶଙ୍କର, ପୀୟୁଷ ଗୋୟେଲ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଗଠିତ ହୋଇଥିବା ବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଅଶ୍ୱନୀ ବୈଷ୍ଣବ ଏବଂ ନାରାୟଣ ରାଣେଙ୍କୁ ନିବେଶ ଏବଂ ଅଭିବୃଦ୍ଧି ସମ୍ବନ୍ଧୀୟ କ୍ୟାବିନେଟ୍ କମିଟିରେ ସ୍ଥାନ ଦିଆଯାଇଛି।

ନିଯୁକ୍ତି ଏବଂ ଦକ୍ଷତା ବିକାଶ ସମ୍ବନ୍ଧୀତ କ୍ୟାବିନେଟ କମିଟିରେ ଭୁପେନ୍ଦର ଯାଦବ ଏବଂ ଅଶ୍ୱିନୀ ବୈଷ୍ଣବ ହରଦୀପ୍ ସିଂ ପୁରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଜେଡିୟୁରୁ ​​ଇସ୍ପାତ ମନ୍ତ୍ରୀ ଆରସିପି ସିଂଙ୍କୁ ‘ସ୍ପେସାଲ ଇନ୍‌ଭାଇଟି’ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.