Home ଜିଲ୍ଲା ପରିକ୍ରମା ଗୁଣ୍ଡିଚା ମନ୍ଦିରରୁ ଲୀଳାଖେଳା ସାରି ବାହୁଡିଲେ ତିନି ଠାକୁର

ଗୁଣ୍ଡିଚା ମନ୍ଦିରରୁ ଲୀଳାଖେଳା ସାରି ବାହୁଡିଲେ ତିନି ଠାକୁର

64

ନୟାଗଡ/୦୯/୦୭ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଦ୍ୱିତୀୟ ଶ୍ରୀକ୍ଷେତ୍ର ଦାବି କରୁଥିବା ନୟାଗଡ ଜିଲ୍ଲା ରଣପୁର ନବଦିନାତ୍ମକ ଘୋଷଯାତ୍ରା ଶେଷ ହୋଇଯାଇଛି। ପ୍ରଭୁ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥ ଜନ୍ମ ବେଦୀ ରେ ଲିଳାଖେଳା ସାରି ବାହୁଡା ଦଶମୀରେ ରତ୍ନ ସିଂହାସନ ଅଭିମୁଖେ ବାହୁଡିଛନ୍ତି। ମାଉସୀ ମା’ ମନ୍ଦିର ରୁ ଧାଡି ପହୁଣ୍ଡି ରେ ତିନି ଠାକୁର ରଥାରୁଢ ହୋଇଥିଲେ। ରଣପୁର ରାଜା ଦିଲ୍ଲୀପ ବଜ୍ରଧର ନରେନ୍ଦ୍ର ମହାପାତ୍ର ତାମ୍‌ଜାନ୍ ରେ ଆସି ତିନି ରଥ ଛେରାପହଁରା କରିବା ପରେ ରଥ ଭିଡା ହୋଇଥିଲା। ଏହି ବାହୁଡା ଯାତ୍ରାର ପ୍ରଥମ ଦିନରେ ତାଳଧ୍ୱଜ ରଥରେ ବିଜେ କରି ବଳଭଦ୍ର ଦେବ ରଥଖଳା ରେ ପହଂଚିଥିବା ବେଳେ ଭଉଣୀ ସୁଭଦ୍ରା ବଡଦାଣ୍ଡର ଖୁଣ୍ଡିଆ ସାହି ଛକ ନିକଟରେ ଅଟକି ରହିଛନ୍ତି। ଜଗତର ନାଥ ଜଗନ୍ନାଥ ଗୁଣ୍ଡିଚା ଖଳା ରେ ରଥାରୁଢ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହି ବାହୁଡା ଯାତ୍ରା ଦେଖିବା ପାଇଁ ୩୫ ହଜାର ରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା।

ଭଉଣୀ ସୁଭଦ୍ରା ଙ୍କ ଦେବଦଳନ ରଥ କୁ ମହିଳା ଭକ୍ତ ମାନେ ଟାଣିଥିଲେ। ଦେବୋତ୍ତର ଅଧିକାରୀ ଦାୟିତ୍ୱ ରେ ଥିବା ସ୍ଥାନୀୟ ଅତିରିକ୍ତ ତହସିଲଦାର ଅଶୋକ ପଟ୍ଟନାୟକ କାର୍ଯ୍ୟସୂଚୀ ଅନୁଯାଇ ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ କରାଇଥିଲେ। ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା, ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷା ରଙ୍ଗୀନ୍ ମହାନ୍ତି ଉପସ୍ଥିତ ରହି ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତ ପଣ୍ଡା ପଢିଆରୀ ଛତିଶା ନିଯୋଗ କୁ ସଙ୍ଗରେ ନେଇ ମନ୍ଦିର ପରିଚାଳକ ରମେଶ ଚନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ। ସମବେତ ଶ୍ରଦ୍ଧାଳୁ ଭକ୍ତମାନେ ଛୁଆପିଲା ଙ୍କୁ ଧରି ମିନା ବଜାର ଓ ଖାଦ୍ୟ ଦୋକାନରୁ ସୁସ୍ୱାଦୁ ଖାଦ୍ୟର ମଜା ଉଠାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.