Home ଜିଲ୍ଲା ପରିକ୍ରମା ଗୁଣୁପୁର ଅଗ୍ନିକାଣ୍ଡରେ ୮ ବଖରା ଜଳିଗଲା

ଗୁଣୁପୁର ଅଗ୍ନିକାଣ୍ଡରେ ୮ ବଖରା ଜଳିଗଲା

21

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଜଳମଣ୍ଡୁଆ ପଞ୍ଚାୟତ ଗୁଣୁପୁର ଗ୍ରାମରେ ରବିବାର ରାତ୍ରରେ ଅଗ୍ନିକାଣ୍ଡ ଘଟି ୮ ବଖରା ଘର ଜଳି ପାଉଁଶ ହୋଇଯାଇଛି। ରାତ୍ର ପ୍ରାୟ ଗୋଟାଏ ସମୟରେ ଘର ଜଳୁଥିବା ବେଳେ ନିକଟରେ ଅପେରା ଦେଖି ଫେରୁଥିବା ଲୋକେ ଡାକ ପକାଇଥିଲେ। ମଧ୍ୟରାତ୍ରରେ ସମସ୍ତେ ଶୋଇଥିବାରୁ କୌଣସି ସାମଗ୍ରୀ ଉଦ୍ଧାର କରାଯାଇ ପାରିନଥିଲା। ଗ୍ରାମର ବିଶ୍ୱନାଥ ଦାସ, ପ୍ରଶାନ୍ତ ଦାସ, ବନମାଳୀ ସେନାପତି ଓ ବଳରାମ ସେନାପତି ପ୍ରତ୍ୟେକଙ୍କ ୨ବଖରା ଲେଖାଏଁ ଘର ଜଳିଯାଇଥିଲା। ସୂଚନା ପାଇ ଭଣ୍ଡାରିପୋଖରୀରୁ ଦମକଳ ଆସି ଅଗ୍ନିକୁ ଆୟତ୍ତ କରିଥିଲା। ବିଦ୍ୟୁତ ସଟସର୍କିଟ ଅଗ୍ନିକାଣ୍ଡର କାରଣ ବୋଲି ଅଗ୍ନିଶମ ପକ୍ଷରୁ କୁହାଯାଇଛି। ସର୍ବସ୍ୱାନ୍ତ ହୋଇପଡିଥିବା ଏହି ପରିବାରଗୁଡିକୁ ପଞ୍ଚାୟତ ପକ୍ଷରୁ ୩ ଦିନ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯିବା ସହ ଶାଢୀ ଆଦି ପ୍ରଦାନ କରାଯାଇଛି ବୋଲି ସରପଞ୍ଚ ବାସନ୍ତିଲତା ଦାସ ସୂଚନା ଦେଇଛନ୍ତି। ବିଧାୟକ ପ୍ରତିନିଧି ପ୍ରୟାସକାନ୍ତି ସାମଲ ପ୍ରତ୍ୟେକ ପରିବାରକୁ ଅର୍ଥ ସହାୟତା ପ୍ରଦାନ କରିଛନ୍ତି। ବିଜେପି ନେତା ବଦ୍ରୀନାରାୟଣ ଧଳ ଶୁଖିଲା ଖାଦ୍ୟ ଓ ପାଲଆଦି ବିପନ୍ନଙ୍କୁ ପ୍ରଦାନ କରିଛନ୍ତି। ତହସିଲ ପକ୍ଷରୁ ସହାୟତା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.