Home ଓଡ଼ିଶା ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ

214

ଯୋଡା, ୧୧/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବାମେବାରୀ ଥାନା ଅନ୍ତର୍ଗତ ଜାମିର୍ତା ଗ୍ରାମରେ ଗତ ୭ ତାରିଖ ବିଳମ୍ବିତ ରାତ୍ରୀରେ ଗୁଣିଗାରେଡି ସନ୍ଦେହ କରି ସେହି ଗ୍ରାମର ଜଣେ ବୃଦ୍ଧ ମାନସିଂ ମୁଣ୍ଡାଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ପୁଲିସ ମଙ୍ଗଳବାର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜାମିର୍ତା ଗ୍ରାମର ସ୍ୟାମ ମୁଣ୍ଡା, ନାଓପାଣି ଗ୍ରାମର ସିକେନ ମୁଣ୍ଡା ଓ ରମେଶ ମୁଣ୍ଡା । ସୂଚନା ମୁତାବକ ଅଭିଯୁକ୍ତ ସିକେନ ମୁଣ୍ଡାର ବାପା ୧୦-୧୨ଦିନ ପୂର୍ବେ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିଲେ । ତେବେ ସିକେନର ପରିବାର ମାନସିଂ ମୁଣ୍ଡା ଗୁଣିଗାରେଡି କରିବା ଯୋଗୁଁ ତାଙ୍କର ବାପାଙ୍କର ମୃତ୍ୟୁ ଘଟିଥିବା ସେ ସନ୍ଦେହ କରି ଅଭିଯୁକ୍ତ ସିକେନ ମୁଣ୍ଡା ଓ ତାଙ୍କର ୨ଜଣ ସହଯୋଗୀ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗତ ୭ ତାରିଖ ଦିନ ମାନସିଂଙ୍କୁ ଘରୁ ଡାକି ଆଣି ନିକଟସ୍ଥ ଜଙ୍ଗଲକୁ ନେଇ ଟାଙ୍ଗିଆ ଓ କୋଦାଳରେ ହାଣି ବିଭତ୍ସ ଭାବେ ହତ୍ୟା କରି ଗାତ ଖୋଳି ପୋତି ଦେଇଥିଲେ । ପରେ ମାନସିଂ ମୁଣ୍ଡାଙ୍କ ପୁଅ ଟୁଙ୍କୁ ମୁଣ୍ଡା ତାଙ୍କର ବାପା ଘରକୁ ନଫେରିବାରୁ ବାମେବାରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ବାମେବାରୀ ପୁଲିସ ୩ ଅଭିଯୁଙ୍କୁ ଗିରଫ କରିବା ସହ ହତ୍ୟା କାଣ୍ଡରେ ବ୍ୟବହୃତ କୋଦାଳ, ଟାଙ୍ଗିଆ ଜବତ କରିଥିବା ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଗତ କିଛି ବର୍ଷ ତଳେ ଏହି ଗୁଣିଗାରେଡି ସନ୍ଦେହରେ ଲହଣ୍ଡା ଗ୍ରାମରେ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା କରାଯାଇଥିଲା । ସେ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ଜଣାପଡିଥିଲା । କିନ୍ତୁ ତାହା କେବଳ ଫାଇଲ ଭିତରେ ସୀମିତ ରହିଛି । ଫଳରେ ଅଶିକ୍ଷା ଓ ସଚେତଚନତା ଅଭାବରୁ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଏହି ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ ସମଗ୍ର ଜିଲ୍ଲାରେ ବଢିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.