Home ଓଡ଼ିଶା ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ତୀର ମାରି ହତ୍ୟା

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ତୀର ମାରି ହତ୍ୟା

188

ମାଲକାନଗିରି, ୦୯.୦୭.(ଓଡିଆ ପୁଅ ) ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ପଂଚାୟତ ତାର୍ଲାକୋଟା ଗ୍ରାମର ଜଣେ ବୃଦ୍ଧଙ୍କୁ ଗୁଣିଗାରେଡି କରୁଥିବା ସନ୍ଦେହରେ ତୀର ମାରି ହତ୍ୟା କରାଯାଇଥିବା ଜଣାପଡିଛି । ମୃତକ ଜଣକ ସୁବାଷ ଭୂୟାଁ (୫୫) । ଅଭିଯୁକ୍ତ ସେହି ଗ୍ରାମର ବଜା ମାଡକାମି (୪୫) । ମିଳିଥିବା ସୁଚନା ପ୍ରକାରେ ଅଭିଯୁକ୍ତ ବଜା ମୃତକଙ୍କ ନିଜ ଜମିରେ ଦୀର୍ଘଦିନ ଧରି କାମକରିଆସୁଥିଲେ । ବୁଧବାର ଦିନ ୧୦.୪୫ମି ସମୟରେ ସୁବାଷ ଙ୍କ ଘର ସମ୍ମୁଖକୁ ଆସି ବଜା ସୁବାଷ ଙ୍କୁ ବାହାରକୁ ଡାକିଥିଲେ । କିନ୍ତୁ ସୁବାଷ ଙ୍କ ସ୍ତ୍ରୀ ବାହାରକୁ ଆସିଥିଲେ । ତାଙ୍କୁ ବଜା ବାଡି ସାହାଯ୍ୟରେ ବାଡେଇଥିଲା । ପରେ ସୁବାଷ ଘରୁ ବାହାରକୁ ଆସିଥିଲେ । ଏହି ସମୟରେ ବଜା ଜୀବନରୁ ମାରିଦେବି କହି ହାତରେ ଧରିଥିବା ତୀର ରେ ଦୁଇଥର ଆକ୍ରମଣ କରିଥିଲା । କିନ୍ତୁ ସୁବାଷ ଅଟକାଇଥିଲା । ଏହା ପରେ ଧନୁ ସାହାର୍ଯ୍ୟରେ ବଜା ଆଉ ଏକ ତୀର ମାରିଥିଲା ଯାହାକି ସୁବାଷ ଙ୍କ ବାମପାଖ ଛାତିରେ ଭେଦ କରିଥିଲା । ଛଟପଟ ହେବାରୁ ସଙ୍ଗେସଙ୍ଗେ ସୁବାଶଙ୍କୁ କୋରୁକୋଣ୍ଡା ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ସେ ସଙ୍କଟାପନ୍ନ ହେବାରୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନେବା ବାଟରେ ହିଁ ସୁବାଷ ମୃତ୍ୟୁ ବରଣ କରିଥିଲେ । ଏନେଇ ସୁବାଶଙ୍କ ପୁଅ କାର୍ତିକ ଭୂୟାଁ ଓର୍କେଲଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ଗୁରୁବାର ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଛି । ଅଭିଯୁକ୍ତ ବଜା ନିଜେ ଥାନାରେ ଆତ୍ମ ସମର୍ପଣ କରିଥିବା ସହ ବ୍ୟବହୃତ କରିଥିବା ଧନୁ ଓ ତୀରକୁ ପୁଲିସ ଜବତ କରିଛି । ଏନେଇ ଓର୍କେଲ ଥାରେ ଏକ କେସ୍ ନଂ ୧୧୫/୨୦ ପ୍ରକାରେ ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଜଗଦୀଶ ବାରା ପ୍ରକାଶ କରିଛନ୍ତି । ମୃତ ସୁବାଶ ଜଣେ ସମାଜ ସେବୀ ଥିବା ବେଳେ ସ୍ଥାନୀୟ ଆଦିବାସୀ ସଂଘର ଜଣେ ସକ୍ରୀୟ ସଦସ୍ୟ ଥିଲେ । ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.