Home ଜିଲ୍ଲା ପରିକ୍ରମା ଗୁଣିଆ ସନ୍ଦେହରେ ହତ୍ୟା,ଏତଲାର ଦୁଇଘଟାଂ ମଧ୍ୟରେ ଅଭିଯୁକ୍ତ ଗିରଫ

ଗୁଣିଆ ସନ୍ଦେହରେ ହତ୍ୟା,ଏତଲାର ଦୁଇଘଟାଂ ମଧ୍ୟରେ ଅଭିଯୁକ୍ତ ଗିରଫ

257

ମାଲକାନଗିରି,୧୭ା୨(ଓଡିଆ ପୁଅ ) ଇଟଂର ନେଟ ଓ ବିଜ୍ଞାନ ଯେତେ ଆଗେଇ ଛି ଏ ସଭ୍ୟଶିକ୍ଷତ ସମାଜର ମଣିଷ ମାନେ ଏବେ ବି କୁସଂସ୍କାର ଅନ୍ଧବିଶ୍ୱାସକୁ ଛାଡିପାରିନାହାଁନ୍ତି, ବିଶ୍ବାସ ଅନ୍ଧବିଶ୍ବାସର ଅନ୍ଧଗଳିରେ ଏବେ ବି  ପେସି ହେଉଛନ୍ତି ନିରିହ ସରଳ ଆଦାବୀସ ମାନେ, ଅନ୍ଧବିଶ୍ୱାସରେ ବଶବର୍ତି ହୋଇ ଗୁଣିଆ ସନ୍ଦେହରେ ଜଣେ ନିରିହ ଆଦିବାସୀ ବ୍ୟକ୍ତିକୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏତଲାର ମାତ୍ର ଦୁଇଘଟାଂ ମଧ୍ୟରେ ପୁଲିସ ତଦନ୍ତକରି ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ସହ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଏହି ଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଥାନାସ୍ଥ ଚାଲାଣଗୁଡା ପଚାଂୟତ ନୁଆଗୁଡା ଗ୍ରାମରେ ,ସେହିଗ୍ରାମର ଉରାପଡିଆମୀ(୪୫) ଙ୍କୁ ଗୁଣିଆ ସନ୍ଦେହରେ ଉକ୍ତ ଗ୍ରାମର ଦେବା କବାସୀ(୪୦) ନାମକ ଯୁବକ ଅତି ନିର୍ମମଭାବେ ଆଜି ସକାଳେ ଟାଙ୍ଗିଆରେ ହତ୍ୟାକରିଥିବାର ମାଲକାନଗିରି ଥାନାରେ ଅଭିଯୋଗ ହୋଇଛି ।ଆଜି ସକାଳେ ଉରା ପଡିଆମି ଏକୁଟୁଆ ବସି କାଠ ଜାଳି ନିଆଁପିଉଁ ଥିବା ବେଳେ ହଟାତ ଦେବା ସେଠାରେ ପହଁଚି ତୁମେ ଗୁଣି କରି ମୋର ଭାଇ ଓ ବାପାଙ୍କୁ ମାରିଦେଲ କହି ଟାଙ୍ଗିଆରେ କାନମୁଳକୁ ଶକ୍ତପ୍ରହାର ଦେବାରୁ ଘଟଣାସ୍ଥଳରେ ଉରା ଙ୍କର ମୃତ୍ୟୁ ଘଟିଥିଲା । ଏହା ଦେଖି ପିରାବର ଲୋକେ କାନ୍ଦ ବୋବାଳିପକାଇ ଗ୍ରାମବାସୀ ମାନଙ୍କୁ ଡାକପକାଇଥିଲେ, ଅଭିଯୁକ୍ତ ଖସିପଳାଇବାକୁ ଚେଷ୍ଟାକରିବାରୁ ଗ୍ରାମବାସୀ ମାନେ ତାକୁ ଧରିଅଟକ ରଖିଥିଲେ । ଏ ସଂପର୍କରେ ମୃତପରିବାର ପକ୍ଷରୁ ମାଲକାନଗିରି ଥାନାରେ ଜଣାଇବାପରେ ମାଲକାନଗିରି ଥାନା କେସ ନମ୍ବର ୪୭/୨୦୨୦ ଭାରତୀୟ ପିଙ୍ଗଳ କୋର୍ଡ ୩୦୨ ଦଫାରେ କେସରୁଜୁ କରାଯାଇଥିଲା । ଏସପି ରିଶିକେଶ ଡି ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ ସଙ୍ଗେସଙ୍ଗେ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ଙ୍କ ନେତୃତ୍ୱରେ ସବଇନିସ୍ପେକ୍ଟର ସୁନିଲକୁମାର ସ୍ୱାଇଁ ,ଏସଆଇ ରୁଦ୍ରମାଧବ ମୁଦୁଲି ପୁଲିସ ସଦଳବଳ ନୁଆଗୁଡା ଗ୍ରାମରେ ପହଁଚି ତଦନ୍ତ ଆରମ୍ଭ କରି ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ ସହ ଅଭିଯୁକ୍ତ ଦେବା କବାସୀ କୁ ଗିରଫ କରିଥିଲେ । ମୃତଶରୀର ଜବତ କରି ମାଲକାନଗିରି ହସପିଟାଲରେ ଶବବ୍ୟବଛେଦ ପରେ ପରିବାରଙ୍କୁ ପୁଲିସ ହସ୍ତାନ୍ତର କରିଛନ୍ତି । ସୁଚନା ଯୋଗ୍ୟ ଯେ ନୁଆଗୁଡା ଗ୍ରାମର ଉରା ପଡିଆମୀ ଛୋଟ ମୋଟ ଦାଶାରୀ ଓ ଝଡାଫୁଙ୍କା ଗୁଣିଆ କାମକରନ୍ତି । ଅଭିଯୁକ୍ତ ଦେବା କବାସୀଙ୍କ ଭାଇଙ୍କର ଗତ କିଛିମାସତଳେ ମୃତ୍ୟୁ ହୋଇଥିଲା, ପୁଣି ଗତ କାଲି ରାତ୍ରରେ ତାଙ୍କ ବାପା ଗଙ୍ଗା କବାସୀଙ୍କର ମୃତ୍ୟୁଘଟିଥିଲା । ନୁଆଗୁଡା ଗ୍ରାମର ଉରାପଡିଆମୀ ଗୁଣି କରି ତାଙ୍କ ଭାଇଙ୍କୁ ଆଗରୁ ମାରିଦେବା ସହ ପୁଣି କାଲି ତାଙ୍କ ବାପାଙ୍କୁ ମାରିଦେଇଛନ୍ତି ସନ୍ଦେହ କରି ଏହି ମୃତ୍ୟୁପାଇଁ ଉରା ଦାୟୀବୋଲି କହି ଆଜି ସକାଳେ ଦେବା ରାଗି ଯାଇ ଏକ ଟାଙ୍ଗିଆରେ ନିର୍ମମଭାବେ ହତ୍ୟାକରିଥିବାର ଜଣାପଡିଛି । ଏତଲା ଦେବାର ମାତ୍ର ଦୁଇଘଟାଂ ମଧ୍ୟରେ ମାଲକାନଗିରି ଆଦର୍ଶ ଥାନା ପୁଲିସ ଏହି ହତ୍ୟା ମାମଲାର ଠିକଭାବେ ତଦନ୍ତ କରି ଅଭିଯୁକ୍ତ କୁ ଗିରଫ କରିବାରେ ସଫଳ ହେବା ସହ ମୃତପରିବାରଙ୍କୁ କମ ସମୟ ମଧ୍ୟରେ ନ୍ୟାୟ ଦେଇ ପାରିଥିବାରୁ ରାଜ୍ୟସରକାର ଙ୍କ ୫-ଟି ଓ ମୋ ସରକାର ଯୋଜନା କୁ ମାଲକାନଗିରି ଆଦର୍ଶ ଥାନା ପୁଲିସ ଠିକଭାବେ କାର୍ଯ୍ୟକାରି କରିପାରିଥିବାରୁ ଗ୍ରାମବାସୀ ମାନେ ପୁଲିସକୁ ସାଧୁବାଦ ଜଣାଇଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.