Home କୋରାପୁଟ କୋଟିଆ ଗ୍ରାମପୁଞରେ ପୁନଃଶ୍ଚ ଓଡିଆ ନାମଫଳକ ଲେଖାହେଲା

କୋଟିଆ ଗ୍ରାମପୁଞରେ ପୁନଃଶ୍ଚ ଓଡିଆ ନାମଫଳକ ଲେଖାହେଲା

49

କୋରାପୁଟ ୩୦-୦୯(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲା ପ୍ରଶାସନ ବାତ୍ୟା ଗୁଲାବ ପାଇଁ କାର୍ଯ୍ୟରେ ବ୍ୟସ୍ତ ରହିଥିବା  ବେଳେ କୋଟିଆ ଗ୍ରାମପୁଞର ନେରେଡିବାଲସା , ତାଡିବାଲସା ଓ ଅନ୍ୟ ଗ୍ରାମରେ ଲାଗିଥିବା ଓଡିଆ ନାମଫଳକକୁ ଅସମାଜିକ ବ୍ୟକ୍ତିମାନେ ଲିଭାଇ ଦେଇଥିଲେ ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ ନିର୍ଦ୍ଦେଶକ୍ରମେ ଓ ପଟ୍ଟାଙ୍ଗୀର ଭାରପ୍ରାପ୍ତ ବିଡିଓ କୃଷ୍ଣଚନ୍ଦ୍ର ବିଶ୍ୱାସରାୟଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ବ୍ଲକର ଅଧିକାରୀମାନଂକ ସହାୟତାରେ  ଲିଭାଯାଇଥିବା ଓଡିଆ ନାମଫଳକ ଲେଖାଯାଇଥିବା ଜଣାପଡିଛି ।କୋଟିଆ ପଂଚାୟତ ନିର୍ବାହୀ ଅଧିକାରୀ  ନବ କିଶୋର ହନ୍ତାଲ , କନିଷ୍ଠ ଯନ୍ତ୍ରୀ ଅଜୟ ତରାଇ , ଏପିଓ ସୈାମେନ୍ଦ୍ର ନାୟକ ପ୍ରମୁଖ ନେରେଡିବାଲସା , ତାଡିବାଲସା ଓ ଉପରସେମ୍ବି ଗ୍ରାମକୁ ଯାଇ ଓଡିଆ ନାମଫଳକ ଲେଖିବାରେ ସହାୟତା କରିଥିବା ଜଣାପଡିଛି । ଯେଉଁମାନେ ଓଡିଆ ନାମଫଳକୁ ଲିଭାଇଥିଲେ ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.