Home ଓଡ଼ିଶା ଗାନ୍ଧୀନୀତିକୁ ହତ୍ୟା କଲେ କଂଗ୍ରେସ ନେତା: ଗାନ୍ଧୀ ନୁହେଁ; ଏଥର ବୋଷ!

ଗାନ୍ଧୀନୀତିକୁ ହତ୍ୟା କଲେ କଂଗ୍ରେସ ନେତା: ଗାନ୍ଧୀ ନୁହେଁ; ଏଥର ବୋଷ!

491

ଭୁବନେଶ୍ୱର: ଗାନ୍ଧୀ ନାମକୁ ନେଇ ରାଜନୀତି କରି ଆସିଥିବା କଂଗ୍ରେସର ଜଣେ ନେତା ଆଜି ଗାନ୍ଧୀ ନୀତିର ଗଳା ଚିପିଦେଇ ଦେଇଛନ୍ତି।ଦମ୍ଭରେ ମଧ୍ୟ କହିଛନ୍ତି ନ୍ୟାୟ ନ’ପାଇଲେ ନ୍ୟାୟ ଛଡ଼ାଇ ଆଣିବୁ, (ଯେ କୌଣସି ଉପାୟରେ)।ଗାନ୍ଧୀଙ୍କ ପଥରେ ଚାଲି ହତାଶ ହୋଇଥିବାରୁ ଏବେ ଆମେ ସୁବାଷ ବୋଷଙ୍କ ନୀତି ଆପଣେଇବୁ ବୋଲି କହିଛନ୍ତି କଂଗ୍ରେସ ନେତା।ସେ ହେଲେ ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ।

ନବରଙ୍ଗପୁରରେ ଘଟିଥିବା ଏକ ନାବାଳିକା ଗଣ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ନବରଙ୍ଗପୁର ବନ୍ଦ ପାଳନ ବେଳେ ନିଜ ସମର୍ଥକଙ୍କୁ ଫୋନ କରି ହିଂସା ଉସୁକାଇବା ପାଇଁ ପ୍ରଦୀପ ମାଝୀ ଫୋନ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି।ଯେଉଁଥିରେ ପ୍ରଦୀପ ତାଙ୍କ ସମର୍ଥକଙ୍କୁ ଫୋନ କରି କହୁଛନ୍ତି, ପେଟ୍ରୋଲ, ଡିଜେଲ ରେଡି ରଖ।କହିଲା ମାନେ ଜାଳିବ।ତା’ ପରେ ଯାହା ହେବ ଦେଖାଯିବ!ସମ୍ବିଧାନର ରକ୍ଷା ପାଇଁ ଶପଥ ନେଇ କିଛି ଦିନ ତଳେ ସାଂସଦ ଥିବା, ପୁଣି ଜଣେ କଂଗ୍ରେସ ନେତାଙ୍କର ଏପରି ଗାନ୍ଧୀଙ୍କ ଅହିଂସା ନୀତିର ଗଳା ଚିପି ହିଂସା ନୀତିକୁ ପ୍ରଶୟ ଦେବା ଏବଂ ଏହାପରେ ପୁଣି ସେହି କଥାକୁ ଦୋହରାଇ ଗାନ୍ଧୀ ନୀତିକୁ ଛାଡ଼ି ସୁବାସ ବୋଷଙ୍କ ନୀତି ଆପଣେଇବା କଂଗ୍ରେସର ଛଦ୍ମ ଅହିଂସା ନୀତିକୁ ପଦାରେ ପକାଇ ଦେଇଛି।/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.