Home କେନ୍ଦ୍ରାପଡ଼ା ଗାଡି ରଖିବାକୁ ନେଇ ମରଣାନ୍ତକ ଆକ୍ରମଣ

ଗାଡି ରଖିବାକୁ ନେଇ ମରଣାନ୍ତକ ଆକ୍ରମଣ

49

କେନ୍ଦ୍ରାପଡ଼ା ୯ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଗାଡି ରଖିବାକୁ ନେଇ ଟାଉନ୍ ଥାନା ଅନ୍ତର୍ଗତ ଇମାମବାଡି ଅଞ୍ଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ଯୁବକଙ୍କ ନାମ ସେକ ସୁଲତାନ। ଏ ନେଇ ସେକ ସୁଲତାନଙ୍କ ସ୍ତ୍ରୀ ରିହାନା ପରୱିନ ଟାଉନ୍ ଥାନାରେ ଏତଲା ଦେଇଛନ୍ତି। ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ଶନିବାର ସକାଳେ ତାଙ୍କ ସ୍ୱାମୀ ତାଙ୍କ ନିଜ ଜାଗାରେ ବାଇକ ରଖିଥିଲେ। ହେଲେ ଏହାକୁ କେତେକ ଯୁବକ ବିରୋଧ କରିଥିଲେ। ଏହାକୁ ନେଇ ତାଙ୍କ ସ୍ୱାମୀ ଓ ସଂପୃକ୍ତ ଯୁବକମାନଙ୍କ ସହ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକମାନେ ତାଙ୍କ ସ୍ୱାମୀଙ୍କୁ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡ ସମେତ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.