Home ଓଡ଼ିଶା ଗାଁ ରାସ୍ତା ରେ ବୁଲୁଛି ଜଙ୍ଗଲୀ ହାତୀ ଚାଷୀ ଓ ପଥାଚାରୀ ଙ୍କ ଥରୁଛି ଛାତି

ଗାଁ ରାସ୍ତା ରେ ବୁଲୁଛି ଜଙ୍ଗଲୀ ହାତୀ ଚାଷୀ ଓ ପଥାଚାରୀ ଙ୍କ ଥରୁଛି ଛାତି

45

ନୟାଗଡ/୦୩/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟ ସରକାର ଜଙ୍ଗଲୀ ହାତୀ ମାନଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଚନ୍ଦକା ଅଭୟାରଣ୍ୟ ରେ ହାତୀ ମାନେ ସୁରକ୍ଷିତ ରହିବା ପାଇଁ ଖାଦ୍ୟ ପାନୀୟ ସହ ଟ୍ରେଂଚ୍ ମାନ ନିର୍ମାଣ କରାଯାଇଅଛି । କିନ୍ତୁ ଚନ୍ଦକା ଅଭୟାରଣ୍ୟ ରୁ ହାତୀ ମାନେ ଟ୍ରେଂଚ ଭାଙ୍ଗି ପଳାଇ ଆସୁଛନ୍ତି । ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଂଚଳ ରେ ହାତୀ ପାଣି ଖାଇବା ପାଇଁ ପୋଖରୀ ଖୋଳିବା ଠାରୁ ଆରମ୍ଭ କରି ବାଉଁଶ ଗଛ ଖାଦ୍ୟ ପାଇଁ ଲଗା ଯାଇଛି । କିନ୍ତୁ ହାତୀ ମାନେ ଜଙ୍ଗଲ ରେ ନ ରହି ଖାଦ୍ୟ ପାନୀୟ ପାଇଁ ଗ୍ରାମାଂଚଳ ମୁହାଁ ହେଉଥିବା ଜଣାପଡିଛି । ରଣପୁର ବନାଂଚଳ ର ନରସିଂହପୁର ,କରଡାପଲ୍ଲୀ , ସାନ୍ତରାପୁର , ନାଟିମୀ , ହରିହରପୁର , ମୟୁରଝାଲିଆ , ନୂଆପଡା ଓ ବନ୍ଧପଲ୍ଲା ଆଦି ଅଂଚଳ ରେ ୧୦ ଦିନ ହେଲା ୨ ଗୋଟି ମାଈ ହାତୀ ଓ ଗୋଟିଏ ଦନ୍ତା ହାତୀ ଚାଷୀମାନେ ଲଗାଇ ଥିବା ମକା, ଆଖୁ , କୋବି ଆଦି ରାତି ସାରା ଖାଇବା ସହ ସକାଳେ ସଂଧ୍ୟ୍ୟା ରେ ରାସ୍ତା ଉପରେ ବୁଲିବା ଯୋଗୁଁ ଯାତାୟତ କରୁଥିବା ଲୋକ ମାନେ ଭୟଭିତ ହୋଇ ଚିନ୍ତିତ ହୋଇ ପଡୁଛନ୍ତି । ଚାଷୀ ମାନେ ବ୍ୟାଙ୍କ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ରୁ ଋଣ ଆଣି ଫସଲ କରିଥିବା ବେଳେ ହାତୀ ଫସଲ ଖାଇବା ଓ ନଷ୍ଟ କରିବା ଯୋଗୁଁ ଚିନ୍ତା ରେ ରହିଛନ୍ତି ।

ଅପର ପକ୍ଷେ ବନ ବିଭାଗ ସଂଧ୍ୟ୍ୟା ସମୟରୁ ସକାଳ ପର୍ଯ୍ୟନ୍ତ ହାତୀ ଜଗିବା ଓ ଘଉଡେଇବା କାର୍ଯ୍ୟ କରି ନାକେଦମ୍ ହେଉଥିବା ଦେଖିବାକୁ ମିଳୁଛି । ଏ ସର୍ମ୍ପକେ ରଣପୁର ବନାଂଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥି ଙ୍କ ଯୋଗାଯୋଗ କରିବାରେ କୁହନ୍ତି ଯେ ଆମ ଅଂଚଳ ରେ ହାତୀ ନଥିଲେ  । ଏହି ହାତୀ ମାନେ ଚନ୍ଦକା ଅଭୟାରଣ୍ୟ ରୁ ଆସିଛନ୍ତି । ଦୁଇଟି ହାତୀ ଘଉଡେଇବା ପରେ ଟାଙ୍ଗୀ ବନାଂଚଳ କୁ ଚାଲି ଯାଇଛନ୍ତି । ଆଉ ଗୋଟିଏ ହାତୀ ନୂଆପଡା ଗ୍ରାମ ଜଙ୍ଗଲ ରେ ରହିଥିବା ଜଣାପଡିଛି । ସେହି ହାତୀ କୁ ପଟିଆ ଫରେଷ୍ଟ ରେଞ୍ଜ୍ କୁ ଘଉଡେଇବା ପାଇଁ ଚେଷ୍ଟା କରାଯାଉଅଛି । ସ୍କ୍ୱାର୍ଡ ମାନେ ଜଙ୍ଗଲ ରେ ନିଆଁ ଲାଗିବା ଯୋଗୁଁ ଦିନ ସାରା ବୁଲି ବୁଲି ନିଆଁ ଛଡାଉଥିବା ବେଳେ ରାତି ସାରା ହାତୀ ଘଉଡାଇ ଘଉଡାଇ ନାକେଦମ୍ ହୋଇ ପଡୁଛନ୍ତି । ଚାଷୀ ଓ ପଥାଚାରୀ ମାନେ ଭୟଭିତ ହୋଇ ଚିନ୍ତା ରେ ଥିବା ଘଟଣା କୁ ଦୃଷ୍ଟିରେ ରଖି ବନ ବିଭାଗ ଉଚ୍ଚ କର୍ମଚାରୀ ହାତୀ କୁ ଟ୍ରାଙ୍କୁ ଲାଇଜର କରି ଚନ୍ଦକା ଅଭୟାରଣ୍ୟ କୁ ଫେରାଇ ନେବା ପାଇଁ ଜନସାଧାରଣ ଅନୁରୋଧ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.