Home ଅପରାଧ ଗାଁ ମୁଣ୍ଡ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗାଁ ମୁଣ୍ଡ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

238

ମୟୁରଭଞ୍ଜ, ତା ୯ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ଯୁବକଙ୍କୁ ହତ୍ୟା କରିବା ପରେ ଗାଁ ମୁଣ୍ଡ ରାସ୍ତାରେ ମୃତଦେହକୁ ପକାଇ ଦୁର୍ବୁତ୍ତମାନେ ଫେରାର୍ ହୋଇଯାଇଥିବାର ସନ୍ଦେହ କରାଯାଉଛି । ଖବର ଅନୁଯାୟୀ ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଦେଖିବାକୁ ମିଳିଛି । ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ପଡିଥିବା ଗ୍ରାମବାସୀ ଆଜି ସକାଳେ ଦେଖିଥିଲେ । ମୃତକ ଯୁବକ ଜଣଙ୍କ ଭଦ୍ରାଶୋଳ ଗ୍ରାମର ଦିଲ୍ଲୀପ କୁମାର ମହାନ୍ତ ବୋଲି ଜଣାପଡିଛି । ଦିଲ୍ଲୀପ ଆଜକୁ ଦୁଇବର୍ଷ ହେବ ବୈଶିଙ୍ଗା ଥାନା ଗଡଗଡ଼ିଆ ଗ୍ରାମରେ ନିଜ ଶଶୁର ଘରେ ରହୁଥିଲେ । ହେଲେ ଗତକାଲି ରାତିରେ କେହି ଦୁର୍ବୁତ୍ତ ତାଙ୍କୁ କୌଣସି କାରଣରୁ ହତ୍ୟା କରି ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମ ମୁଣ୍ଡରେ ପିଙ୍ଗି ଦେଇଥିବା ଜନସାଧାରଣରେ ଆଲୋଚନା ହେଉଛି । ମୃତ ଅବସ୍ଥାରେ ଦିଲ୍ଲିପଙ୍କ ହାତରେ ଥିବା ମୋବାଇଲ ଫୋନର ଲାଇଟ ଜଳୁଥିବା ବେଳେ ମୁହଁ ଓ ନାକରୁ ରକ୍ତ ବାହାରୁଥିବାର ଦେଖିବାକୁ ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ମୋରଡ଼ା ପୋଲିସ ଓ ବେତନଟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଛି । ଏଥିସହ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଅଧିକରୁ ଅଧିକ ତଦନ୍ତ ଚଳାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ପଦାକୁ ଆସିବା ସହ ଏହି ହତ୍ୟାକାଣ୍ଡ ପଛରେ ବ୍ୟକ୍ତିଗତ ଶତ୍ରୁତା କିମ୍ବା ଅନ୍ୟ କୌଣସି କାରଣ ରହିଛି ତାହା ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.