Home ଓଡ଼ିଶା ଗାଁ ମୁଣ୍ଡେ ପହଚିଂଲେ ହେଲେ ଘରକୁ ଫେରିଲେନି କାର ଦୁର୍ଘଟଣାରେ ୪ଜଣଙ୍କ ଶୋଚନୀୟ ମୃତ୍ୟୁ

ଗାଁ ମୁଣ୍ଡେ ପହଚିଂଲେ ହେଲେ ଘରକୁ ଫେରିଲେନି କାର ଦୁର୍ଘଟଣାରେ ୪ଜଣଙ୍କ ଶୋଚନୀୟ ମୃତ୍ୟୁ

1084

ନୟାଗଡ଼, ୧୧ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଘରୁ ଯାଇ ଘରକୁ ଫେରିଲେନି ପରିବାର ଲୋକେ। ଗାଁକୁ ଫେରିବା ବାଟରେ ଗାଁ ମୁଣ୍ଣେ ପହଚିଂ ଘରକୁ ଶବ ହୋଇ ଫେରିବା ଘଟଣା ଓଡଗାଁ ନନ୍ଦିଘୋର ଅଂଚଳର ଲୋକଙ୍କ ଆଖିରୁ ଲୁହ ଅଟକେଇ ପାରୁନି। ଏପରି ଏକ ଅଭାବନୀୟ ଦୁର୍ଘଟଣାରେ ପରିବେଶ ଶୋକାକୂଳମୟ ପରିବେଶ ସୃଷ୍ଟି କରିଛି। ଦୁଆର ମୁହଁରେ ୪ଟି ଶବ ଦେଖି ଯେଉଁ କରୁଣ ପରିସ୍ଥିତି ସୃଷ୍ଟି ହୋଇଛି ସାରା ଅଂଚଳ ସ୍ତବ୍ଧ ପାଲଟିଯାଇଛି। ମୃତକମାନେ ହେଲେ ନୟାଗଡ଼ ଜିଲା ଓଡ଼ଗାଁ ଥାନା ନନ୍ଦିଘୋର ନେଳିଆସାହିର ବ୍ୟବସାୟୀ ଚିରଞ୍ଜିବି ସାହୁ(୪୬) ତାଙ୍କ ପତ୍ନୀ ମଧୂସ୍ମିତା ସାହୁ(୩୬) ପୁଅ ଆଦିତ୍ୟ ସାହୁ(୧୧) ଓ ତାଙ୍କ ଡ୍ରାଇଭର ସନ୍ତୋଷ ନାୟକ (୨୪)। ଚିରଞ୍ଜିବି ଗତକାଲି ନିଜ କାର(ନଂ ଓଡି-୦୨ ଆରଏନ୍ ୭୨୩୭)ରେ ସ୍ତ୍ରୀ ମଧୁସ୍ମିତା, ପୁଅ ଆଦିତ୍ୟ ଓ ଝିଅ ତିତିଲି (୧୬) ୨ ଶାଳି ଓ ୨ଶଢୁଙ୍କ ସହ କୌଣସି କାମ ନେଇ ବାହାରକୁ ଯାଇଥିଲେ। ସବୁକାମ ଶେଷକରି ରାତିରେ ଭୁବନେଶ୍ୱରରେ ଶଢୁ ଓ ଶାଳୀକୁ ଛାଡି ନୟାଗଡ଼ରେ ପହଚିଂ ଯୁକ୍ତ ଦୁଇ ବିଜ୍ଞାନରେ ପଢୁଥିବା ଝିଅ ତିତିଲିକୁ ନୟାଗଡ଼ର ଏକ ଘରୋଇ ବିଜ୍ଞାନ କଲେଜର ହଷ୍ଟେଲରେ ଛାଡ଼ିଥିଲେ। ଏପରିକି ଆଉ ଜଣେ ଶଢୁଙ୍କ ଘର ଦଶପଲା ହୋଇଥିବାରୁ ଶଢୁ ଓ ଶାଳୀଙ୍କୁ ନୟାଗଡଠାରେ ଓହ୍ଲାଇ ଦେଇ ନନ୍ଦିଘୋର ଅଭିମୂଖେ କାର ନେଇଯାଇଥିଲେ। ତେବେ ନନ୍ଦଘୋରରେ ପହଚିଂବାକୁ ଆଉମାତ୍ର ୫କିଲୋମିଟର ବାକି ଥିବାବେଳେ ରାତି ୧ଟାବେଳେ ଶରଣକୁଳ ଥାନା କରଡ଼ା-ବଡ଼ପୁଟ ରାସ୍ତାରେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କାରଟି ରାସ୍ତାକଡ଼ର ଏକ ଗଛରେ ପିଟି ହୋଇ ଯାଇଥିଲା। ଘଟଣାସ୍ଥଳରେ ଚିରଞ୍ଜିବି, ଚିରଞ୍ଜିବୀଙ୍କ ପୁଅ ଆଦିତ୍ୟ ଓ କାର ଡ୍ରାଇଭର ସନ୍ତୋଷଙ୍କ ମୃତ୍ୟୁ ଘଟିଥିବାବେଳେ ଚିରଞ୍ଜିବୀଙ୍କ ସ୍ତ୍ରୀ ମଧୂସ୍ମିତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲା ମୁଖ୍ୟଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବରପାଇ ନୟାଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିରଞ୍ଜିବୀଙ୍କ ବନ୍ଧୁବାନ୍ଧବ ଓ ଡ୍ରାଇଭରଙ୍କ ବନ୍ଧୁବାନ୍ଧବଙ୍କ ଭିଡ ଦେଖାଦେବା ସହ କାନ୍ଦ ୍‌ବୋବାଳି ଲାଗି ରହିଥିଲା। ପରେ ମୃତ ୪ଟି ଯାକ ଶବକୁ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବାବେଳେ ଏନେଇ ଶରଣକୁଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ତେବେ ଡ୍ରାଇଭର ସନ୍ତୋଷଙ୍କ ଆଖି ଲାଗି ଯିବାରୁ ସେ ଚିରଞ୍ଜିବୀଙ୍କୁ କାର ଚଳେଇବାକୁ କହିଥିଲେ। ମାତ୍ର ଗାଁରେ ପହଁଚିବାକୁ ଆଉ ଅଳ୍ପବାଟ ଥିବାରୁ ଚିରଞ୍ଜିବୀ ସନ୍ତୋଷଙ୍କୁ କାର ଚଳେଇବାକୁ କହିଥିଲେ। ନନ୍ଦିଘୋର ରେ ପହଁଚିବାକୁ ୫କିଲୋମିଟର ବାକି ଥିବାବେଳେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସନ୍ତୋଷଙ୍କ ଆଖି ପଡ଼ିଯିବାରୁ ଏପରି ଦୁର୍ଘଟଣାଗ୍ରସ୍ତ ହୋଇଯିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.